02/13/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସପିଟାଲର ବ୍ଲଡ ବ୍ୟାଙ୍କରେ ରକ୍ତ ପାଇଁ ଲାଞ୍ଚ ନେବା ଅଭିଯୋଗ

କୋରାପୁଟ ୦୬/୧୦ (ସଖପ୍ର): କୋରାପୁଟ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସପିଟାଲର ବ୍ଲଡ ବ୍ୟାଙ୍କରେ ରକ୍ତ ଦେବା ପାଇଁ ୫ ହଜାର ୫୦୦ ଟଙ୍କା ନିଆଯାଇଥିବା ନନ୍ଦପୁର ଥାନା ଅନ୍ତର୍ଗତ ଲେଞ୍ଜିଗୁଡା ଗ୍ରାମର ଲକ୍ଷ୍ମଣ ଖରା ଅଭିଯୋଗ କରିଛନ୍ତି ।ଗତ ମାସ ୧୫ ତାରିଖରେ ଲକ୍ଷ୍ମଣଙ୍କ ସ୍ତ୍ରୀ ମନୀ ଖରା ପ୍ରସୁତି ନିମନ୍ତେ କୋରାପୁଟ ହସପିଟାଲରେ ଭର୍ତି ହୋଇଥିଲେ ।ପ୍ରସୁତି ପରେ ରକ୍ତର ଆବଶ୍ୟକତା ପଡିବାରୁ ରକ୍ତଭଣ୍ଡାରକୁ ଯିବା ପରେ ସେଠାରେ ଥିବା କର୍ମଚାରୀ ଭଗବାନ ବୁରୁଡି ରକ୍ତ ଦେବା ପାଇଁ ୭ ହଜାର ଟଙ୍କା ମାଗିଥିଲେ ବୋଲି ଲକ୍ଷ୍ମଣ ଅଭିଯୋଗ କରିଛନ୍ତି । ୫ ହଜାର ୫୦୦ ଟଙ୍କା ଦେଲା ପରେ ରକ୍ତ ମିଳିଥିଲା ବୋଲି ସେ ପ୍ରକାଶ କରିଛନ୍ତି । କୋରାପୁଟ ଟାଉନଥାନା ଓ କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସପିଟାଲ ଅଧିକ୍ଷକଙ୍କୁ ଏକ ଲିଖିତ ଅଭିଯୋଗ ଦେଇଥିବା ସେ ସୂଚନା ଦେଇଛନ୍ତି । ଏକ କମିଟି କରାଯାଇ ଅଭିଯୋଗର ତଦନ୍ତ କରାଯିବ ଓ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଅଧିକ୍ଷକ ପ୍ରଫେସର ଡାକ୍ତର ସୀତାରାମ ମହାପାତ୍ର ପ୍ରକାଶ କରିଛନ୍ତି।

କୋରାପୁଟ ପ୍ରତିନିଧି ପବିତ୍ର ମୋହନ ସେଠୀ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *