ଲମତାପୁଟ ବ୍ଲକ ତରଫରୁ ଜାତୀୟ ସଡକ ସୁରକ୍ଷା ଦିବସ ଅବସରରେ ସାଇକେଲ ରାଲି ଅନୁଷ୍ଠିତ
କୋରାପୁଟଜିଲ୍ଲା:(ସଖପ୍ର) ତା୧୮,୦୧,୨୦୨୦ରିଖ ଲମତାପୁଟ ବ୍ଲକ ତରଫର ଜାତୀୟ ସଡକ ସୁରକ୍ଷା ଦିବସ ଅବସରରେ ବିଭିନ୍ନ ଯୁବକେନ୍ଦ୍ର ତରଫରୁ ଗୁନେଇପଡା ଠାରୁ ଜଲାହଞ୍ଜର ପର୍ଯ୍ୟନ୍ତ ସାଇକେଲ ରାଲି ହୋଇଥିଲା। ଏହି ଅବସରରେ ଗୁନେଇପଡା ଏବଂ ଜଲାହଞ୍ଜରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ଗୁନେଇପଡା ଠାରୁ ୮ଘଟିକାରେ ଆରମ୍ଭକରି ୯ଘଣ୍ଟା ୩୦ମିନିଟରେ ଜଲାହଞ୍ଜର ପହଞ୍ଚିଥିଲେ। ସେଠାରେ ଜନ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା। ଏହି ଅବସରରେ ଜଲାହଞ୍ଜର ଗ୍ରାମପଞ୍ଚାୟତ ତରଫରୁ ସରପଞ୍ଚ ଶ୍ରୀମତୀ ଲକ୍ଷ୍ମୀ ପୂଜାରୀ,ସମିତି ସଭ୍ୟା ସଇତା ଖରା,ପ୍ରଧାନ ଶିକ୍ଷକ ଗୁପ୍ତ ପ୍ରସାଦ ପଟ୍ଟନାୟକଙ୍କ ସମେତ ସ୍କୁଲର ସମସ୍ତ ଶିକ୍ଷକ,ଶିକ୍ଷୟତ୍ରୀ,ଛାତ୍ରଛାତ୍ରୀ,ମାଣିକେଶ୍ୱରୀ ଯୁବକ ସଂଘ ଜଲାହଞ୍ଜରର ସଭାପତି ଦଇତାରୀ ଖିଲ,ସେକ୍ରେଟାରୀ ହରି କ୍ରିଷାନୀ ଓ ସମସ୍ତ ସଦସ୍ୟ ଯୋଗଦାନ କରିଥିଲେ। ଭୁବନେଶ୍ୱର KISS, UNFPAତରଫରୁUNFPAତରଫରୁCCଧନୁର୍ଯୟ କ୍ରିଷାନୀ,କୋରାପୁଟ ନେହେରୁ ଯୁବକେନ୍ଦ୍ର ତରଫରୁ କରୁଥିବା ସ୍ବେଚ୍ଛାସେବକ ଲଛମନ ଖେମୁଣ୍ଡୁ ଏବଂ ଶୁଭରଞ୍ଜନ ସେଠୀଙ୍କ ଦ୍ୱାରା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।