12/15/2024

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଶ୍ରମିକ ସ୍ଵତନ୍ତ୍ର ରେଳ ଯୋଗେ ତେଲେଙ୍ଗାନାରୁ ଆସିଲେ ୧୬୦ଜଣ ପ୍ରବାସୀ ଓଡ଼ିଆ ଶ୍ରମିକ

ରାୟଗଡ଼ା ଜ଼ିଲ୍ଲା:( ପ୍ରତିନିଧି ଅମୁଲ୍ୟ ନିଶଙ୍କ) ପ୍ରବାସୀ ଓଡ଼ିଆ ଶ୍ରମିକ ତେଲଙ୍ଗାନା ପ୍ରଦେଶରେ ବିଭନ୍ନ ସ୍ଥାନକୁ ରୋଜଗାର କରିବା ପାଇଁ ଆମ ରାଜ୍ୟର ଗଜପତି, ରାୟଗଡା,କୋରାପୁଟ, ନବରଙ୍ଗପୁର, କନ୍ଧମାଳ, ଓ ମାଲକାନଗିରି ଜିଲ୍ଲାରୁ ଯାଇଥିଲେ । କରୋନା ଲକଡାଉନ ହେବା ଫଳରେ ବିଭନ୍ନ ସମସ୍ୟାର ସମ୍ମୁଖୀନ ହେବା ଫଳରେ ସେଠାରୁ ସ୍ଵତନ୍ତ୍ର ରେଳ ଯୋଗେ ଆଜି ସେମାନେ ରାୟଗଡ଼ା ପହଞ୍ଚିଛନ୍ତି । ଗଜପତିରୁ ୪୦ଜଣ,ରାୟଗଡ଼ାର ୧୫ଜଣ, କୋରାପୁଟର ୨୪ଜଣ, ନବରଙ୍ଗପୁର ଜିଲ୍ଲାର ୩୧ଜଣ, କନ୍ଧମାଳର 7ଜଣ ଓ ମାଲକାନଗିରି ଜିଲ୍ଲାର ୪୩ଜଣ ମିଶି ସର୍ବମୋଟ ୧୬୦ଜଣ ଶ୍ରମିକ ଆଜି ରାୟଗଡ଼ା ପହଞ୍ଚିଲେ। ସେହି ଶ୍ରମିକମାନଙ୍କୁ ରାୟଗଡା ଜିଲ୍ଲାପାଳ ଶ୍ରୀ ପ୍ରମୋଦ କୁମାର ବେହେରା, ଅତିରିକ୍ତ ଜିଲ୍ଲା ପାଳ ଶ୍ରୀ ଶରତ ଚନ୍ଦ୍ର ପଣ୍ଡା, ପିଡି,ଡି.ଆର ଡି.ଏ, ଶ୍ରୀ ଅମ୍ରିତ ରୁତୁରାଜ, ଗୁଣପୁର ଉପଜିଲ୍ଲାପାଳ ଶ୍ରୀ ବି.ଏସ.ବଳୀରାମ,ଉପଜିଲ୍ଲାପାଳ ରାୟଗଡ଼ା ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ ପ୍ରମୂଖ ଉପସ୍ଥିତ ରହି ପ୍ରବାସୀ ଶ୍ରମିକ ମାନଙ୍କୁ ସ୍ବାଗତ କରିଥିଲେ ଓ ସଂପୃକ୍ତ ଜିଲା ଅଧିକାରୀ ମାନଙ୍କୁ ହସ୍ତାନ୍ତର କରିଥିଲେ ।
ଏହା ବ୍ୟତିତ ଜିଲ୍ଲା ସୀମା ଅତିକ୍ରମ କରି ଅନ୍ୟରାଜ୍ୟରୁ ଆସି ରାୟଗଡ଼ାର ବିଭିନ୍ନ ଅଭ୍ୟର୍ଥନା କେନ୍ଦ୍ରମାନଙ୍କରେ ଯଥା- ବିଲୁସୁ,ଅଶୋକ କଲ୍ୟାଣ ମଣ୍ଡପ, ଠକର ବାପା ଆଶ୍ରମ ଓ କୋଲନାରାର ମିଟସରେ ରହିଥିବା ବଲାଙ୍ଗୀର ୬୯୨ଜଣ, ନୂଆପଡ଼ା୫୯ଜଣ, ସୋନପୁର ଜିଲ୍ଲାର ୧୯ଜଣ, ସମ୍ବଲପୁରରୁ ଜଣେ, ସୁନ୍ଦରଗଡ ଜଣେ ଓ ଦେବଗଡ ଜିଲ୍ଲାର ୩ଜଣ ସର୍ବ ମୋଟ ୭୫୬ଜଣ ଶ୍ରମିକମାନଙ୍କୁ ନିଜ ନିଜ ଜିଲ୍ଲାକୁ ୧୬ ଗୋଟି ବସ ଯୋଗେ ଗତକାଲି ତା.୧୯.୦୫.୨୦ରିଖରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପଣ୍ଡା, ଉପଜିଲ୍ଲାପାଳ ଶ୍ରୀ ପ୍ରଧାନ ଓ ଆରଟିଓ ଶ୍ରୀ ଦିଲ୍ଲୀପ କୁମାର ଦଳାଇ ରାତି ୧୨ଟା ପର୍ଯ୍ୟନ୍ତ ରହି ଏତେ ସଂଖ୍ୟକ ଶ୍ରମିକ ପଠାଇଥିଲେ ।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *