ଶିବରାତ୍ରି ପୂର୍ବ ଦିନ ଜ଼ିଲ୍ଲାପାଳ ଓ ଏସ ପି ଙ୍କ ମୀନଝୋଲା ପରିଦର୍ଶନ

ରାୟଗଡା ଜ଼ିଲ୍ଲା:(ପ୍ରତିନିଧି ଅମୁଲ୍ୟ ନିଶଙ୍କ) ରାୟଗଡା ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ମିନଝୋଲାରେ ଜାଗର ଯାତ୍ରା ପାଇଁ ଚଳଚଞ୍ଚଳ ହୋଇପଡିଛି।ଚନ୍ଦ୍ରପୁର ,ଗୁଡାରି ବ୍ଲକ ସୀମାନ୍ତରେ ଚାଉଳଧୁଆ,ଫଳଫଳିଆ ଓ ବଂଶଧାରା ପବିତ୍ର ତିନୋଟି ନଦୀରସଂଗମ ସ୍ଥଳ ଶ୍ରୀ ମିନଝୋଲା ଶୈଵ ପୀଠ ଅବସ୍ଥିତ।ପାହାଡ଼ ପର୍ବତ ଏବଂ ଘଞ୍ଚବନାନୀ ଘେରା ଶ୍ରୀ ମିନଝୋଲା ଶୈବପୀଠରେ “ମୀନ” ରୂପରେ ପୂଜା ପାଆନ୍ତି ଦେବାଧିଦେଵ ମହାଦେବ। ବଂଶଧାରା ନଦୀ ଶଯ୍ୟାର ଜଳସ୍ରୋତରେ ଥିବା ପଥରଖୋଲ ମଧ୍ୟରେ ବିରାଜିତ ପ୍ରଭୁ ଶ୍ରୀ ମୀନକେତନେଶ୍ବର।
ପ୍ରତିବର୍ଷ ଶିବରାତ୍ରୀରେ ଏଠାରେ ଜାଗର ଉତ୍ସବ ମହାସମାରୋହରେ ପାଳିତ ହୁଏ।ଲକ୍ଷାଧିକ ଭକ୍ତଙ୍କ ସମାଗମରେ ଚଳଚଂଚଳ ହୋଇଉଠେ ମିନଝୋଲା। ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ବିଶେଷକରି ପଡୋଶୀ ଆନ୍ଧ୍ରପ୍ରଦେଶରୁ ହଜାର ହଜାର ଭକ୍ତ ପ୍ରଭୁଙ୍କୁ ଦର୍ଶନ କରିବାକୁ ଆସିଥାନ୍ତି ଏହି ପୀଠକୁ। କଥିତ ଅଛି ଏଠାରେ ମୁଣ୍ଡନ କଲେ ପିଲାମାନଙ୍କ ମସ୍ତିଷ୍କ ଦୃଢ଼ ରହେ ଏବଂ ସ୍ୱାସ୍ଥ୍ୟ ନିରୋଗ ରହେ। ଏତଦ୍ ବ୍ୟତୀତ ନିଃସନ୍ତାନ ଦମ୍ପତି ଏହି କୁଣ୍ଡରେ ସ୍ନାନ କରିବାସହ କୁଣ୍ଡରୁ ପ୍ରାପ୍ତ ପ୍ରଭୁଙ୍କ ପ୍ରସାଦ କଦଳୀ ସେବନ କଲେ ସନ୍ତାନପ୍ରାପ୍ତି ହୋଇଥାଏ। ପ୍ରାକୃତିକ ପରିବେଶ ଉପଭୋଗ କରିବା ସହ ଶ୍ରୀ ମିନଝୋଲା କୁଣ୍ଡରେ ବୁଡ଼ ପକାଇବା ଓ ସ୍ନାନ କରିବାରେ ଅପୂର୍ବ ଆନନ୍ଦ ପ୍ରାପ୍ତି ହୁଏ। ସମଗ୍ର ପରିବେଶ ଶିବମୟ ହୋଇଥାଏ ଏହି ଦିନ।ଏପଟେ ଆଜି ରାୟଗଡା ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା, ଏସପି ଶ୍ରାବଣ ବିବେକ ଏମ, ଚନ୍ଦ୍ରପୁର ବିଡ଼ିଓ, ତହସିଲଦାର ଗୁଣପୁର, ପିଏ ଆଇଟିଡିଏ ଗୁଡାରି ,ଚନ୍ଦ୍ରପୁର ଆଇଆଇସି ପ୍ରମୁଖ ଉପସ୍ଥିତ ରହିଥିଲେ। ଭକ୍ତ ମାନେ କିପରି ଶୃଙ୍ଖଳିତ ଦର୍ଶନ କରିବେ ତାହା ତଦାରଖ କରିଥିଲେ। ଏଠାରେ ଲକ୍ଷାଧିକ ଭକ୍ତମାନେ ରାଜ୍ୟତଥା ରାଜ୍ୟ ବାହାରୁ ଆସିଥାନ୍ତି ପ୍ରବଳ ଭିଡକୁ ଦୃଷ୍ଟି ଦେବାଲାଗି ବିଶେଷ ଵ୍ୟଵସ୍ଥା କରାଯାଇଥିବା ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା କହିଛନ୍ତି। ସେହିପରି ପୋଲିସ ପ୍ରଶାସନ ତରଫରୁ ୩ ଫ୍ଲାଟୁନ ଫୋର୍ସ ସହ ଅଗ୍ନିଶମ ବିଭାଗ ମୃତୟନହେବେ ବୋଲି ରାୟଗଡା ପୋଲିସ ଆରକ୍ଷୀ ଅଧିକ୍ଷକ ସୂଚନା ଦେଇଛନ୍ତି। ସେପଟେ ପ୍ରଭୁଙ୍କୁ ଭୋର ତିନିଟାରୁ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରିବା ପରେ ସାଧାରଣ ଲୋକଙ୍କ ଦର୍ଶନ ହେବ ବୋଲି ପୂଜକ ସୂଚନା ଦେଇଛନ୍ତି। ମହା ଶିବରାତ୍ରିର ଗୋଟିଏ ଦିନ ପୂର୍ବରୁ ଜ଼ିଲ୍ଲାପାଳ ଶ୍ରୀ ପ୍ରମୋଦ କୁମାର ବେହେରା, ଜ଼ିଲ୍ଲା ପୋଲିସ ଆରକ୍ଷୀ ଅଧକ୍ଷ ଡାକ୍ତର ଶ୍ରବଣ ବିବେକ ଏମ, ପି ଏ ଆଇ ଟି ଡ଼ି ଏ ଗୁଣୁପୁର, ଗୋରାଚାନ୍ଦ ଗମାଙ୍ଗୋ ତହସିଲଦାର ଚନ୍ଦ୍ରପୁର, ଶ୍ରୀ ଘଡେଇ ବି ଡ଼ି ଓ ଡୁଙ୍ଗୁ ଡ଼ୁଙ୍ଗୁ ମୀନଝୋଲା ଯାଇ ପରିସ୍ଥିତିର ସମୀକ୍ଷା କରିଥିଲେ। ଉଭୟେ ଜ଼ିଲ୍ଲାପାଳ ଓ ଏସ ପି ଶିବ ଭଗବାନଙ୍କ ଦର୍ଶନ କରି ପୂଜାର୍ଚନା କରିଥିଲେ। ଭକ୍ତ ମାନେ କିପରି ଶାନ୍ତିଶୃଙ୍ଖଳାର ସହିତ ଭଗବାନଙ୍କ ଦର୍ଶନ କରିପାରିବେ ସେ ନେଇ ଜ଼ିଲ୍ଲାପାଳ ଆଲୋଚନା କରିଥିଲେ। ମୀନଝୋଲାକୁ ଯାତାୟାତ ପାଇଁ ଜ଼ିଲ୍ଲାପ୍ରଶାସନ ଗ୍ରାମ୍ୟ ଉନୟନ ବିଭାଗ ତରଫରୁ ପ୍ରଧାନ ମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ମାଧ୍ୟମରେ ଗତ ବର୍ଷ ଏକ ପକା ରାସ୍ତା ନିର୍ମାଣ କରିଛନ୍ତି କିନ୍ତୁ ଶିବରାତ୍ରି ଗୋଟିଏ ଦିନ ପୂର୍ବରୁ ଲାକ୍ଷାଧିକ ଭକ୍ତ ଆସି ଥାନ୍ତି । ସେମାନଙ୍କ ପାଇଁ ବିଶୁଦ୍ଧ ପାନୀୟ ଜଳ ସାଙ୍ଗକୁ ରାତ୍ରି ସମୟରେ ଆଲୁଅ ବ୍ୟବସ୍ତା ହୋଇପାରୁନି। ସେଥିପାଇଁ ଜ଼ିଲ୍ଲାପାଳ ଦୃଷ୍ଟି ଦେବା ପାଇଁ ହନୁମନ୍ତପୁର ସରପଞ୍ଚ ଦୃଷ୍ଟି ଆକର୍ଷଣ କରିଥିଲେ। ଗୁଡାରି ଗ୍ରାମର ବହୁ ସ୍ବେଛାସେବୀ ବହୁ ଆବାହନ କାଳରୁ ଯାତ୍ରୀଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରିଥାନ୍ତି। ପ୍ରାୟ ଏକ ସପ୍ତାହ ପୂର୍ବରୁ ଏହି ବଦାନ୍ୟ ବ୍ୟକ୍ତି ମାନେ ମୀନାଝୋଲା ଆସି ଶିବରାତ୍ରି ପାଇଁ ତିଆରିରେ ଲାଗିପଡ଼ିଥାନ୍ତି।