ଶଙ୍ଖ ଭବନରେ ବିଜୁ ଛାତ୍ର ଜନତା ବୈଠକରେ ରାୟଗଡା ଛାତ୍ର ଜନତା କାର୍ଯ୍ୟକର୍ତ୍ତାଙ୍କ ଯୋଗଦାନ

ରାୟଗଡା : ଆଜି ‘ଶଙ୍ଖ’ ଭବନରେ ବିଜୁ ଛାତ୍ର ଜନତା ଦଳର ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଆମ ରାୟଗଡା ଜିଲ୍ଲା କର୍ମକର୍ତ୍ତାଙ୍କ ସହ ଯୋଗ ଦେଇଥିଲି। ଦଳର ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟନାୟିକ ଙ୍କ ଭର୍ଚୁଆଲ ମାଧ୍ୟମରେ ଯୋଗଦେଇ, କାର୍ଯ୍ୟକର୍ତ୍ତାଙ୍କୁ ଉଦବୋଧନ ଦେଇଥିଲେ । ବିଜୁ ଛାତ୍ର ଜନତା ଦଳର ସଭାପତି ଶ୍ରୀଯୁକ୍ତ ଦେବୀ ରଞ୍ଜନ ତ୍ରିପାଠୀ ଙ୍କ ତତ୍ୱାବଧାନରେ ହୋଇଥିବା ଏହି କାର୍ଯ୍ୟକାରିଣୀରେ ଦଳର ସାଙ୍ଗଠନିକ ସମ୍ପାଦକ ତଥା ଯାଜପୁର ବିଧାୟକ ଶ୍ରୀଯୁକ୍ତ ପ୍ରଣବ ପ୍ରକାଶ ଦାସ ( ବବି ଭାଇ ), ବିଜୁ ଯୁବ-ଛାତ୍ର ବ୍ୟାପାରର ସାଧାରଣ ସମ୍ପାଦକ ତଥା ଧର୍ମଶାଳା ବିଧାୟକ ଶ୍ରୀଯୁକ୍ତ ପ୍ରଣବ କୁମାର ବଳବନ୍ତରାୟ , ବିଜୁ ଯୁବ ଜନତା ଦଳ ରାଜ୍ୟ ସଭାପତି ତଥା ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ ପ୍ରମୁଖ ଯୋଗଦେଇ ସମସ୍ତଙ୍କୁ ଆଗାମୀ ଦିନରେ ବିଜୁ ଜନତା ଦଳକୁ ଆହୁରି ସଶକ୍ତ କରି ‘ନବୀନ’ ଓଡିଶା ଗଠନ ଦିଗରେ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ । ବିଜୁ ଛାତ୍ର ଜନତା ଦଳର ରାଜ୍ୟ କମିଟିର ସମସ୍ତ ସଦସ୍ୟ ଓ ସମସ୍ତ ଡିଜିଟାଲ ସେକ୍ରେଟେରୀ କାର୍ଯ୍ୟକାରିଣୀରେ ସାମିଲ ହୋଇଥିଲେ ।
.ଆଜି ଭୁବନେଶ୍ଵର ‘ଶଙ୍ଖ’ ଭବନରେ ହୋଇଥିବା ବିଜୁ ଛାତ୍ର ଦଳର ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଛାତ୍ର ବିଜେଡ଼ିର ରାଜ୍ୟ ସଂପାଦକ *ବିନାୟକ ପୋଲାଈ , ରାୟଗଡ଼ା ଜିଲ୍ଲା ଛାତ୍ର ସଭାପତିବିଷ୍ଣୁ ପଣ୍ଡା, ବିଜୁ ଛାତ୍ର ବିଜେଡ଼ିର ଜିଲ୍ଲା ସଂପାଦକ ଶାନ୍ତୁ ବାବୁ କିରଣ, ଜ୍ଞାନରଞ୍ଜନ ମିଶ୍ର ଯୋଗ ଦେଇଥିଲେ।
ରାୟଗଡା ପ୍ରତିନିଧି ଅମୁଲ୍ୟ ନିଶଙ୍କ