02/18/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଲାଞ୍ଚ ନ ଦେବାରୁ ଭତ୍ତା ମିଳିଲାନି, ଲିଖିତ ଅଭିଯୋଗ କଲେ ଗ୍ରାମବାସୀ

ମାଲକାନଗିରି : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ୍‌ ଅନ୍ତର୍ଗତ କୁମ୍ଭାରଗୁଡାଗ୍ରାମରେ ଭତ୍ତା କରାଇବା ପାଇଁ ଲାଞ୍ଚ ନେଉଥିବା ଅଭିଯୋଗ ହୋଇଛି। ଏ ନେଇ ବୁଧବାର ଗ୍ରାମବାସୀ ବ୍ଲକ୍‌ ସାମାଜିକ ସୁରକ୍ଷା ଅଧିକାରୀ ରାଜୀବ ପୂଜାରୀଙ୍କୁ ଲିଖିତ ଅଭିଯୋଗ କରିଛନ୍ତି। କୁମ୍ଭାରଗୁଡ଼ା ଗ୍ରାମର ରାମ ସିଂ କୁମ୍ଭାରଙ୍କ ପୁଅ ମହାଦେବ କୁମ୍ଭାର ଜଣେ ମାନସିକ ବିକାରଗ୍ରସ୍ତ । ଗ୍ରାମବାସୀଙ୍କ ଲିଖିତ ଅଭିଯୋଗ ଅନୁସାରେ ସ୍ୱେଚ୍ଛାସେବୀ ସଂଗଠନରେ କାର୍ଯ୍ୟରତ ମଧୁ ମଙ୍ଗଳ ରାୟ ଉକ୍ତ ଦିବ୍ୟାଙ୍ଗ ପିଲାଟିର ଭତ୍ତା କରାଇଦେବା ପାଇଁ ୧୦୦୦ ଟଙ୍କା ଲାଞ୍ଚ ମାଗିଥିଲେ। ରାମ ସିଂ ଟଙ୍କା ନ ଦେବାରୁ ଆଜିକୁ ୩୩ ମାସରୁ ଊର୍ଦ୍ଧ୍ୱ ସମୟ ଧରି ସମସ୍ତ ଉପଯୁକ୍ତ କାଗଜପତ୍ର ଦେଇଥିଲେ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ଦିବ୍ୟାଙ୍ଗ ଭତ୍ତା କରାଯାଇନାହିିଁ। ଶେଷରେ ବାଧ୍ୟ ହୋଇ ରାମ ସିଂ କିଛି ଗ୍ରାମବାସୀଙ୍କୁ ନେଇ ଆଜି ବ୍ଲକ୍‌ ସାମାଜିକ ସୁରକ୍ଷା ଅଧିକାରୀଙ୍କୁ ଲିଖିତ ଅଭିଯୋଗ ଦେବା ସହ ନିଜ ପୁଅର ଭତ୍ତା ନିମନ୍ତେ ନିବେଦନ କରିଥିଲେ।
ଏନେଇ ଆମେ ସାରଦା ସ୍ୱେଚ୍ଛାସେବୀ ସଂଗଠନର ଜିଲ୍ଲା ପ୍ରେଜେକ୍ଟ ମ୍ୟାନେଜର ବିଷ୍ଣୁ ପ୍ରସାଦ ପ୍ରହରାଜଙ୍କୁ ପଚାରିବାରୁ ସେ ଏନେଇ ଅବଗତ ଅଛନ୍ତି ଏବଂ ବ୍ଲକ୍‌ ସାମାଜିକ ସୁରକ୍ଷା ଅଧିକାରୀ ରାଜୀବ ପୂଜାରୀ ମଧ୍ୟ ଏନେଇ ଅଭିଯୋଗ କରିବା ସହ ଏହା ଶୁଣିବା ପରେ ମଧୁ ମଙ୍ଗଲ ରାୟ ଙ୍କୁ କାର୍ଯ୍ୟରୁ ବହିଷ୍କୃତ କରାଯାଇଛି ବୋଲି ଡି ପି ଏମ ଜଣାଇଛନ୍ତି |ସରକାରଙ୍କ 5T ତଳ ସ୍ତରରେ କିପରି କାର୍ଯ୍ୟକାରୀ ହେଉଛି ଏଥିରୁ ଅନୁମେୟ |

ମାଲକାନଗିରିରୁ ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *