02/13/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଶେଷରେ ସ୍ୱାସ୍ଥ୍ୟ ବିଭାଗ ନେଲା ପଦକ୍ଷେପ…

ମାଲକାନଗିରି,(ସଖପ୍ର):ରାଜ୍ୟର ବିଭିନ୍ନ ଖବରକାଗଜରେ କୁଡୁମୁଲୁଗୁମ୍ମା ସ୍ଥିତ ଗୁଣ୍ଡୁରିଗୁଡା ଗ୍ରାମର ମୀନକେତନ ସାହୁଙ୍କ ଦିବ୍ୟାଙ୍ଗ ପୁତ୍ର ବିଶ୍ୱଜିତ ସାହୁ ଙ୍କ ଅକ୍ଷମତା ଓ ପ୍ରଶାସନିକ ସହାୟତା ବିଷୟରେ ଖବର ପ୍ରକାଶିତ ହେଲାପରେ ଆଜି କୁଡୁମୁଲୁଗୁମ୍ମା ସ୍ୱାସ୍ଥ୍ୟ କେନ୍ଦ୍ରର ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ସନ୍ତୋଷ କୁମାର ଷଡଙ୍ଗୀ ଓ ଆଉଜଣେ ସହ ଚିକିତ୍ସାଧିକାରୀ ଉକ୍ତ ଗ୍ରାମକୁ ଯାଇ ବିଶ୍ୱଜିତଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ ଓ ଉପରୋକ୍ତ ବିଷୟର ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଙ୍କୁ ଅବଗତ କରାଇଥିଲେ । ଏହାପରେ ଗାଡି ମାଧ୍ୟମରେ ବିଶ୍ଵଜିତଙ୍କ ଉଚ୍ଚତର ଚିକିତ୍ସା ନିମନ୍ତେ ଜିଲ୍ଲା ସଦର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି । ପୁଅର ଭଲ ଚିକିତ୍ସା ପାଇଁ ଆଶା ବାନ୍ଧିଥିବା ମୀନକେତନ ଖୁସି ଜାହିର କରିଛନ୍ତି ଓ କହିଛନ୍ତି ଉତ୍ତମ ଚିକିତ୍ସା କରାଗଲେ ତାଙ୍କ ଦିବ୍ୟାଙ୍ଗ ପୁଅ ଅନ୍ୟ ମାନଙ୍କ ଭଳି ସାଧାରଣ ଜୀବନଯାପନ କରିପାରିବ ।

ମାଲକାନଗିରି ପ୍ରତିନିଧି ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *