12/07/2024

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଲେମନ ଗ୍ରାସ ଦ୍ୱାରା ସ୍ୱାବଲମ୍ବୀ ହେବେ ଚାଷୀ

ମାଲକାନଗିରି (ସଖପ୍ର):ମାଲକାନଗିରି ଜିଲ୍ଲାର ମାଥିଲି ବ୍ଲକ ଅନ୍ତର୍ଗତ କର୍ତନପାଲ୍ଲୀ ଗ୍ରାମରେ MGNREGA ଯୋଜନାରେ ଓଟିଏଏଲପି ପ୍ଲସ ପ୍ରୋଜେକ୍ଟ ଦ୍ବାରା ଲୋକଙ୍କ ଖାଲି ଜମିରେ ଲେମନ ଗ୍ରାସ ପ୍ରଥମ ଥର ପାଇଁ ଚାଷ କରାଯାଇଥିଲା । ଚାଷରେ ସଫଳ ହେବା ପରେ ଏହା ଚାଷୀଙ୍କୁ ସ୍ବାବଲମ୍ବୀ କରିବ ବୋଲି ଜଣାପଡିଛି। ସ୍ବାବଲମ୍ବୀ କରିବ ଲେମନ ଗ୍ରାସ ପ୍ଲାଣ୍ଟ ୧୦ଜଣ ଲୋକଙ୍କ ଜମିରେ ପ୍ରାୟ ୨୦ଏକର ଲେମନ ଗ୍ରାସ ପ୍ରଥମ ଥର ପାଇଁ ଚାଷ କରାଯାଇଥିଲା । ଚାଷରେ ସଫଳ ହେବା ପରେ ତାଙ୍କ ମାନଦଣ୍ଡ ସୁଦୃଢ କରିବା ପାଇଁ ଲେମନ ଗ୍ରାସ ଅଏଲ ପ୍ରୋସେସିଂ ୟୁନିଟ ଆରମ୍ଭ ହୋଇଛି । ଏହି ପ୍ରୋସେସିଂ ୟୁନିଟ ଉଦଘାଟନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପିଡ଼ି,ଡିଆରଡିଏ ବାଳ ମୁକୁନ୍ଦ ଭୂୟାଁ , ପିଏ, ଆଇଟିଡିଏ କ୍ଷୀରବିଧି ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ଗ୍ରାମର ୧୦ ଜଣ ଲୋକଙ୍କୁ ନେଇ ମହାତ୍ମା ଗାନ୍ଧୀ ଗ୍ରାମ୍ୟ ଉନ୍ନୟନ ସମିତି ଗଠନ କରାଯାଇଥିଲା । ମାଲକାନଗିରି ଜିଲ୍ଲାରେ ଏହା ପ୍ରଥମ ଥର କରାଯାଇଥିବା ବେଳେ ଆଗାମୀ ଦିନରେ ଏହା ସଫଳ ହେବ ବୋଲି କୁହାଯାଇଛି । ଏହି ଲେମନ ଗ୍ରାସ ପ୍ଲାଣ୍ଟ ମାଧ୍ୟମରେ ବାହାରି ଥିବା ତେଲ ସାବୁନ, ଫିନାଇଲ ଓ ଧୂପକାଠି ସୁଗନ୍ଧ ନିମନ୍ତେ ମିଶ୍ରଣ କରିହେବ ଯାହା ଦ୍ବାରା କୃଷକର ଆର୍ଥିକ ସ୍ଥିତିରେ ସୁଧାର ଆସିବ । ଚାଷୀମାନେ ଲେମନ ଗ୍ରାସ ଚାଷରେ ଲାଭବାନ ହୋଇପାରିବେ ବୋଲି ଆଶା ବାନ୍ଧିଛନ୍ତି।

ମାଲକାନଗିରି ପ୍ରତିନିଧି ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *