ଶଙ୍ଖକ୍ଷେତ୍ର ପୁରୀରେ ରଥ ଉପରେ ମହାପ୍ରଭୁଙ୍କ ଅଧରପଣା
![](https://www.sabubargakhabar.in/wp-content/uploads/2020/07/IMG-20200703-WA0038.jpg)
ପୁରୀ: ଶଙ୍ଖକ୍ଷେତ୍ର ପୁରୀରେ ରଥ ଉପରେ ମହାପ୍ରଭୁଙ୍କ ଅଧରପଣା ନୀତି ଶେଷ ହୋଇଛି । ଶ୍ରୀବିଗ୍ରହମାନଙ୍କ ଅଧର ବା ଓଠ ଉଚ୍ଚର ପଣା ହାଣ୍ଡି ପ୍ରସ୍ତୁତ ହୋଇଥିଲା । ୩ ରଥରେ ୯ଟି ମାଟିପାତ୍ର ସଜ ବସିଥିଲା । ତା ପରେ ଚତୁର୍ଦ୍ଧା ମୂର୍ତ୍ତିଙ୍କ ନିକଟରେ ଅଧରପଣା ଲାଗିହୋଇଥିଲା । ତେବେ ୩ ରଥରେ ପୂଜାର୍ଚ୍ଚନା ପରେ ଭଙ୍ଗାଯାଇଥିଲା ପଣା ହାଣ୍ଡି । ରଥଗୁଡ଼ିକରେ ଥିବା ପାର୍ଶ୍ଵ ଦେବଦେବୀ, ଚଣ୍ଡିଚାମୁଣ୍ଡା ତଥା ଅଶରୀରୀମାନଙ୍କ ଉଦ୍ଧାର ନିମନ୍ତେ ପଣା ହାଣ୍ଡି ସବୁକୁ ଭୋଗ ହେବା ପରେ ଭାଙ୍ଗି ଦିଆଯିବାର ବିଧି ରହିଛି। ଏହି ପଣା ପାଇଁ ସିଂହଦ୍ୱାର ସମ୍ମୁଖ ଛାଉଣୀ ମଠ କୂଅରୁ ପାଣି ଆସିଥାଏ । ପଣା ପ୍ରସ୍ତୁତିରେ ସର, କଦଳୀ, ଛେନା, ଗୋଲମରିଚ, ଗୁଣ୍ଡ କର୍ପୁର, ଜାଇଫଳ ଆଦି ସାମଗ୍ରୀ ବ୍ୟବହୃତ ହୋଇଥାଏ।
ଜିଲ୍ଲା ପ୍ରତିନିଧି ଲାଲା ଅନନ୍ତ କୁମାର ସିଂହ