03/27/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଶ୍ରୀଯୁକ୍ତ ନରେନ୍ଦ୍ର କାନ୍ଦୁଲିଆ ଜିଲ୍ଲା ଆଦିବାସୀ ମୋର୍ଚ୍ଚା ସଭାପତି ମନୋନୀତ

କୋରାପୁଟଜିଲ୍ଲା(ସଖପ୍ର): ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କ ଅନୁମୋଦନ କ୍ରମେ ବୈପାରିଗୁଡା ବ୍ଲକର ପୂର୍ବତନ ଅଧ୍ୟକ୍ଷ ତଥା କୋରାପୁଟ ଜିଲ୍ଲାର ପୂର୍ବତନ ଜିଲ୍ଲା ଆଦିବାସୀ ମୋର୍ଚ୍ଚା ସଭାପତି ଶ୍ରୀଯୁକ୍ତ ନରେନ୍ଦ୍ର କାନ୍ଦୁଲିଆଙ୍କୁ ଦ୍ବିତୀୟ ଥର ପାଇଁ ଜିଲ୍ଲା ଆଦିବାସୀ ମୋର୍ଚ୍ଚା ସଭାପତି ଭାବେ ମନୋନୀତ କରାଯାଇଛି । ଶ୍ରୀ କାନ୍ଦୁଲିଆ ୨୦୦୨ ମସିହାରୁ ତାଙ୍କର ରାଜନୈତିକ ଜୀବନ ଆରମ୍ଭ କରିଥିଲେ । ୨୦୦୨ ମସିହାରେ ସେ ପ୍ରଥମେ ବାଲିଗାଁ ପଞ୍ଚାୟତର ସମିତି ସଭ୍ୟ ରୂପେ ନିର୍ବାଚିତ ହେବା ପରେ ବ୍ଲକରେ ବିଜେଡ଼ି ପକ୍ଷରୁ ପଞ୍ଚାୟତ ସମିତି ଅଧ୍ୟକ୍ଷ ହୋଇପାରିଥିଲେ । ଏହି ପଦବୀରେ ଶ୍ରୀ କାନ୍ଦୁଲିଆ ୨୦୦୨ ରୁ ୨୦୦୭ ମସିହା ପର୍ଯ୍ୟନ୍ତ କାର୍ଯ୍ୟ ଭାର ତୁଲାଇଥିଲେ । ଏହା ପରେ ପରେ ସେ ୨୦୧୪ ମସିହାରୁ ୨୦୧୮ ମସିହା ପର୍ଯ୍ୟନ୍ତ ବିଜେଡିର ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀଙ୍କ ଏମ.ପି ପ୍ରତିନିଧି ଭାବେ ବୈପାରିଗୁଡା ବ୍ଲକ ରେ କାର୍ଯ୍ୟ ଭାର ତୁଲାଇଲେ । ଏହା ପରେ ସେ ବିଜେଡ଼ି ପ୍ରତି ଅସନ୍ତୁଷ୍ଟ ହୋଇ ୨୦୧୮ ମସିହାରେ ବିଜେଡ଼ି ଛାଡ଼ି ବିଜେପିରେ ଯୋଗ ଦେଇଥିଲେ । ବିଜେପିରେ ଯୋଗ ଦେବାର କିଛି ମାସ ପରେ ଶ୍ରୀ କାନ୍ଦୁଲିଆଙ୍କୁ ଜିଲ୍ଲା ଆଦିବାସୀ ମୋର୍ଚ୍ଚା ସଭାପତି ଭାବେ ଚୟନ କରାଯାଇଥିଲା । ଏହି କାର୍ଯ୍ୟ ସେ ବେଶ ସୁରୁଖୁରୁରେ ତୁଲାଇ ଥିବାରୁ ଶ୍ରୀ କାନ୍ଦୁଲିଆଙ୍କ ଉପରେ ଆଶା ପ୍ରକଟ କରି, ଭରସା ରଖି ୨ୟ ଥର ପାଇଁ ବିଜେପି ଜିଲ୍ଲା ଆଦିବାସୀ ମୋର୍ଚ୍ଚା ସଭାପତି ଭାବେ ମନୋନୀତ କରିଛନ୍ତି । ନୂଆ ଦାୟିତ୍ୱ ମିଳିବା ପରେ ଶ୍ରୀ କାନ୍ଦୁଲିଆଙ୍କୁ ଜୟପୁର ବିଧାୟକ ପ୍ରାର୍ଥୀ ଶ୍ରୀଯୁକ୍ତ ଗୌତମ ସାମନ୍ତରାୟ,ଜିଲ୍ଲା ସଭାପତି ସୁମନ୍ତ ପ୍ରଧାନ, ଧନପତି ନାୟକ, ରାଜେନ୍ଦ୍ର କୁମାର ଗୌଡ଼,ଏନ. ହରିପ୍ରସାଦ ପ୍ରମୁଖ ଶୁଭେଚ୍ଛା ଜ୍ଞାପନ କରିବା ସହ ଆଗାମୀ ଦିନରେ ବିଜେପି କୋରାପୁଟ ଜିଲ୍ଲାରେ ଅଧିକା ମଜବୁତ ହେବ ବୋଲି ଦଳୀୟ କର୍ମୀ ମତ ପ୍ରକାଶ କରିଛନ୍ତି।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *