November 18, 2025

Sabubarga Khabar

All category news

ଶ୍ରୀମନ୍ଦିରରୁ ହଟିଲା ଏସଓପି ଓ ଜାରି ହେବ ନୂଆ ଦର୍ଶନ ବ୍ୟବସ୍ଥା

ପୁରୀ: ହଟିଲା ଏସଓପି ଓ ଜାରି ହେବ ନୂଆ ଦର୍ଶନ ବ୍ୟବସ୍ଥା। ଶ୍ରୀମନ୍ଦିରରେ ଜଗା ଦର୍ଶନ ପାଇଁ ଆଜି ଠାରୁ ଲାଗୁ ହେଉଛି ନୂଆ ଏସଓପି। ଏଣିକି ରବିବାର ଦର୍ଶନ ଥିବା କଟକଣା ଉଠାଇ ଦିଆଯାଇଥିଵା ବେଳେ ଆଜିଠାରୁ ଶ୍ରୀମନ୍ଦିର ଆନନ୍ଦବଜାର ପରିସରରେ ମହାପ୍ରସାଦ ସେବନ କରିପାରିବେ ଶ୍ରଦ୍ଧାଳୁ। ନୂଆ ଦର୍ଶନ ବ୍ୟବସ୍ଥା ନେଇ ଆଜି ପୋଲିସ ପକ୍ଷରୁ ମକଡ୍ରିଲ୍ କରାଯାଇଥିଲା। ଜାରି ହୋଇଥିବା ଏସଓପିକୁ କଡାକଡି ଲାଗୁ କରିବା ସହ ଭକ୍ତ ମାନଙ୍କ ଶୃଙ୍ଖଳିତ ଓ ସୁରକ୍ଷିତ ଦର୍ଶନ ଉପରେ ପ୍ରଶାସନ ଗୁରୁତ୍ୱ ଦେଇଛି। ରବିବାର ଦର୍ଶନ ଜାରି ରହୁଥିବାରୁ ଆସନ୍ତା ରବିବାରରେ ପଡୁଥିବା ପଦ୍ମବେଶକୁ ମଧ୍ୟ ଭକ୍ତମାନେ ଦେଖିବା ପାଇଁ ସୁଯୋଗ ପାଇବେ। ନୂଆ ଏସଓପି ଜାରି ପୂର୍ବରୁ ଭକ୍ତଙ୍କ ଭାବାବେଗକୁ ଦୃଷ୍ଟିରେ ରଖି ପ୍ରଶାସନ ସମ୍ପୂର୍ଣ୍ଣ ଭାବେ ବ୍ୟାରିକେଡିଂର ବ୍ୟବସ୍ଥାକୁ ହଟାଇଛି। ଅନ୍ୟପଟେ ପ୍ରଶାସନର ଏଭଳି ସକାରତ୍ମକ ନିଷ୍ପତ୍ତିକୁ ଭକ୍ତମାନେ ସ୍ୱାଗତ କରିଛନ୍ତି।

Leave a Reply

Your email address will not be published. Required fields are marked *

ସବୁବର୍ଗ ଖବର | Newsphere by AF themes.