November 18, 2025

Sabubarga Khabar

All category news

ଶବବୁହା ଆମ୍ବୁଲାନ୍ସ ଓ ଟ୍ରକ ମୁହାଁ ମୁହିଁ

ଜୟପୁର୨୫/୪ (ସଖପ୍ର):କୋରାପୁଟଜିଲ୍ଲା ଜୟପୁରଠାରେ ଜୟପୁର ଖ୍ରୀଷ୍ଟୀୟାନ ପେଟା ନିକଟସ୍ଥ କାଳିଆ ପେଟ୍ରୋଲ ପମ୍ପ ସମ୍ମୁଖରେ ଏକ ଶବ ବୁହା ଆମ୍ବୁଲାନ୍ସ ଓ ଟ୍ରକ ମୁହାଁ ମୁହିଁ ହୋଇ ଦୁର୍ଦ୍ଦଟଣା ଘଟିଛି। କୋରାପୁଟ ମେଡିକାଲରୁ ଏକ ବୃଦ୍ଧଙ୍କ ଶବ ଧରି ଜୟପୁର ଅନ୍ତର୍ଗତ ବୋନୁଗୁଡା ଯାଉଥିବା ବେଳେ ଏହି ଦୁର୍ଘଟଣା ଜୟପୁର ସ୍ଥିତ କାଳିଆ ପେଟ୍ରୋଲ ପମ୍ପ ସମ୍ମୁଖରେ ଘଟିଥିଲା। କୋରାପୁଟରୁ ଶବ ଧରି ଜୟପୁର ଅନ୍ତର୍ଗତ ବୋନୁଗୁଡା ଯାଉଥିବା ସମୟରେ କାଳିଆ ପେଟ୍ରୋଲ ପମ୍ପ ନିକଟରେ ବିପରୀତ ଦିଗରୁ ଆସୁଥିବା ଦ୍ରୁତଗାମୀ ଟ୍ରକ ସହ ମୁହାଁମୁହିଁ ହୋଇଥଲା ଆମ୍ବୁଲାନ୍ସ। ଦୁର୍ଘଟଣା ଆମ୍ବୁଲାନ୍ସ ଡ଼୍ରାଇଭର ସମେତ ୩ ଜଣ ପରିବାର ଲୋକ ଗୁରୁତର ଆହତ ହୋଇ ଜୟପୁର ମେଡିକାଲ ଠାରେ ଭର୍ତ୍ତି ହୋଇଥିଲେ। ଘଟଣାସ୍ଥଳରେ ଜୟପୁର ଦମକଳ ବାହିନୀ ଓ ପୋଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲେ।

ପ୍ରତିନିଧି ସିମାଦ୍ରି ଶ୍ରୀନିବାସ ରାଓ

Leave a Reply

Your email address will not be published. Required fields are marked *

ସବୁବର୍ଗ ଖବର | Newsphere by AF themes.