05/17/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ସଡକ ଦୁର୍ଘଟଣାରେ ବାଇକ ଆରୋହୀ ମୃତ

କୋରାପୁଟଜିଲ୍ଲା: କୋଟପାଡ ବେଲମା ସାହିର ଜଣେ ଯୁବକଙ୍କର ଶନିବାର ସନ୍ଧ୍ୟାରେ ସଡକ ଦୁର୍ଘଟଣାରେ ମୃତ୍ୟୁ ହୋଇଯାଇଛି । ପ୍ରାପ୍ତ ସୂଚନା ଅନୁସାରେ ବିଧୁଭୁଷଣ ପଣ୍ଡା(୪୧), ତାଙ୍କ ଜଣେ ସାଙ୍ଗ ଶ୍ରୀ ମନୋଜ କୁମାର ସାସମଲଙ୍କ ସହ ନିଜ ବୁଲେଟ ମୋଟର ସାଇକେଲ ଯୋଗେ ଗତ କାଲି ସନ୍ଧ୍ୟାରେ ଘରକୁ ଫେରିବା ସମୟରେ କୁସୁମୀ ଛକ ନିକଟରେ ଥିବା ଏକ ଇଅନ୍ କାର(CG17KE 4322)ର କବାଟ ଖୋଲା ଥିବା ଦେଖି ନିଜକୁ ବଞ୍ଚାଇବାକୁ ଚେଷ୍ଟା କରି ସାମନାରେ ଥିବା ଏକ ଟ୍ରେଲର(CG 04 HY 9155)ର ପଛ ଚକ ତଳେ ଛିଟିକି ପଡିଥିଲେ । ଜୋରରେ ଆଘାତ ଲାଗିଥିବା ଯୋଗୁଁ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହେଇଥିଲା ବେଳେ ପଛରେ ବସିଥିବା ମନୋଜ ସାସମଲ ଅଳ୍ପକେ ରକ୍ଷା ପାଇଯାଇଥିବା ଜଣା ପଡିଛି ।ସ୍ଥାନୀୟ ଅଞ୍ଚଳରେ କିଛି ସମୟ ପାଇଁ ତୀବ୍ର ଉତ୍ତେଜନା ଦେଖା ଦେଇଥିବା ବେଳେ ପୁଲିସ ବୁଝାସୁଝା କରିବା ପରେ ଉତ୍ତେଜନା ଶାନ୍ତ ପଡିଥିବା ଜଣାପଡିଛି । କୁସୁମୀ ଛକ ଠାରୁ ଦୁଲୁଗୁର ସାହି ଛକ ପର୍ଯ୍ୟନ୍ତ ରାସ୍ତାର ଉଭୟ ପାର୍ଶ୍ବରେ କାର୍, ବୋଲେରୋ, ମୋଟର ସାଇକେଲ ,ଟ୍ୟାକ୍ସି ଇତ୍ୟାଦି ପାର୍କିଂ ଯୋଗୁଁ ଟ୍ରାଫିକ୍ ସମସ୍ୟା ଦିନକୁ ଦିନ ବୃଦ୍ଧି ପାଉଛି । ବାରମ୍ବାର କୋଟପାଡ ବାଇପାସ୍ ରାସ୍ତା ନିର୍ମାଣ ପାଇଁ ଅଞ୍ଚଳବାସୀ ଦାବୀ କରି ଆସୁଥିଲେ ମଧ୍ୟ ଦାବୀ ପୁରଣ ହୋଇ ପାରୁ ନ ଥିବାରୁ ବହୁ ମୂଲ୍ୟବାନ ଜୀବନ ହାନି ହେଉଛି । ସ୍ବର୍ଗତ ପଣ୍ଡା ବିଦ୍ୟୁତ ବିଭାଗର ଜୟପୁର, କୁନ୍ଦୁରା ଓ ବୈପାରିଗୁଡା ବ୍ଲକର ଠିକାଦାର ଥିଲେ । ଆଜି ତାଙ୍କର ଶେଷକୃତ୍ୟ ସଂପନ୍ନ ହୋଇଛି । ତାଙ୍କ ଅକାଳ ବିୟୋଗରେ କୋଟପାଡ଼ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *