03/26/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଶ୍ରମ ଆୟୁକ୍ତ ଜୋନାଲ ଶ୍ରମ କମିଶନର ରାୟଗଡାଙ୍କ ପକ୍ଷରୁ ନିର୍ମାଣ ଶ୍ରମିକ ସେବା ସପ୍ତାହ ୨୦୨୦ ପାଳନ

ରାୟଗଡା: ଶ୍ରମ ଆୟୁକ୍ତ ଜୋନାଲ ଶ୍ରମ କମିଶନର ରାୟଗଡାଙ୍କ ପକ୍ଷରୁ ନିର୍ମାଣ ଶ୍ରମିକ ସେବା ସପ୍ତାହ 2020 ପାଳନ କରାଯାଇଛି । ଏହି କାର୍ଯ୍ୟକ୍ରମକୁ ମାନ୍ୟବର ମନ୍ତ୍ରୀ ଅନୁସୂଚିତ ଜାତି ଜନଜାତି ତଥା ପଛୁଆ ବର୍ଗ ଉନ୍ନୟନ ଓଡିଶା ସରକାର ଜଗନ୍ନାଥ ସାରକା ମୁଖ୍ୟଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ।ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ରୂପେ ରାଜ୍ୟ ସଭା ସାଂସଦ ଏନ ଭାସ୍କର ରାଓ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଉପଦେଷ୍ଟା ସୁଧୀର ଦାସ, ରାୟଗଡା ବିଧାୟକ ମକରନ୍ଦ ମୁଦୁଲି ଯୋଗ ଦେଇଥିଲେ ।ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ମାଣ ଶ୍ରମିକଙ୍କ ନିମନ୍ତେ ଯେଉଁ ଯୋଜନାମାନ କରିଛନ୍ତି ସେହି ବିଷୟରେ ମନ୍ତ୍ରୀ ସୂଚନା ଦେଇଥିଲେ ଓ ନିର୍ମାଣ ଶ୍ରମିକଙ୍କ ପାଇଁ ଉଦିଷ୍ଟ କଲ୍ୟାଣକାରୀ ଯୋଜନା ଶିକ୍ଷା ବୃତ୍ତି ସହାୟତା, ବିବାହ ସହାୟତା, ପ୍ରସୂତିକାଳୀନ ସହାୟତା, ମୃତ୍ୟୁ କାଳୀନ ସହାୟତା ଓ ଅନ୍ତେଷ୍ଟିକ୍ରିୟା ସହାୟତା ପାଇଁ ସର୍ବମୋଟ 2580ହିତାଧିକାରୀଙ୍କୁ 4, 47, 67, 000 ଟଙ୍କାର ସହାୟତା ରାଶି ବଣ୍ଟନ କରିଥିଲେ। ଜ଼ିଲ୍ଲାର 11ଗୋଟି ବ୍ଲକର ନିର୍ମାଣ ଶ୍ରମିକ ହିତାଧିକାରୀ ମାନେ ଯୋଗ ଦେଇଥିଲେ। ଏହା ସହିତ ବିଭିନ୍ନ ବ୍ଲକର ଅଧ୍ୟକ୍ଷ ଅଧ୍ୟକ୍ଷା ମାନେ ମଧ୍ୟ ଯୋଗ ଦେଇଥିଲେ । ସହକାରୀ ଶ୍ରମ ଅଧିକାରୀ ଛୋଟ ରାୟ ଟୁଡୁ, ବିଭାଗୀୟ ଶ୍ରମ ଆୟୁକ୍ତ ପ୍ରଶାନ୍ତ କୁମାର ତ୍ରିପାଠୀ ଓ ଗ୍ରାମୀଣ ଶ୍ରମ ନିରୀକ୍ଷକ ଚୈତନ୍ୟ ମାଝୀ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଏଥିରେ ସହଯୋଗ କରିଥିଲେ।

ରାୟଗଡାରୁ ଅମୁଲ୍ୟ ନିଶଙ୍କ,ଙ୍କ ରିପୋର୍ଟ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *