03/26/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ସରକାରୀ ଅଧିକାରୀଙ୍କ ଉପରେ ବିଗିଡ଼ିଲେ ବରଗଡ଼ ବିଧାୟକ

ରଗଡ଼: ଜିଲ୍ଲା ପରିଷଦର ସପ୍ତମ ବୈଠକରେ ସରକାରୀ ଅଧିକାରୀଙ୍କ ଉପରେ ବିରକ୍ତ ହୋଇଛନ୍ତି ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ । ସରକାରୀ କାର୍ଯ୍ୟରେ ଅବହେଳାକୁ ନେଇ ତଥା ମୁଖ୍ୟତଃ ଚାଷୀଙ୍କ ଧାନ ବିକ୍ରିର ଅବ୍ୟବସ୍ଥାକୁ ନେଇ ଯୋଗାଣ ବିଭାଗ ପ୍ରତି ଅସନ୍ତୋଷ ପ୍ରକାଶ କଲେ ବିଧାୟକ।

ରଗଡ ଡିଆରଡିଏ ସମ୍ମିଳନୀ କକ୍ଷରେ ଚାଲିଥିଲା ସପ୍ତମ ଜିଲ୍ଲା ପରିଷଦ ବୈଠକ। ଏହି ବୈଠକରେ ବରଗଡ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ବିଧାୟକ ଦେବେଶ ଆଚାର୍ଯ୍ୟ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ମୁକ୍ତା ସାହୁ , ଜିଲ୍ଲାପାଳ ଜ୍ୟୋତିରଞ୍ଜନ ପ୍ରଧାନ, ପିଡିଡ଼ିଆରଡିଏ କୃତିବାସ ରାଉତଙ୍କ ସହ ସମସ୍ତ ଜିଲ୍ଲା ପରିଷଦ ସଦସ୍ୟ ଏବଂ ସମସ୍ତ ବିଭାଗ ର ଅଧିକାରୀଗଣ ଉପସ୍ଥିତ ଥିଲେ ।
ଏହି ବୈଠକରେ କୃଷି, ପାନୀୟ ଜଳ, ଗ୍ରାମ୍ୟ ପରିମଳ, ଜଳସେଚନ, ଶିକ୍ଷା, ସ୍ବାସ୍ଥ୍ୟ, ବିଦ୍ୟୁତ, ପଶୁସମ୍ପଦ ଆଦି ଉପରେ ଆଜି ଆଲୋଚନା ହୋଇଥିଲା । ଜିଲ୍ଲାରେ ଧାନ ବିକ୍ରୀ ସମସ୍ୟା ଉପରେ ବିଭାଗୀୟ ଅଧିକାରୀଙ୍କ ଉପରେ ବର୍ଷିଥିଲେ। ସେହିପରି ଜିଲ୍ଲାର ବିଭିନ୍ନ ଯୋଜନା ସଫଳତାର ସହ କାର୍ଯ୍ୟକାରୀ ହେଉନଥିବାରୁ ବୈଠକରେ ଉଦବେଗ ପ୍ରକାଶ ପାଇଥିଲା।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *