ଶୀରାଗୁଡାରେ କମାର ସମାଜର ସଭା
ମାଲକାନଗିରି :ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଶୀରାଗୁଡା ଗ୍ରାମରେ ଏକ ସଭାର ଆୟୋଜନ କରାଯାଇଥିଲା |ଏହା ଜିଲ୍ଲାର କମାର ସମାଜ ତରଫରୁ ଆୟୋଜନ କରାଯାଇଥିଲା |ଏଥିରେ ମୁଖ୍ୟ ଅତିଥି ରୂପେ ଚିତ୍ରକୋଣ୍ଡା ବିଧାୟକ ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ବାକା |
ସମାଜର ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ |ଏହି ସଭାରେ ଜିଲ୍ଲାର ସମସ୍ତ କାମାରଙ୍କୁ ସରକାର ଙ୍କ ବିଭିନ୍ନ ଯୋଜନା ରେ ଅନ୍ତର୍ଭୁକ୍ତ କରାଯିବ ଓ ଅନ୍ୟ ସମସ୍ୟା ଗୁଡିକୁ ରାଜ୍ୟ ସରକାରଙ୍କ ପାଖରେ ଉପସ୍ଥାପନା କରାଯିବ ବୋଲି ସେ ସବୁଙ୍କୁ ଜଣାଇଥିଲେ |କମାର ସମାଜ ଏଥିରେ ଖୁସି ବ୍ୟକ୍ତ କରିଥିଲେ |
ପୂର୍ଣ୍ଣ ଚନ୍ଦ୍ର ତ୍ରିପାଠୀ (ସଖପ୍ର )