ଶ୍ରୀ ଜଗନ୍ନାଥ ଏଜୁକେସନାଲ ଏବଂ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଖାଦ୍ୟ ବଣ୍ଟନ

ବ୍ରହ୍ମପୁର ୨୬/୦୩(ସଖପ୍ର): ଶୁକ୍ରବାର ଦିନ ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକର ବ୍ରାହ୍ମଣଛାଇ ଗ୍ରାମର ଶ୍ରୀ ଜଗନ୍ନାଥ ଏଜୁକେସନାଲ ଏବଂ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ବ୍ରହ୍ମପୁର ରେଳ ଷ୍ଟେସନ, ନୂଆ ବସଷ୍ଟାଣ୍ଡ ଓ ବଡ ମେଡିକାଲ ପରିସରରେ ଖଟିଖିଆ ଶ୍ରମିକ ଏବଂ ଗରିବ ଶ୍ରେଣୀର ଲୋକ ମାନଙ୍କୁ ମାଗଣାରେ ଖାଦ୍ୟ ବଣ୍ଟନ କରାଯାଇଛି। ଟ୍ରଷ୍ଟର ଅଧ୍ୟକ୍ଷ ଶ୍ରୀ ଶଙ୍କର ପୃଷ୍ଟି ମଧ୍ୟ ନିଜେ ଉପସ୍ଥିତ ରହି ଖାଦ୍ୟ ବଣ୍ଟନ କାର୍ଯ୍ୟକ୍ରମକୁ ସୁଚାର ରୂପେ ପରିଚାଳନା କରିଥିଲେ। ଆଗାମୀ ଦିନରେ ଟ୍ରଷ୍ଟ ପକ୍ଷରୁ ବିଭିନ୍ନ ପ୍ରକାର ଜନକଲ୍ୟାଣ କାର୍ଯ୍ୟକରିବା ସହ ଗରିବ ଆଦିବାସୀ ଓ ହରିଜନ ପିଲାଙ୍କ ଶିକ୍ଷାର ବିକାଶ ଏବଂ ବେକାର ସମସ୍ୟାକୁ ଦୂର କରିବା ନିମନ୍ତେ ଟ୍ରଷ୍ଟ ପକ୍ଷରୁ ପ୍ରୟାସ ଜାରି ରହିବ ଏବଂ ଆସନ୍ତା ଦିନରେ ରକ୍ତ ଭଣ୍ଡାରର ରକ୍ତ ଅଭାବକୁ ଦୂର କରିବା ନିମନ୍ତେ ଏକ ରକ୍ତଦାନ ଶିବିରର କାର୍ଯ୍ୟକ୍ରମ ମଧ୍ୟ କରାଯିବାର ଯୋଜନା ରହିଛି ବୋଲି ଶ୍ରୀ ଶଙ୍କର ପୃଷ୍ଟି କହିଥିଲେ।
ଗଞ୍ଜାମ ଜିଲ୍ଲା ପ୍ରତିନିଧି ନିବାସୀ ଗୌଡଙ୍କ ସହ ଗଜେନ୍ଦ୍ର କୁମାର ସାହୁ