‘ସବୁବର୍ଗ ଖବର’ରେ ଖବର ପ୍ରସାରଣ ପରେ ମୌଳିକ ସୁବିଧା ପାଇବାକୁ ଯାଉଛନ୍ତି ଦୁମୁକୁପାଡ଼ୁ ଗ୍ରାମବାସୀ
ରାୟଗଡା(ସଖପ୍ର):ରାୟଗଡା ଜ଼ିଲ୍ଲା ଅନ୍ତର୍ଗତ କୋଳନରା ବ୍ଲକ ଓ ଏହି ପଂଚାୟତର ଏକ ଗ୍ରାମ ଦୁମୁକୁପାଡ଼ୁ ଗ୍ରାମବାସୀ ନିଜର ମୌଳିକ ସୁବିଧାରୁ ବଞ୍ଚିତ। ଘଟଣାରୁ ପ୍ରକାଶ ଯେ ରାୟଗଡା ଜ଼ିଲ୍ଲା ସଦର ମହକୁମାରୁ 24କିଲୋମିଟର ଓ ବ୍ଲକ ସଦର ମହକୁମାରୁ ମାତ୍ର 9 କିଲୋମିଟର ଦୂରରେ ଅବସ୍ଥିତ ଏହି ଦୁମୁକୁପାଡ଼ୁ ଗ୍ରାମ। ଏହି ଗ୍ରାମରେ ପ୍ରାୟ 40ଗୋଟି ପରିବାର ଓ ସଦସ୍ୟ ସଂଖ୍ୟା ଉଭୟ ପୁରୁଷ, ସ୍ତ୍ରୀ ଓ ଛୋଟ ଛୋଟ ପିଲାମାନେ ମିଶି ପ୍ରାୟ 400ରୁ ଊର୍ଧ୍ଵ ।ଏହି ଗ୍ରାମଟି ପାହାଡ଼ର ଶିଖର ଦେଶରେ ଅବସ୍ଥିତ ଏହି ଗ୍ରାମକୁ ଯିବାପାଇଁ ରାସ୍ତାଟିଏ ମଧ୍ୟନାହିଁ। ଏହି ଗାଁକୁ ଯିବାପାଇଁ କୈଳାଶପୁର ପଂଚାୟତର ଲାଳବି ଗ୍ରାମଦେଇ ଯିବାକୁ ପଡେ । ପାଦରେ ଚାଲି ଚାଲି ଏହି ଗାଁକୁ ଯିବା ଅତି କଷ୍ଟକର ଗାଡି ଯିବାତ ବହୁଦୂରର କଥା। ଅଙ୍କା ବଙ୍କା ପାହାଡ଼କୁ ନେଇକି କଚା ରାସ୍ତାଟିଏ ବ୍ଲକ ପ୍ରଶାସନ ତରଫରୁ ବନାଇ ଛଡା ଯାଇଛି। ରାସ୍ତା କାମ ପରେ ଏହି ରାସ୍ତାର ମରାମତି କରାଯାଇନାହିଁ ଯାଦ୍ୱାରା ପଥର ଖଣ୍ଡ ମାନ ବାହାରିଛି। ଯଦି ବାଇକ ଯୋଗେ ଏହି ଗାଁ ଯିବ ତାହାହେଲେ ରାସ୍ତାରେ କୋଉଠି ବାଇକ ଖରାପ ହେବ ତାହା ଠିକନାହିଁ । ଏହି ଗ୍ରାମବାସୀ ନିଜର ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ କିଣିବା ନିମନ୍ତେ ବହୁକଷ୍ଟରେ ମୁକୁନ୍ଦପୁର କିମ୍ବା କୋଳନରା ଚାଲି ଚାଲି ଆସନ୍ତି। ଭତ୍ତା ଓ ଯୋଗାଣ ସାମଗ୍ରୀ ଯଥା ଚାଉଳ କିରୋସିନ ପାଇଁ ପାହାଡ଼ରୁ ଓହ୍ଲାଇ ଚମ୍ପି ଗ୍ରାମରୁ ଆଣନ୍ତି । ଯଦି କୌଣସି ବ୍ୟକ୍ତିର ଦେହ ଖରାପ ହୁଏ କିମ୍ବା ଗର୍ଭବତୀ ସ୍ତ୍ରୀ କୁ ଏକ ଖଟିଆ ମାଧ୍ୟମରେ ଡାକ୍ତର ଖାନାକୁ ନିଅନ୍ତି ଏହାଠୁ ଦୁର୍ଭାଗ୍ୟର କଥା କଣ ? ମଣିଷ ବଂଚିବା ପାଇଁ ଜଳ ନିହାତି ଦରକାର ଜଳ ହିଁ ଜୀବନ ଏହା ସମସ୍ତେ ଜାଣନ୍ତି ସରକାରୀ କଳ ବିଭିନ୍ନ ପୋଷ୍ଟର ମାଧ୍ୟମରେ ଜଳ ହିଁ ଜୀବନ ଜଳ ନଷ୍ଟ କରନ୍ତୁନାହିଁ ବୋଲି ସଚେତନତା କରୁଛନ୍ତି। ଗ୍ରାମବାସୀ ପାହାଡ଼ରେ ବହିଯାଉଥିବା ଏକ ଝରଣାକୁ ପାହାଡ଼ ଉପରୁ ଛୋଟିଆ କେନାଲ କରି ପାହାଡ ତଳଦେଶକୁ ଆଣି ଏକ ସିମେଣ୍ଟର ଚାନ୍ଦିନୀ ବନାଇ ପାଣି ଏକତ୍ରିତ କରି ଏକ ଅଧା ଇଞ୍ଚର ପାଇପ ମାଧ୍ୟମରେ ସେଇ ପାଣିକୁ ଏକ ବାଲ୍ଟିରେ ଭରି ତାହାପରେ ଏକ ଗରା ମାଧ୍ୟମରେ ଘରକୁନିଅନ୍ତି। ଏହି ପାଣି ପାଇଁ ଗ୍ରାମର ସ୍ତ୍ରୀ ଲୋକେ ରାତ୍ରି ସମୟରେ ଆସି ଏହି ପାଣି ଚାନ୍ଦିନୀରେ ନିଜର ନମ୍ବର ଲଗାନ୍ତି । ନିଜର ପାଳି ଆସିଲେ ପାଣି ଭର୍ତିକରନ୍ତି ଏହାଠୁ ଆଉ ଲଜ୍ୟାର ବିଷୟ କଣ ହେବ। ଲୋକେ ପାଣି ମୁନ୍ଦାଏ ପାଇଁ କେତେ କଷ୍ଟ ଭୋଗୁଛନ୍ତି ସେହି ଖବରଟି ‘ସବୁବର୍ଗ ଖବର’ରେ ପ୍ରସାରଣ ପରେ କୋଳନରା ଅତିରିକ୍ତ ବିଡ଼ିଓ ନୃସିଂହ ଚରଣ ପଟ୍ଟନାୟକ ଓ ତହସିଲଦାର ମୌସୁମୀ ନାୟକ ଏହି ଗ୍ରାମକୁ ମିଳିତ ଭାବେ ଯାଇ ସ୍ଥିତି ଅନୁଧ୍ୟାନ କରି ଅସ୍ଥାୟୀ ଭାବେ ଏକ ଟେଙ୍କର ମାଧ୍ୟମରେ ଗାଁକୁ ପାଣି ଯୋଗାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି। ପରବର୍ତ୍ତୀ ମୁହୂର୍ତ୍ତରେ ପାଣିର ଏକ ସ୍ଥାୟୀ ସମାଧାନ ପାଇଁ ଏହି ଗାଁ ଠାରୁ 3କିଲୋମିଟର ଦୂରରେ ପାହାଡ଼ ତଳଦେଶରେ ଏକ ନଳକୂପ କରି ପାଇପମାଧ୍ୟମରେ ପାଣି ଯୋଗାଇବା ପାଇଁ ବ୍ୟବସ୍ଥା କରାଯାଉଛି ବୋଲି ମନ୍ତ୍ରି ଶ୍ରୀ ସାରକା କହିଛନ୍ତି ।
ଯାତାୟାତ ପାଇଁ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ଏକ ରାସ୍ତା ପାଇଁ ମୁଁ ବିଭାଗୀୟ ଅଧିକାରୀଙ୍କ ସହ କଥା ହୋଇ ଏହାର ସମାଧାନ କରିବି ଓ ଏହି ଘଟଣାକୁ ମନ୍ତ୍ରୀଙ୍କ ନିକଟରେ ଉପସ୍ଥାପନା କରିବି ବୋଲି ମନ୍ତ୍ରୀ କହିଥିଲେ। ଗ୍ରାମାଞ୍ଚଳର ଅଭାବ ଅସୁବିଧାକୁ ‘ସବୁବର୍ଗ ଖବର’ ନିଜର ପତ୍ରିକା ମାଧ୍ୟମରେ ଉପସ୍ଥାପନା କରିବାରୁ ପ୍ରଶାସନ ଏହା ଜାଣି ଦୁମୁକୁପାଡ଼ୁ ଗ୍ରାମର ବିକାଶ ପାଇଁ ତତ୍ପରତା ପ୍ରକାଶ କରିବା ସହିତ ପ୍ରାଥମିକତା ରୂପେ ଏକ ଟେଙ୍କର ମାଧ୍ୟମରେ ପାନୀୟ ଜଳ ଯୋଗାଣ କରିଛି। ଏହି ପାଣି ସମସ୍ୟାର ସ୍ଥାୟୀ ପ୍ରତିକାର ପାଇଁ ମେଗା ଜଳ ପ୍ରକଳ୍ପ ସ୍ଥାପନା ପାଇଁ ବ୍ଲୁପ୍ରିଣ୍ଟ ତିଆର କରିଛନ୍ତି । ଖୁବ ଶୀଘ୍ର ଏହାକୁ କାର୍ଯ୍ୟକାରୀ କରିବା ନିମନ୍ତେ ବିଭାଗୀୟ କର୍ତୃପକ୍ଷଙ୍କ ଅନୁମୋଦନ ନିମନ୍ତେ ପଠାଯିବ ବୋଲି ଗ୍ରାମ୍ୟ ଜଳଯୋଗାଣ ନିର୍ବାହୀ ଯନ୍ତ୍ରୀ କହିଛନ୍ତି।
ରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ