01/16/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଶ୍ରାବଣୀ ପ୍ରକଳ୍ପର ପୂର୍ବତନ କର୍ମଚାରୀଙ୍କ ବିରୁଦ୍ଧରେ ଥାନାରେ ଏତଲା

କୋରାପୁଟଜିଲ୍ଲା(ସଖପ୍ର):କୋଟପାଡ଼ ବ୍ଲକ ଅନ୍ତର୍ଗତ ଛତର୍ଲା ପଞ୍ଚାୟତର ଗୁଲୁମୀ ଗ୍ରାମରେ ଥିବା ଶ୍ରାବଣୀ ଏନର୍ଜି ପ୍ରାଇଭେଟ ଲିମିଟେଡର ପୂର୍ବତନ କର୍ମଚାରୀ ମୀନକେତନ ଦାସଙ୍କ ବିରୁଦ୍ଧରେ କୋଟପାଡ ଥାନାରେ ଏକ ଏତଲା ଦିଆଯାଇଛି । ପ୍ରକଳ୍ପର ପରିଚାଳନା ନିର୍ଦ୍ଦେଶକ ଏମ୍.ପ୍ରଶାନ୍ତ ରାଓ ଶୁକ୍ରବାର ଏତଲା ଦେଇଛନ୍ତି । କର୍ମଚାରୀ ଜଣକ ବନ ବିଭାଗ ପକ୍ଷରୁ କ୍ଲିଅରାନସ କରାଇବା ସହ କୌଣସି ଲୋକ ପ୍ରତିନିଧିଙ୍କ ହସ୍ତକ୍ଷେପ ରହିବ ନାହିଁ ବୋଲି କହି ୭୫ ଲକ୍ଷରୁ ଉର୍ଦ୍ଧ୍ଵ ନଗଦ ଟଙ୍କା ଆତ୍ମସାତ କରିଥିବା ସହ ଗୋଟିଏ ବାଇକ୍ ଓ ୨ଟି କାର ହାତେଇ ଥିବା ଅଭିଯୋଗ ହୋଇଛି । ଏ ନେଇ ତଦନ୍ତକାରୀ ଅଫିସର ଶ୍ରୀ ଝାଡେଶ୍ବର ସେଠୀଙ୍କୁ ଯୋଗାଯୋଗକରିବାରୁ ଅଭିଯୋଗ ଅନୁସାରେ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଥିବା ପ୍ରକାଶ କରିଛନ୍ତି ।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *