ଶିଶୁଙ୍କୁ କଲମ ବଦଳରେ କୋଦାଳ ଧରାଉଛନ୍ତି ଶିକ୍ଷକ…
ମାଲକାନଗିରି (ସଖପ୍ର):ସରକାର ଶିଶୁମାନେ କିପରି ପାଠ ପଢିବେ ଓ ବଢିବେ ସେଥିପାଇଁ ବିଭିନ୍ନ ଯୋଜନା କରିଛନ୍ତି |ସେମାନଙ୍କୁ ବହି, ଖାତା, ଷ୍ଟାଇପେଣ୍ଡ, ରହିବା ପାଇଁ ହଷ୍ଟେଲ ଆଦି ବ୍ୟବସ୍ଥା କରିଛନ୍ତି |କିନ୍ତୁ କେତେକ ଶିକ୍ଷକ ଶିଶୁଙ୍କୁ ଶୋଷଣ କରୁଛନ୍ତି |ଏବେ କରୋନା ପାଇଁ ସବୁ ବିଦ୍ୟାଳୟରେ ପିଲାମାନେ ଯିବା ବନ୍ଦ ରହିଛି |ଏହି ସମୟରେ ଏମ ଭି -79ର ବ୍ୟାଙ୍କ ନିକଟସ୍ଥ ଏକ କୋଠାରେ କେତେକ ଶିଶୁ କାମ କରୁଥିବା ଦେଖିବାକୁ ମିଳିଥିଲା |ଯେଉଁ ବୟସରେ ଶିଶୁ କଲମ ଧରିବା କଥା ସେହି ସମୟରେ କୋଦାଳ ଓ ଝାଡୁ ଧରିଥିଲେ |ଖବରନେବାରୁ ଜଣାପଡିଛି ଯେ ସେହି କୋଠାଟା ଜଣେ ଶିକ୍ଷକଙ୍କର |ତାଙ୍କ ନାମ ହେଉଛି ମଙ୍ଗଳ ମଣ୍ଡଳ |ଖଣ୍ଡିଏ ବିସ୍କୁଟ ଦେଇ ତାଙ୍କ ଘର ପାଖରେ ଥିବା ଶିଶୁଙ୍କୁ ନିଜ ଘର କମରେ ଲଗାଇଥିଲେ |ଜଣେ ଶିକ୍ଷକ ଏପରି କରିବାକୁ ବୁଦ୍ଧିଜୀବୀମାନେ ପସନ୍ଦ କରିନାହାନ୍ତି ଏବଂ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି |ଜିଲ୍ଲାର ବିଭିନ୍ନ ହୋଟେଲ, ଜମି, କୋଠା ନିର୍ମାଣରେ, ଦୋକାନ ଗୁଡିକରେ ବହୁତ ଶିଶୁ କାମ କରୁଥିବାର ନଜରକୁ ଆସୁଛି, କିନ୍ତୁ ବିଭାଗ ଶୋଇ ରହିଛି |ଯେଉଁମାନେ ଏପରି ନିରୀହ ଶିଶୁମାନଙ୍କୁ କାର୍ଯ୍ୟରେ ଲଗାଉଛନ୍ତି ତାଙ୍କୁ ଦଣ୍ଡ ଦେବା ଉଚିତ ବୋଲି ଲୋକେ ଦାବି କରିଛନ୍ତି |ଦେଖିବାକୁ ବାକିରହିଲା କେବେ ବିଭାଗ ଦୋଷୀଙ୍କୁ ଦଣ୍ଡ ଦେବ |