ସତୀଗୁଡା ପରିବେଶୀୟ ପର୍ଯ୍ଯଟନ ସ୍ଥଳୀରେ ନିମ୍ନମାନର କାମ ହୋଇଥିବା ଅଭିଯୋଗ…

ମାଲକାନଗିରି(ସ.ଖ.ପ୍ର ): ୨୦୦୭ ମସିହାରେ ବନ ବିଭାଗ ଦ୍ବାରା ସତୀଗଡା ପରିବେଶୀୟ ପର୍ଯ୍ଯଟନ ସ୍ଥଳୀ ସ୍ଥାପନ କରାଯାଇଥିଲା |ସତୀଗୁଡା ଡ୍ଯାମର ଶେଷ ଭାଗରେ ଅବସ୍ଥିତ କ୍ଷୁଦ୍ର ପାହାଡରେ ବିଭିନ୍ନ ପ୍ରକାର କୃତ୍ରିମବନ୍ଯ ପ୍ରାଣୀ ମାନଙ୍କର ପ୍ରତିକୃତିକୁ ସିମେଣ୍ଟ ବାଲି ଲୁହା ଛଡଦେଇ ଏବଂ ବିଭିନ୍ନ ରଙ୍ଗରେ ରଙ୍ଗେଇ ନିର୍ମାଣ କରାଗଲା ପଶୁ ପକ୍ଷୀଙ୍କ କଳେବର |ବିଭିନ୍ନ ଔଷଧିୟ ବୃକ୍ଷ,ଫୁଲ ଗଛ ଲଗାଯାଇ ସବୁଜିମାରେ ସଜ୍ଜିତ କରାଯାଇ ପ୍ରକୃତି ପ୍ରେମୀଙ୍କୁ କରାଗଲା ଆକର୍ଷଣ | ନିକଟସ୍ଥ ସତୀଗୁଡା ଡ୍ଯାମରେ ପର୍ଯ୍ଯଟକମାନଙ୍କ ଚିତ୍ତ ବିନୋଦ ପାଇଁ ପ୍ଯାଡେଲ ବୋଟର ମଧ୍ଯ ସୁଯୋଗ ସୃଷ୍ଟ କରାଗଲା ମାଲକାନଗିରି ବନଖଣ୍ଡ ଦ୍ୱାରା |ସାଧାରଣତଃ ସତୀଗୁଡା ଡ୍ଯାମ ନିକଟରେ ନିର୍ମାଣ କରାଯାଇଥିବା ପରିବେଶୀୟ ପର୍ଯ୍ଯଟନ ସ୍ଥଳୀ ପର୍ଯ୍ଯଟକମାନଙ୍କୁ କ୍ରମଶଃ ଆକର୍ଷିତ କରିବା ଫଳରେ ଜନସମାଗମ ଦିନକୁ ଦିନ ବଢ଼ିବାରେ ଲାଗିଛି |ବିଭିନ୍ନ ପଶୁ ପକ୍ଷୀର ପ୍ରତିକୃତି ଗୁଡିକ ସବୁ ନଷ୍ଟ ହୋଇଗଲାଣି |ପିଲାମାନଙ୍କ ପାଇଁ ଥିବା ଲୁହାର ଦୋଳି ଗୁଡିକ ନଷ୍ଟ ହୋଇଯାଇଛି |ପର୍ଯ୍ୟଟକମାନେ କିଛି ବି ଠିକ ଭାବରେ କାମ କରାଯାଉନଥିବା ଅଭିଯୋଗ କରିଛନ୍ତି |