02/18/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ସମ୍ଭାବ୍ୟ ବାତ୍ୟାର ମୁକାବିଲା ମାଲକାନଗିରି ଜିଲ୍ଲା ପ୍ରଶାସନର ପ୍ରସ୍ତୁତି…

ମାଲକାନଗିରି(ସଖପ୍ର): ସମ୍ଭାବ୍ୟ ବାତ୍ୟାର ମୁକାବିଲା କରିବା ଲାଗି ମାଲକାନଗିରି ଜିଲ୍ଲାରେ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଜିଲ୍ଲାର ସମସ୍ତ ୭ଟି ବ୍ଲକ ଓ ତହସିଲ କାର୍ଯ୍ୟାଳୟର ସରକାରୀ କର୍ମଚାରୀଙ୍କ ଛୁଟି ଆସନ୍ତାକାଲି(ରବିବାର) ଠାରୁ ବାତିଲ କରାଯାଇଛି । ବିଶେଷ କରି ବାତ୍ୟା ଯୋଗୁଁ ମାଲକାନଗିରି ଜିଲ୍ଲାରେ ସର୍ବାଧିକ ବର୍ଷା ହେବାର ସମ୍ଭାବନା ରହିଥିବାରୁ ଲୋକଙ୍କୁ ତଳିଆ ସ୍ଥାନକୁ ଯିବା ଲାଗି ବାରଣ କରାଯାଇଛି । ନଈକୂଳିଆ ଓ ବନ୍ୟା ଆଶଙ୍କା କରାଯାଉଥିବା ଅଞ୍ଚଳରେ ଜିଲ୍ଲା ପ୍ରଶାସନ ତରଫରୁ ଲୋକଙ୍କୁ ସଚେତନ କରାଯାଉଛି ।
ସମ୍ଭାବ୍ୟ ବାତ୍ୟାର ମୁକାବିଲା ମାଲକାନଗିରି ଜିଲ୍ଲା ପ୍ରଶାସନର ପ୍ରସ୍ତୁତିବଣ୍ଡାଘାଟି ଓ ଗୋବିନ୍ଦପାଲି ଘାଟିରେ ଭୂ-ସ୍ଖଳନ ହେବାର ଆଶଙ୍କା ରହିଛି। ଏହି ରାସ୍ତାରେ ଆସନ୍ତାକାଲି କାହାରିକୁ ନଯିବା ଲାଗି ମଧ୍ୟ ପରାମର୍ଶ ଦିଆଯାଇଛି । ୬ଟି ଓଡ୍ରାଫ ଟିମ ମାଲକାନଗିରିରେ ସଜାଗ ହୋଇ ଅଛନ୍ତି ।

ମାଲକାନଗିରି ପ୍ରତିନିଧି ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *