November 18, 2025

Sabubarga Khabar

All category news

ଶିଶୁ ମହୋତ୍ସବ “ଇଟିକିଲି ମିଟିକିଲି”ର ସମାପନ କାର୍ଯ୍ୟକ୍ରମ ଅନୁଷ୍ଠିତ

ଜୟପୁର (ସଖପ୍ର): ଗତକାଲି ଶିଶୁ ଦିବସ ଉପଲକ୍ଷେ ଜୟପୁର ସିୱା ମହିଳା ବିଭାଗ ଦ୍ଵାରା ସିୱା ପାର୍କରେ ଆୟୋଜିତ ହୋଇଥିଲା ଶିଶୁ ମହୋତ୍ସବ-୨୪ ଇତିକିଲି ମିଟିକିଲିର ପୁରସ୍କାର ବିତରଣ ଉତ୍ସବ। ସନ୍ଧ୍ୟା ୬:୩୦ମିନିଟରେ ଆରମ୍ଭ ହୋଇଥିବା ଉକ୍ତ କାର୍ଯ୍ୟକ୍ରମରେ ମହିଳା ବିଭାଗ ସଭାପତି ଶ୍ରୀମତୀ ସୁମନ ମୁନ୍ଦ୍ରାଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥି ଭାବରେ ମଡର୍ଣ୍ଣ ଇଂରାଜୀ ବିଦ୍ୟଳୟର ନିର୍ଦ୍ଦେଶିକା ଶ୍ରୀମତୀ କୁମୁଦମାଳା ମହାନ୍ତି, ସମ୍ମାନିତ ଅତିଥି ଭାବରେ ମନସ୍ତତ୍ତ୍ୱବିତ୍ ଶ୍ରୀମତୀ ଦିବ୍ୟା ମିଶ୍ର ଏବଂ ମୁଖ୍ୟ ବକ୍ତା ଭାବରେ ଶ୍ରୀଯୁକ୍ତ ସୁଧାକର ପଟ୍ଟନାୟକ ଯୋଗ ଦେଇଥିବା ବେଳେ ସିୱା ସମ୍ପାଦକ ଶ୍ରୀଯୁକ୍ତ ସୌମ୍ୟ ରଂଜନ ଦଳେଇ ଏବଂ ସମ୍ପାଦିକା ଶ୍ରୀମତୀ ବିଜୟଲକ୍ଷ୍ମୀ ପାଣିଗ୍ରାହି ସଭାକାର୍ଯ୍ୟରେ ଯୋଗ ଦେଇଥିଲେ। ଶ୍ରୀମତୀ ବିଜୟଲକ୍ଷ୍ମୀ ତ୍ରିପାଠୀ ସ୍ବାଗତ ସମ୍ଭାଷଣ ପ୍ରଦାନ କରିଥିବା ବେଳେ କାର୍ଯ୍ୟକ୍ରମଟିକୁ ସୁନ୍ଦର ଭାବରେ ପରିଚାଳନା କରିଥିଲେ କିଶୋରୀ ପ୍ରତିଭା ସୁଶ୍ରୀ ସମର୍ପିତା ପାଣିଗ୍ରାହି। ସୁଶ୍ରୀ ଭାବନା ପଟ୍ଟନାୟକ ଶିଶୁ ପ୍ରତିଭା ସୁଶ୍ରୀ ଅକ୍ଷିତାଙ୍କ ସହିତ ନୃତ୍ୟ ପରିବେଷଣ କରିବା ସହିତ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଅତିଥିମାନଙ୍କ କରକମଳରେ ଶିଶୁ-କିଶୋର ପତ୍ରିକା ଆମ ପରଜାପତିର ପଞ୍ଚମ ସଂଖ୍ୟା ଉନ୍ମୋଚିତ ହୋଇଥିଲା। ଜୟପୁର ବ୍ଲକର ଅନେକ ସରକାରୀ ବେସରକାରୀ ବିଦ୍ୟାଳୟର କୃତି ଛାତ୍ର ଛାତ୍ରୀ ଅଭିଭାବକଙ୍କ ସହିତ ଉପସ୍ଥିତ ରହି ପୁରସ୍କାର ଗ୍ରହଣ କରିଥିଲେ। ପରିଶେଷରେ ଅନୁଷ୍ଠାନର ସଦସ୍ୟା ଶ୍ରୀମତୀ ବାଣୀ ପଟ୍ଟନାୟକ ଧନ୍ୟବାଦ ପ୍ରଦାନ କରିଥିଲେ।

Leave a Reply

Your email address will not be published. Required fields are marked *

ସବୁବର୍ଗ ଖବର | Newsphere by AF themes.