01/16/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଵିଶାଖାପାଟଣାରୁ ଜୁନାଗଡ ଚାଲି ଚାଲି ଯାଉଥିବା ଶ୍ରମିକଙ୍କୁ ପୋଲିସ ସଙ୍ଗରୋଧ କମ୍ୟୁନିଟି ହଲରେ ରଖିଲା

ରାୟଗଡା ଜ଼ିଲ୍ଲା:(ପ୍ରତିନିଧି ଅମୁଲ୍ୟ ନିଶଙ୍କ) ଲକ ଡାଉନର ଘୋଷଣା ଯୋଙ୍ଗୁ ସାରା ଭାରତରେ ମୋଟର ଗାଡି ଟ୍ରେନ ଚଳାଚଳ ବନ୍ଦ ରହିଥିବାରୁ ଶ୍ରମିକମାନେ ନିଜନିଜ ଗାଁ ଅଭିମୁଖେ ଚାଲିଚାଲି ଯିବାର ଦେଖିବାକୁ ମିଳିଛି। ଆଜି ଵିଶାଖାପାଟଣାରୁ 17ଜଣ ଶ୍ରମିକ ଗତ 30.03.2019 ତାରିଖରୁ ବିଶାଖପାଟନାରୁ ବାହାରି ଟ୍ରେନ ଲାଇନରେ ଚାଲି ଚାଲି ଜୁନାଗଡ଼ ଅଭିମୁଖେ ଭୋକ ଉପାସରେ ରାତିଦିନ ଵର୍ଷାକୁ ଖାତିର ନକରି ଯାଉଥିଲେ।କରୋନା ପାଇଁ କମ୍ପାନୀ କାମ ଵନ୍ଦ ରହିଥିବା ବେଳେ ଏମାନେ ଘର ମୁହାଁ ହୋଇ ଆସୁଥିବା ବେଳେ ଶେସଖାଲ ଠାରେ ସରପଞ୍ଚ ଏମାନଙ୍କୁ କାଲି ଖାଇବାକୁ ଦେଇଥିଲେ। ଆଜି ମୁନିଗୁଡା ଆଇ ଆଇ ସି ଶ୍ରୀରାଜେନ୍ଦ୍ର ପ୍ରସାଦ ଦେହୁରୀ ଖବର ପାଇ ପୋଲିସ ନିରଞ୍ଜନ ଦାଶ ଓ ଅନ୍ୟ କିଛି କର୍ମଚାରୀଙ୍କୁ ନେଇ ସମ୍ପୃକ୍ତ ଶ୍ରମିକମାନଙ୍କୁ ଟ୍ରେନ୍ ଲାଇନ୍ ଉପରେ ଚାଲି ଚାଲି ଯାଉଥିବା ଦେଖି ମୁନିଗୁଡା ଲେଭଲ କ୍ରସିଙ୍ଗ ନିକଟରୁ ଅଟକାଇ ତହସିଲଦାର ଓ ବିଡିଓଙ୍କୁ ଖବର ଦେବାସହ ଘଟଣା ସ୍ଥଳରେ ପହଞ୍ଚି ସେମାନଙ୍କର ଖାଦ୍ୟପେୟର ଵ୍ୟବସ୍ଥା କରାଇ ସେମାନଙ୍କୁ ସଙ୍ଗରୋଧ କମ୍ୟୁନିଟ୍ ହଲରେ ରଖାଯାଇଛି। ଡାକ୍ତର ଦଳ ସେମାନଙ୍କର ନମୂନା ନେଇଛନ୍ତି। 14ତାରିଖ ପର୍ଯ୍ୟନ୍ତ ସେମାନଙ୍କୁ ସେହି ଗୃହରେ ରଖାଯିବ ବୋଲି ସୂଚନା ମିଳିଛି।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *