ଶହୀଦ ଲକ୍ଷ୍ମଣ ନାୟକ ଭବନ ଠାରେ ନାରୀ ସଶକ୍ତି କରଣ ଶିବିର ଅନୁଷ୍ଠିତ

ମାଲକାନଗିରି (ସଖପ୍ର):ମାଲକାନଗିରି ଜିଲ୍ଲା ଲିଗାଲ ସର୍ଭିସ ଅଥରୀଟି ଦ୍ୱାରା ମାଥିଲି ଶହୀଦ ଲକ୍ଷ୍ମଣ ନାୟକ ଭବନ ଠାରେ ନାରୀ ସଶକ୍ତି କରଣ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ସଚିବ ରାକେଶ କୁମାର ମୁଦୁଲି ମୁଖ୍ୟ ଅତିଥି ତଥା ମୁଖ୍ୟବକ୍ତା ଭାବେ ଯୋଗଦେଇ ଥିଲେ।
ସମ୍ମାନିତ ଅତିଥି ଭାବେ ମାଥିଲି ବିଡ଼ିଓ ଆଶିଷ କୁମାର ଭୋଇ, DSWO ସୁଧାମଣୀ ପ୍ରଧାନ, ପଦ୍ମିନୀ ମୁଦୁଲି ଉପସ୍ଥିତ ଥିବା ସ୍ଥଳେ ଶତାଧିକ ମହିଳା ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମକୁ ରିତା ନାୟକ (ଆଇନଜୀବୀ ) ମାଲକାନଗିରି ଓ ଆଇନଜୀବୀ ସୁନିତା ନାୟକ ପରିଚାଳନା କରିଥିଲେ।
ମାଲକାନଗିରି ପ୍ରତିନିଧି ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ