ଲାଲଗଡ଼ ଗଡ଼ରେ ଉଡିଲା ତ୍ରିରଙ୍ଗା, ଖୋଲିଲା ବିଏସଏଫ କ୍ୟାମ୍ପ…
ମାଲକାନଗିରି: ଚିତ୍ରକୋଣ୍ଡା ଜଳଭଣ୍ଡାର ଉପରେ ଗୁରୁପ୍ରିୟା ସେତୁ ନିର୍ମାଣ ହେବା ପରେ ପୋଲିସ ଆଉ ଦୁଇ ପାଦ ଆଗକୁ ଯାଇଛି । ଦୀର୍ଘ ୬ ଦଶନ୍ଧି ପରେ ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳରେ ପୁଣି ଏକ ନୂତନ ବିଏସଏଫ କ୍ୟାମ୍ପ ସ୍ଥାପନ କରି ପ୍ରଥମ କରି ମାଲକାନଗିରି ପୋଲିସ ଲାଲଗଡର ଶିଖରରେ ଉଡାଇଛନ୍ତି ତ୍ରିରଙ୍ଗା ପତକା ।ବିଚ୍ଛିନ୍ନାଞ୍ଚଳ ସମେତ ଆନ୍ଧ୍ର ଓଡିଶା ସୀମାନ୍ତରେ କାୟା ବିସ୍ତାର କରିଥିବା ଲାଲ ବାହିନୀ ଉପରେ ଏବେ ବିଏସଏଫର ବାହିନୀ କଡା ନଜର ରଖିବା ସହ ପଛୁଆ ଅଞ୍ଚଳର ବିକାଶରେ ସହାୟକ ହେବେ ।
ସୂଚନା ମୁତାବକ ୧୯୬୨ ମସିହାରେ ମାଲକାନଗିରି ଜିଲ୍ଲାରେ ନିର୍ମାଣ ହୋଇଥିଲା ଦେଶର ସର୍ବ ବୃହତ ମାଟି ବନ୍ଧ ଯୋଜନା, ଯାହାର ନାମ ରଖାଗଲା ‘ବାଲିମେଳା ଜଳ ଭଣ୍ଡାର’ । ବିଶାଳ ଜଳ ଭଣ୍ଡାର ଯୋଗୁଁ ବିସ୍ଥାପିତ ହେଲେ ୧୫୧ଟି ଗ୍ରାମର ହଜାର ହଜାର ଆଦିବାସୀ ।ଲାଲଗଡ଼ର ଶିଖରରେ ଉଡିଲା ତ୍ରିରଙ୍ଗା, ଖୋଲିଲା ବିଏସଏଫ କ୍ୟାମ୍ପ..ଷାଠିଏ ବର୍ଷ ଧରି ଜଳବନ୍ଦୀ ହୋଇ ଜୀବନ କଟାଉଥିବା ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳର ଆଦିବାସୀ ଲୋକଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବାର ଆଶା ନେଇ ୨୦୧୪ ମସିହାରୁ ଆରମ୍ଭ ହୋଇଥିବା ଗୁରୁପ୍ରିୟା ସେତୁର ନିର୍ମାଣ କାର୍ଯ୍ୟର ଅବଧି ଶେଷ ହେବା ପରେ ଏହାର ସୁରକ୍ଷା ସହିତ ବିଚ୍ଛିନ୍ନାଞ୍ଚଳର ବିକାଶ ଲାଗି ଲାଲଗଡର ଶିଖର କୁହାଯାଉଥିବା ହନ୍ତାଳଗୁଡା ଗ୍ରାମରେ ମାଲକାନଗିରି ପୋଲିସ ଏବଂ ବିଏସଏଫ ବାହିନୀଙ୍କ ମିଳିତy ଉଦ୍ୟମରେ ଏକ ନୂତନ ବିଏସଏଫ କ୍ୟାମ୍ପ ପ୍ରତିଷ୍ଠା କରାଯାଇଛି ।ଅନେକ ଦିନର ବିଚ୍ଛିନ୍ନାଞ୍ଚଳବାସୀଙ୍କ ସ୍ଵପ୍ନକୁ ପୂରଣ କରିବା ଲାଗି ମାଲକାନଗିରି ଏସପିଙ୍କ ନେତୃତରେ ପୋଲିସ ବାହିନୀ ସେଠାକୁ ଯାଇଥିଲେ |ସେଠାରେ କ୍ୟାମ୍ପ ହେବା ଦ୍ୱାରା ଲୋକେ ଖୁସି ଜାହିର କରିଛନ୍ତି |
ମାଲକାନଗିରିରୁ ପୂର୍ଣ୍ଣ ଚନ୍ଦ୍ର ତ୍ରିପାଠୀ