02/18/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଶେଷରେ ନିଜେ ରାସ୍ତା ମରାମତି କଲେ ଗ୍ରାମବାସୀ…

ମାଲକାନଗିରି (ସ.ଖ.ପ୍ର):ମାଲକାନଗିରି ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ଅଂଚଳର ରାସ୍ତା ଅତି ଶୋଚନୀୟ ହୋଇପଡିଛି |ଜିଲ୍ଲାର କୋରୁକୋଣ୍ଡା ବ୍ଲକର କୋଇଲିପାରି ଅଂଚଳର ରାସ୍ତା କାଦୁଅ ଭରିଯାଇଥିଲା |ସେହି ଅଂଚଳର ଲୋକେ ଯିବା ଆସିବାରେ ବହୁତ କଷ୍ଟ ଭୋଗୁଥିଲେ |ମୋଟର ସାଇକେଲରେ ଯିବା ସମୟରେ ଲୋକେ କାଦୁଅ ଭିତରେ କେତେଥର ପଡ଼ି ଯାଇଛନ୍ତି |ସରକାରୀ ବାବୁ ମାନଙ୍କୁ କେତେ କହିଲା ପରେ ମଧ୍ୟ କେହି ଶୁଣିଲେ ନାହିଁ |ଶେଷରେ ଗ୍ରାମବାସୀ ନିଜେ ନିଜର ରାସ୍ତା ମରାମତି କରିବା ପାଇଁ ନିଷ୍ପତ୍ତି ନେଇଥିଲେ |କ୍ରସର ଗୁଣ୍ଡ ଆଣି ଗ୍ରାମବାସୀ ନିଜେ ରାସ୍ତାଟିକୁ ଠିକ କରିଥିଲେ |ଏବେ ରାସ୍ତାରେ କାଦୁଅ ହେଉନାହିଁ |ଲୋକେ ସହଜରେ ଯାତାୟାତ କରିପାରୁଛନ୍ତି |ଗ୍ରାମବାସୀ ନିଜେ ନିଜର ରାସ୍ତା ମରାମତି କାରବାକୁ ବୁଦ୍ଧିଜୀବୀ ମାନେ ପ୍ରଶଂସା କରିଛନ୍ତି |

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *