ସମ୍ବଲପୁରରେ ବୃଦ୍ଧି ପାଉଥିବା ସଂକ୍ରମଣକୁ ନେଇ ବଢିଲା କରୋନା କଟକଣା

ସମ୍ବଲପୁର (ସଖପ୍ର): ସମ୍ବଲପୁର ଜିଲ୍ଲାକୁ ପୁଣି ଫେରିଲା କଣ୍ଟେନମେଣ୍ଟ ଓ ବଫର ଜୋନ । ସମ୍ବଲପୁର ମହାନଗର ନିଗମର ହୀରାକୁଦ E2 ବ୍ଲକ ଓ ହିଣ୍ଡାଲକୋ କଲୋନୀକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି । ଏହାସହ 9ଟି ସ୍ଥାନକୁ ବଫର ଜୋନ ଘୋଷଣା କରିଛି ପ୍ରଶାସନ । ସେହିଭଳି ଯୁଯୁମୁରାକୁ ମାଇକ୍ରୋ କଣ୍ଟେନମେଣ୍ଟ ଓ 5ଟି ସ୍ଥାନକୁ ବଫର ଜୋନ ଘୋଷଣା । ଏହାସହ ଯୁଯୁମୁରାର ଡଙ୍ଗାପାଳ ଗ୍ରାମକୁ ମଧ୍ୟ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛି ସମ୍ବଲପୁର ଜିଲ୍ଲା ପ୍ରଶାସନ । ଯୁଯୁମୁରା ଓ ହୀରାକୁଦ ଅଞ୍ଚଳରେ ଦିନକୁ ଦିନ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିଚାଲିଥିବାବେଳେ ଏଭଳି କଟକଣା ଲଗାଯାଇଛି।