12/05/2024

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ସମ୍ଭାବ୍ୟ ବାତ୍ୟା “ୟସ”ର ମୁକାବିଲା ପାଇଁ ଅଗ୍ନିଶମ ବିଭାଗର ଆଇଜି ଅସିତ ପାଣିଗ୍ରାହୀଙ୍କ ସମୀକ୍ଷା ବୈଠକ

ଭଦ୍ରକ(ସଖପ୍ର): ସମ୍ଭାବ୍ୟ ବାତ୍ୟା “ୟସ”ର ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ଭଦ୍ରକ ଜ଼ିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜୋରଦାର ଚାଲିଛି। ଏପରିସ୍ଥଳେ,ଗତକାଲି ସନ୍ଧ୍ୟାରେ ଅଗ୍ନିଶମ ବିଭାଗର ଆଇଜି ଅସିତ ପାଣିଗ୍ରାହୀ ଭଦ୍ରକରେ ପହଂଚିଛନ୍ତି । ସେ ଭଦ୍ରକ ଜ଼ିଲ୍ଲା ଅଗ୍ନିସେବା କେନ୍ଦ୍ର ଠାରେ ପହଞ୍ଚି ପ୍ରଥମେ ଅଗ୍ନିଶମ ବିଭାଗର ପ୍ରସ୍ତୁତି କାର୍ଯ୍ୟର ସମୀକ୍ଷା କରିଥିଲେ। ଭଦ୍ରକଜ଼ିଲ୍ଲାରେ 9 ଟି ଏବଂ ଜ଼ିଲ୍ଲା ବାହାରୁ 12 ଗୋଟି ଟିମ ଏପରି 21 ଟି ଟିମ ବାତ୍ୟା ମୁକାବିଲାରେ ନିଯୁକ୍ତ ହେବେ।

ସେହିପରି ବାତ୍ୟା ସମୟରେ ଓ ବାତ୍ୟା ପରେ କିପରି ଉଦ୍ଧାର କାର୍ଯ୍ୟ, ରାସ୍ତା ସଫା ଆଦି କାର୍ଯ୍ୟ ଅଗ୍ନିଶମ ବାହିନୀ କରିପାରିବେ ଓ ସେଥିପାଇଁ ଯେଉଁସବୁ ସରଞ୍ଜାମ ରହିଛି, ତାହାର ତଦାରଖ କରି ସମୀକ୍ଷା କରିଥିଲେ। ତେବେ ବିଶେଷ କରି, ସମୁଦ୍ର ଉପକୂଳରେ ଥିବା ଧାମରା, ବାସୁଦେବପୁର ଓ ଚାନ୍ଦବାଲି ଅଞ୍ଚଳ ପ୍ରତି ଅଧିକ ଫୋକସ କରାଯିବ ବୋଲି ଆଇଜି ପରାମର୍ଶ ଦେଇଛନ୍ତି। ସେହିପରି ଅଗ୍ନିଶମ ବାହିନୀ ଉଭୟ ପୋଲିସ, ପ୍ରଶାସନ ସହିତ ସମନ୍ୱୟ ରକ୍ଷା କରି , ଏହି ବାତ୍ୟା ସମୟରେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି। ଏଥିରେ ଭଦ୍ରକ ଏସପି ଓ ଅଗ୍ନିଶମ ବିଭାଗର ବହୁ ଅଧିକାରୀ ଯୋଗ ଦେଇଥିଲେ।

ଭଦ୍ରକରୁ ଆଶିଷ ରଞ୍ଜନ ପତିଙ୍କ ରିପୋର୍ଟ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *