ସଂରକ୍ଷଣ ବ୍ୟବସ୍ଥା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ କାର୍ଯ୍ୟକ୍ରମ

ଜୟପୁର, ୧୬/୫:- ପଛୁଆ ବର୍ଗ ସାମୁଖ୍ୟର ଏକ ବୈଠକ ଜୟପୁର ଯାଦବ ଭବନରେ ଅନୁଷ୍ଠିତ ହୋଇଯାଇଛି । ସାଧାରଣ ସମ୍ପାଦକ ରାଜେନ୍ଦ୍ର କୁମାର ଗୌଡ଼ଙ୍କ ଆବାହନକ୍ରମେ ଆୟୋଜିତ ଏହି ବୈଠକରେ ପଛୁଆବର୍ଗଙ୍କ ସାମ୍ବିଧାନିକ ହକ ଓ ଅଧିକାର ପାଇଁ ଆଲୋଚନା ହୋଇଥିଲା । ଜିଲ୍ଲା ସଭାପତି ମଦନ ମୋହନ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକକୁ କାର୍ଯକାରୀ ସଭାପତି ପରମେଶ୍ବର ପାତ୍ର ପରିଚାଳନା କରିଥିଲେ। ଜିଲ୍ଲା ସହ ସମ୍ପାଦକ ରାଜେନ୍ଦ୍ର ଜେନା, କୋଷାଧ୍ୟକ୍ଷ ଚନ୍ଦ୍ରକାନ୍ତ ସୂତାର, ଆଇନପରାମର୍ଶଦାତା ଶ୍ରୀମତୀ ସୁଜାତା ଆଚାରି, ଉପଦେଷ୍ଟା ଡାକ୍ତର ସୁଦର୍ଶନ ଗୌଡ଼, ଉପ ସଭାପତି ତୁଳସୀ ବେହେରା ପ୍ରମୁଖ ଯୋଗଦେଇଥିଲେ। ଓବିସି ମାନଙ୍କ ସାମ୍ବିଧାନିକ ହକ, ଅଧିକାର ଓ ସମାନୁପାତିକ ପ୍ରତିନିଧିତ୍ବ, ଜନଗଣନା, ଉଚ୍ଚଶିକ୍ଷା, ବୃତ୍ତିଗତ ଶିକ୍ଷା, ନିଯୁକ୍ତିରେ ଓବିସିଙ୍କୁ ୨୭% ସ୍ଥାନ ସଂରକ୍ଷଣ ସହ ଏହି ବର୍ଗର ଯୁବକ, ଯୁବତୀଙ୍କୁ ଉଚ୍ଚ ପଦ ପଦବୀରେ ନିଯୁକ୍ତି ପାଇଁ ଜିଲ୍ଲା ସ୍ତରରେ ମାଗଣାରେ କୋଚିଂ ବ୍ୟବସ୍ଥା ଉପରେ ଆଲୋଚନା କରିଥିଲେ। ବର୍ତ୍ତମାନ ରାଜ୍ୟ ସରକାରଙ୍କ ପକ୍ଷରୁ ଓବିସି ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷା କ୍ଷେତ୍ରରେ ଘୋଷଣା କରାଯାଇଥିବା ସଂରକ୍ଷଣ ଶତକଡା ୧୧.୨୫ ପ୍ରତିଶତକୁ ସଭା ପକ୍ଷରୁ ମୋହନ ଚରଣ ମାଝି ସରକାରଙ୍କ ନିଷ୍ପତ୍ତିକୁ ସ୍ବାଗତ ଜଣାଯାଇଛି। ଏହାକୁ ୨୭ ପ୍ରତିଶତକୁ ବୃଦ୍ଧି କରିବାକୁ ଆଗାମୀଦିନରେ ଦାବି କରାଯିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଥିଲା। ଏହି କ୍ରମରେ ଅଗାମି ଦିନରେ ଓବିସି ସମାଜକୁ ସୁସଂଗଠିତ କରି ଆଗକୁ ବଢ଼େଇବା ପାଇଁ ଏହି ବୈଠକରେ ଆଲୋଚନା ହୋଇଥିଲା। ଶେଷରେ ଯୁଗ୍ମ ସଂପାଦକ ଗଜେନ୍ଦ୍ର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ପ୍ରଦୀପ ନାୟକ, ହରି ଗୌଡ଼, ରାମ ଚନ୍ଦ୍ର ମହାଙ୍କୁଡ, ବୈଜୟନ୍ତୀ ନାୟକ, ରମେଶ ଚନ୍ଦ୍ର ବେହେରା, ରବି ଗୌଡ଼ ପ୍ରମୁଖ ଉପସ୍ଥିତ ଥିଲେ ।