12/15/2024

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଶୁଣିଲାନି ପ୍ରଶାସନ ଗ୍ରାମବାସୀ କଲେ ରାସ୍ତା ନିର୍ମାଣ

ବାଲେଶ୍ଵର, ୧୮/୫–ସରକାର ବିଭିନ୍ନ କ୍ଷେତ୍ରରେ ପାଣିଭଳି ଅର୍ଥ ଖର୍ଚ୍ଚ କରୁଥିବାର ଡିଣ୍ଡିମ ପିଟୁଥିବା ବେଳେ ତା’ର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ସିମୁଳିଆ ବ୍ଲକ ଅଡା ପଞ୍ଚାୟତରେ । ଉକ୍ତ ପଞ୍ଚାୟତର ୯ ନମ୍ବର ୱାର୍ଡର ଛତ୍ରବୁରେଇ ଗ୍ରାମର ଦାସ ସାହି ଯେଉଁଠି କି ଆଦିବାସୀ ଓ କେଳା ସମ୍ପ୍ରଦାୟର ପ୍ରାୟ ୩୦୦ରୁ ଉର୍ଦ୍ଧ୍ବ ଲୋକ ବସବାସ କରନ୍ତି । ଗ୍ରାମର ଲୋକମାନେ ନୀରିହ ଓ ଅଭାବି ଶ୍ରେଣୀର ଅଟନ୍ତି । କୁପାରୀ-ରାଣିତାଲ ରାସ୍ତାରୁ ସେହି ଗ୍ରାମକୁ ଯିବାକୁ ପଡେ , ହେଲେ ଆରମ୍ଭରୁ ହୁମ୍ ପାଇପ୍(ସୁଠ)ଟି ଭାଙ୍ଗି ଦୀର୍ଘ ଦିନ ହେବ ରାସ୍ତା ଖରାପ ହୋଇପଡିବା ଦ୍ବାରା ଯାତାୟାତରେ ବାଧା ସୃଷ୍ଟି ହେଉଥିଲା । ଏପରିକି ଜରୁରୀ କାଳୀନ ପରିସ୍ଥିତିରେ ଦମକଳ କି ଆମ୍ଵୁଲାନସ ଗାଡି ଗ୍ରାମ ଭିତରକୁ ପଶିପାରେ ନାହିଁ । ପ୍ରସୂତିମାନଙ୍କୁ ବୋହିବୋହି ମୁଖ୍ୟ ରାସ୍ତା ଉପରକୁ ଲୋକମାନେ ଆଣିଥାନ୍ତି । ଏ ବାବଦରେ ଗ୍ରାମବାସୀମାନେ ବିଭାଗୀୟ ଅଧିକାରୀ ତଥା ଜିଲ୍ଲା ପ୍ରଶାସନ ପାଖରେ ବାରମ୍ବାର ଅଭିଯୋଗ କରିଆସୁଥିଲେ ମଧ୍ୟ ସମସ୍ତେ ଘୃଣା ଚକ୍ଷୁରେ ଦେଖୁଥିବାର ଜଣାପଡିଛି । ଏଠାରେ ପ୍ରଶ୍ନ ଉଠେ ଯେ ସରକାର ତଥା ବିଭାଗୀୟ ଅଧିକାରୀ, ରାଜନେତା ଓ ମନ୍ତ୍ରୀ ଓଡିଶାର ବିକାଶର ନାରା ଦେଉଥିଲା ବେଳେ ଏମାନଙ୍କ ପାଇଁ ସୁଠଟିଏ ପଡି ରାସ୍ତା ହୋଇପାରିଲାନି ? ଏମାନେ କ’ଣ ଓଡ଼ିଶାର ନୁହନ୍ତି ? ନା ଏମାନଙ୍କ ପାଇଁ କାହାର କିଛି ହିନମନ୍ଯତା ଅଛି ? ବିକାଶ କ’ଣ ଖାଲି ବଡ଼ବଡିଆଙ୍କ ପାଇଁ ? ଏହା କ’ଣ ସରକାରଙ୍କ ପାଇଁ ଲଜ୍ଯାକର ନୁହେଁ ? ଯେଉଁ ସରକାର ବିକାଶର ସ୍ବପ୍ନ ଦେଖୁଛନ୍ତି ଏମାନଙ୍କ ବିକାଶ କ’ଣ ତାଙ୍କ ସ୍ବପ୍ନ ମଧ୍ୟରେ ନାହିଁ ? ତାହେଲେ କେଉଁ କାରଣରୁ ସୁଠଟିଏ ପଡି ହେଇପାରିଲାନି ରାସ୍ତା ? ବିକାଶର ନାରା ଦେଉଥିବା ସରକାରଙ୍କ ପ୍ରତି ଏହା କ’ଣ ଲଜ୍ଯାକର ଘଟଣା ନୁହେଁ କି ? ପ୍ରଶାସନର ଅପାରଗତା ହେତୁ ବର୍ତ୍ତମାନ ରାଜ୍ୟରେ ଜାରି ରହିଥିବା କରୋନା ମହାମାରୀ ପରିସ୍ଥିତିରେ ସାମାଜିକ ଦୂରତାକୁ ଭୁଲିଯାଇ ଶେଷରେ ବାଧ୍ଯହୋଇ ଗ୍ରାମବାସୀମାନେ ଝୋଡି କୋଦାଳ ଧରି ନିର୍ମାଣ କଲେ ରାସ୍ତା । ଅନେକ ସମୟରେ ଅନାବଶ୍ୟକ ସ୍ଥଳେ ସରକାରୀ ଅର୍ଥ ପାଣିଭଳି ଖର୍ଚ୍ଚ ହୋଇପାରୁଥିବା ବେଳେ ଭାଙ୍ଗି ଯାଇଥିବା ସୁଠ ଜାଗାରେ ନୂତନ ସୁଠଟିଏ ପକାଇ ରାସ୍ତା ନିର୍ମାଣ ନକରିବାର କାରଣ କ’ଣ ? ଗ୍ରାମରେ ଅଙ୍ଗନବାଡି ନଥିବାରୁ ଶିକ୍ଷା କ’ଣ ପିଲାମାନେ ଜାଣି ପାରୁନହାନ୍ତି ।ଏଥିସହିତ ବହୁ ଅସୁବିଧାରେ ଚଳୁଛନ୍ତି ମଧ୍ୟ । ଏପରି ବିଭିନ୍ନ ପ୍ରକାର ଗ୍ରାମବାସୀ ମାନଙ୍କୁ ଅବହେଳା କରାଯାଉଥିବାରୁ ସରକାରଙ୍କ ଅପାରଗତାକୁ କାହ୍ନୁ ଦାସ,ଅଜିତ୍ ସିଂ,କଟ ଦାସ,ଭରତ ଦାସ,ଖଗ ଦାସ,ବୀର ସିଂ,ବଳିଆ ଦାସ,ପ୍ରମୋଦ ରଏ,ମଧୁ ସୋରେନ୍,ମାନସ ମାରାଣ୍ଡି,ବାପି ମାରାଣ୍ଡି, ନିରାକାର ଦାସ ପ୍ରମୁଖ ଗ୍ରାମବାସୀମାନେ ନିନ୍ଦା କରିଛନ୍ତି । ଏ ଵାଵଦରେ ବିଭାଗୀୟ ଅଧିକାରୀଙ୍କ ସହିତ ଯୋଗାଯୋଗ କରିବାକୁ ଚେଷ୍ଟା ଯାଇଥିଲେ ମଧ୍ଯ ସମ୍ଭଵ ହୋଇ ପାରିନଥିଲା ।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *