01/22/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ବାବା ମହାଦେବ କମିଟି ଡିମିରିଆରେ ମହାଶିବରାତ୍ରୀ ପାଳନ

ବାଲେଶ୍ଵର,୨୧/୨–କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ୍ ଡିମିରିଆଠାରେ ଥିବା ବାବା ମହାଦେବ କମିଟି ଆନୁକୂଲ୍ୟରେ ମହାଶିବରାତ୍ରୀ ଉତ୍ସବ ମହାସମାରୋହରେ ପାଳନ ଅବସରରେ ଆୟୋଜିତ ସଭାରେ କମିଟି ଯୁବ ସଭାପତି ଦୁଷ୍ମନ୍ତ କିଶାନ ସଭାପତିତ୍ୱ କରିଥିବାବେଳେ ଗୋବର୍ଦ୍ଧନ ପାତ୍ର ସିଆରସିସି ଡିମିରିଆ ମୁଖ୍ୟ ଅତିଥି ଓ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ହରିପୁର ରୋଡ଼ କଟକ ତେଲକୋଇ ଶାଖା ଉପସଭାପତି ନାରାୟଣ ଚନ୍ଦ୍ର ସେନାପତି ମୁଖ୍ୟ ବକ୍ତା,ସମାଜସେବୀ ପ୍ରୀତି ମୁଣ୍ଡା,ପବିତ୍ର ମୋହନ ମହାନ୍ତ ଏବଂ ବାଲେଶ୍ଵର ଜିଲ୍ଲା ସାମ୍ବାଦିକ ନରେନ୍ଦ୍ର ପ୍ରସାଦ ବେହେରା ସମ୍ମାନିତ ଅତିଥିଭାବେ ଯୋଗ ଦେଇ ଦିବସ ପାଳନର ଆଭିମୁଖ୍ୟ ବର୍ଣ୍ଣନା କରିଥିଲେ । କମିଟି ସମ୍ପାଦକ ଯୁବ ଆଚାର୍ଯ୍ୟ ଜ୍ୟୋତିରଞ୍ଜନ ମହାନ୍ତଙ୍କ ସଂଯୋଜନାରେ ମଞ୍ଚାସୀନ ଅତିଥି ଅଧିକାରୀଙ୍କ ମହନୀୟ ଦିଗଦର୍ଶନ ପରେ ସାଂସ୍କୃତିକ କାର୍ଯ୍ୟକ୍ରମର ଡ୍ୟାନ୍ସ ଧମାକା ଆକର୍ଷଣର କେନ୍ଦ୍ରବିନ୍ଦୁ ଥିଲା ।ଓଡିଶୀ,ବିହୁ,ସମ୍ବଲପୁରୀ,ଭଜନ,ଦେଶାତ୍ମବୋଧକ ଆଦି ପାରମ୍ପରିକ ନୃତ୍ୟ ଓ ଲୋକନୃତ୍ୟ ସହ ଆଧୁନିକ ସଂଗୀତ ନୃତ୍ୟର ଝଲକ କିଛି ସମୟ ପାଇଁ ମାଟି ଓ ବାୟୁମଣ୍ଡଳକୁ ଚଳଚଂଚଳ କରିଦେଇଥିଲା । ଏହି ପ୍ରଦର୍ଶିତ ନୃତ୍ୟ ପ୍ରତିଯୋଗୀତାରେ ସୁଶ୍ରୀ ମନୀଷା ମଞ୍ଜରୀ ପଧାନ ପ୍ରଥମ, ସୁଶ୍ରୀ ଶ୍ରାବଣୀ ପଧାନ ଦ୍ଵିତୀୟ ଓ ସୁଶ୍ରୀ ଅର୍ଚ୍ଚିତା ନାୟକ ତୃତୀୟ ସ୍ଥାନ ଅଧିକାର କରି ଅତିଥିଙ୍କ ଠାରୁ ପ୍ରମାଣପତ୍ର ଓ ପୁରସ୍କାର ଗ୍ରହଣ କରିଥିଲେ । ଶିଶୁ ନୃତ୍ୟ ଶିଳ୍ପୀ ସୀମା ପେଣ୍ଠେଇ,ଦେବକୀ ପେଣ୍ଠେଇ,ଲିଜା ପେଣ୍ଠେଇ,ଲିଜା ମୁଣ୍ଡା ଆଦିଙ୍କ ଚମତ୍କାର ନୃତ୍ୟ ପ୍ରଦର୍ଶନ ସହ ସୁଭଦ୍ରା ଗ୍ରୁପ୍,ଶିବାନୀ ଗ୍ରୁପ୍ ଓ ପାଖାପାଖି ୨୫ଟି ଅଭିନବ ନୃତ୍ୟର ଚମକରେ ମଞ୍ଚ ଦୁଲୁକି ଉଠିଥିଲା।ସାଂସ୍କୃତିକ ମଞ୍ଚ ସଂଯୋଜନା ଶିକ୍ଷକ ଉଦୟ ନାଥ ପ୍ରଧାନ ଓ ଯୁବ ଉପସ୍ଥାପକ ହରିହର କିଶାନଙ୍କ ଦ୍ଵାରା ପରିଚାଳିତ ହୋଇଥିବା ବେଳେ ସମସ୍ତ କମିଟି ସଦସ୍ୟଙ୍କ ସକ୍ରିୟ ସହଯୋଗ ଓ ଆନ୍ତରିକତାର ବ୍ୟବସ୍ଥା ପରିଚାଳନା ଖୁବ୍ ସୁନ୍ଦର ଆଉ ଚିତ୍ତାକର୍ଷକ ଥିଲା। ଏହି ଶିବରାତ୍ରି ଜାଗର ଯାତ୍ରା କାର୍ଯ୍ୟକ୍ରମରେ ବାଲେଶ୍ଵର ସାମ୍ବାଦିକ ନରେନ୍ଦ୍ର ପ୍ରସାଦ ବେହେରା ଯୋଗଦେଇ ପ୍ରଭୁଙ୍କୁ ଦର୍ଶନ କରିବା ସହିତ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ ।

ବାଲେଶ୍ଵରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *