01/16/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

‘ସବୁବର୍ଗ ଖବର’ ସମ୍ବାଦପତ୍ରର ଦ୍ବିତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ

କୋରାପୁଟଜିଲ୍ଲା/ଜୟପୁର୨୭/୧୨(ସଖପ୍ର): ଆଜି ପାକ୍ଷିକ ସମ୍ବାଦପତ୍ର ‘ସବୁବର୍ଗ ଖବର’ର ଦ୍ବିତୀୟ ବାର୍ଷିକ ଉତ୍ସବ ଜୟପୁରସ୍ଥିତ ଋତୁରାଜ କଲ୍ୟାଣ ମଣ୍ଡପରେ ପାଳିତ ହୋଇଛି। ପତ୍ରିକାର ସଂପାଦକ ଚନ୍ଦ୍ରକାନ୍ତ ସୁତାର ସଭାପତିତ୍ବ କରିଥିବାବେଳେ ଓୟୁଜେ ଜିଲ୍ଲା ଶାଖା ସାମ୍ବାଦିକ ସଂଘର ସଭାପତି ରାଜେନ୍ଦ୍ର ଗୌଡ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଦୈନିକ, ସାପ୍ତାହିକ, ପାକ୍ଷିକ ଓ ମାସିକ ସମ୍ବାଦପତ୍ର ମଧ୍ୟରେ ସାନ ଓ ବଡ ସମ୍ବାଦପତ୍ର ବୋଲି କିଛି ଫରକ ନଥାଏ, ଜଗନ୍ନାଥଙ୍କ ଠାରେ ଯେଉଁ ତୁଳସୀପତ୍ର ପୂଜାପାଏ ତାହା ସାନ କିମ୍ବା ବଡ ତୁଳସୀ ଗଛରୁ ତୋଳାଯାଇ ଆସିଥିଲେ ମଧ୍ୟ ତାହାର କୌଣସି ଗୁରୁତ୍ୱ କମିଯାଏନାହିଁ। ଠିକ୍ ସେହିପରି ସମ୍ବାଦପତ୍ରଗୁଡିକ ତୁଳସୀପତ୍ର ସଦୃଶ୍ୟ ବୋଲି ସଂପାଦକ ଚନ୍ଦ୍ରକାନ୍ତ ସୁତାର ମତ ଦେବାସହ ବାର୍ଷିକ ବିବରଣୀ ପାଠ କରିଥିଲେ। ବିବରଣୀ ପାଠ ପରେ ‘ସବୁବର୍ଗ ଖବର’ ତୃତୀୟବର୍ଷର ୧ମ ସଂଖ୍ୟା ଉନ୍ମୋଚନ ହୋଇଥିଲା। ତାର ପରବର୍ତ୍ତୀ ସମୟରେ ଅତିଥି ମାନଙ୍କୁ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ସମସ୍ତ ଅତିଥି ‘ସବୁବର୍ଗ ଖବର’ ସମ୍ବାଦପତ୍ରର ଦୀର୍ଘଜୀବନ କାମନା କରିଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ମାନ୍ୟବର ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ, ସମ୍ମାନିତ ଅତିଥି ଭାବେ ନବରଙ୍ଗପୁର ସାଂସଦ ରମେଶଚନ୍ଦ୍ର ମାଝୀ ଓ ଅନ୍ୟତମ ସମ୍ମାନିତ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ରବିନାରାୟଣ ନନ୍ଦ, ପୂର୍ବତନ ପୌରଉପାଧ୍ୟକ୍ଷ ସୂର୍ଯ୍ୟନାରାୟଣ ରଥ, କେବିକେ ସମାଚାରର ସଂପାଦକ ବିନୋଦ ମହାପାତ୍ର ପ୍ରମୁଖ ଯୋଗଦେଇ ସୁସ୍ଥ ବିକଶିତ ସମାଜ ଗଠନରେ ଗଣମାଧ୍ୟମର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ। ଡ ସୁରେଶ ଦାଶ,ବରିଷ୍ଠ ଆଇନଜୀବୀ ମଦନ ନାୟକ, କୃଷ୍ଣଚନ୍ଦ୍ର ହୋତା, ଯୁଧିଷ୍ଠିର ରାଉଳ, ଅଜିତ ସାହୁ ପ୍ରମୁଖ ଗଣମାଧ୍ୟମର ବିଭିନ୍ନଦିଗ ଉପରେ ଆଲୋକପାତ କରିଥିଲେ। ପ୍ରଦୀପ ପ୍ରଜ୍ବଳନ ସମୟରେ ଯଜ୍ଞେଶ୍ୱର ପଣ୍ଡା ମନ୍ତ୍ରପାଠ କରିଥିବାବେଳେ ଶେଷରେ ବାଲା ରାୟ ଧନ୍ୟବାଦ ଅର୍ପଣ କରିଥିଲେ।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *