04/24/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଶ୍ରୀମନ୍ଦିରରେ ମହାବାହୁଙ୍କୁ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ

ପୁରୀ: ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଦର୍ଶନ ସାରି ଫେରିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମହାମାରୀ ପରେ ପ୍ରଥମ ଥର ଶ୍ରୀଜିଉଙ୍କୁ ଦର୍ଶନ କଲି, ଲୋକଙ୍କ ସୁଖ, ଶାନ୍ତି ଓ ସମୃଦ୍ଧି ପାଇଁ ପ୍ରାର୍ଥନା କଲି’ ବୋଲି ପ୍ରତିକ୍ରିୟା ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହ ଶ୍ରୀମନ୍ଦିର ଶ୍ରୀବୃଦ୍ଧି ପାଇଁ ତ୍ୟାଗ କରିଥିବା ପୁରୀବାସୀଙ୍କୁ  କୃତଜ୍ଞତା  ଜଣାଇଛନ୍ତି । ଶ୍ରୀମନ୍ଦିର ବିକାଶ କାମ କେହି ଅଟକାଇ ପାରିବେ ନାହିଁ । ନୂଆ ବାଇ’ଲକୁ କେନ୍ଦ୍ର ସରକାର ପ୍ରତ୍ୟାହାର କରନ୍ତୁ କହିଲେ ମୁଖ୍ୟମନ୍ତ୍ରୀ । ସେହିପରି ମହାମାରୀ ପରେ ସେ ଶ୍ରୀଜୀଉଙ୍କୁ ଦର୍ଶନ ସୁଯୋଗ ପାଇଥିବାରୁ ଖୁସିଥିବା କହିଲେ ମୁଖ୍ୟମନ୍ତ୍ରୀ ।   ପୁରୀ ତାଳବଣିଆ ହେଲିପ୍ୟାଡରେ ମୁଖ୍ୟମନ୍ତ୍ରୀ ପୁରୀରେ ପହଞ୍ଚିଥିଲେ । କୋଭିଡ ମହାମାରୀ ସଙ୍କଟ ଭିତରେ ପ୍ରଥମ ଥର ମୁଖ୍ୟମନ୍ତ୍ରୀ ମହାପ୍ରଭୁଙ୍କ ଆଶିଷ ନେଉଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ବେଳେ  ପୁରୀ ଜିଲ୍ଲାପାଳ, ଏସପି, ଶ୍ରୀମନ୍ଦିର ମୁଖ୍ୟପ୍ରଶାସକ, ନୀତି ପ୍ରଶାସକ ସମେତ ବରିଷ୍ଠ ସେବାୟତ ପ୍ରମୁଖ ଉପସ୍ଥିତ ରହି ମୁଖ୍ୟମନ୍ତ୍ରୀଙ୍କୁ ସ୍ବାଗତ କରିଥିଲେ ।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *