02/13/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ସଇଁନ୍ତଲା ଥାନା ଅନ୍ତର୍ଗତ ଭେରୁଆଁଭଟାରେ ବଜ୍ରାଘାତରେ ମା ମୃତ, ପୁଅ ଗୁରୁତର

ବେଲଗାଁ (ସଖପ୍ର): ସଇଁନ୍ତଲା ଥାନା ଅନ୍ତର୍ଗତ ଭେରୁଆଁଭଟାରେ ବଜ୍ରାଘାତରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବାବେଳେ ତାଙ୍କ ପୁଅ ଗୁରୁତର ହୋଇପଡିଥିବା ବିଷୟ ଚାଂଚଲ୍ୟ ସୃଷ୍ଟି କରିଛି। ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, ଆଜି ଅପରାହ୍ନରେ ଭେରୁଆଁଭଟା ଗ୍ରାମର ସ୍ୱର୍ଗତ କଲାକାହ୍ନୁ ସାହୁଙ୍କ ପତ୍ନୀ ରେବତି ସାହୁ (୪୦) ତାଙ୍କ ପୁଅ ଭିଭି (୧୨)ଙ୍କ ସହ ନିଜ ଚାଷ ଜମିକୁ ଘାସ ବାଛିବା ପାଇଁ ଯାଇଥିଲେ। ତେବେ ଅଚାନକ ଘଡଘଡି ବିଜୁଳି ଆରମ୍ଭ ହୋଇଥିଲା। ସେହି ସମୟରେ କ୍ଷେତରେ ଥିବା ମାଆ ଓ ପୁଅ ବଜ୍ରାଘାତର ଶିକାର ହୋଇଥିଲେ। ଘଟଣାସ୍ଥଳରେ ହିଁ ମାଆ ରେବତି ବଜ୍ରାଘାତରେ ଟଳି ପଡିଥିଲେ। ପୁଅ ଭିଭି ଗୁରୁତର ହୋଇଥିବାବେଳେ ତାକୁ ପ୍ରଥମେ ସଇଁନ୍ତଲା ଡାକ୍ତରଖାନା ଏବଂ ସେଠାରୁ ବଲାଙ୍ଗିର ଭିମଭୋଇ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି। ଘଟଣା ନେଇ ସଇଁନ୍ତଲା ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ ସହ ଅଧିକ ତଦନ୍ତ ଜାରି ରଖିଛି। ମୃତକ ମହିଳାଙ୍କର ଚାରି ଝିଅ ତଥା ଗୋଟିଏ ପୁଅ ଥିବା ଜଣାପଡିଛି। ପରିବାରରେ ଏଭଳି ଦୁଃଖ ନେଇ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳି ଯାଇଛି।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *