ଲଗାଣ ବର୍ଷାରେ ଭୁଷୁଡିଲା ବ୍ରିଜ,ଲୋକେ ହନ୍ତସନ୍ତ…
ମାଲକାନଗିରି (ସଖପ୍ର):ଲଗାଣ ବର୍ଷାରେ ମାଲକାନଗିରି ଜିଲ୍ଲାରେ ବହୁ ସ୍ଥାନକୁ ଯୋଗାଯୋଗ ବିଛିନ୍ନ ହୋଇଯାଇଛି |ଏଭଳି ଏକ ଘଟଣା ଦେଖିବାଜୁ ମିଳିଛି ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ଚିତାପାରି -୩ ପଞ୍ଚାୟତ ରଏଭି -୧୦୮ ଗ୍ରାମରେ । ଏହି ଗ୍ରାମକୁ ସଂଯୋଗ କରୁଥିବା ପୁରୁଣା ଚିତାପରି, ଉସ୍କାପାଲି, ପାଡାଲପୁଟ , ବାଲିମେଳା ଓ ଅନ୍ୟାନ୍ୟ ଗ୍ରାମକୁ ସଂଯୋଗ କରୁଥିବା ଏମଭି ୧୦୮ ନମ୍ବର ଗ୍ରାମର ମୁଖ୍ୟ ରାସ୍ତା ମଧ୍ୟରେ ଥିବା ବ୍ରିଜ ଟି ଦୁଇ ଦିନ ଧରି ଅଞ୍ଚଳରେ ଜାରି ରହିଥିବା ଲଗାଣ ବର୍ଷାରେ ଯୋଗୁଁ ଏହି ବ୍ରିଜରେ ବର୍ଷା ଜଳ ପ୍ରବାହିତ ହେବାରେ ଲାଗିଛି। ଗତକାଲି ରାତିରେ ବ୍ରିଜ଼ ଟି ସମ୍ପୂର୍ଣ୍ଣ ଭାବେ ଭୁଷୁଡି ଯାଇଛି।ଗ୍ରାମବାସୀ ଙ୍କ କହିବା ଅନୁଯାଇ ଲଗାଣ ବର୍ଷା ରେ ୧୫ ବର୍ଷ ତଳର ପୁରାତନ ବ୍ରିଜ ଟି ଭୁଷୁଡି ପଡିଥିବା ଆଜି ସକାଳେ ଗ୍ରାମବାସୀ ଦେଖିବାକୁ ପାଇଥିଲେ । ଅନ୍ୟପଟେ ଗ୍ରାମ ର ଆଉ ଏକ ରାସ୍ତା ବାଲିମେଳା ମାଲକାନଗିରି ମୁଖ୍ୟ ରାସ୍ତା କୁ ତଥା ଏଭି -୩୭ ଗ୍ରାମ କୁ ସଂଯୋଗ କରୁଥିବା ରାସ୍ତାର କଥା ନ କହିଲେ ଭଲ । ଉକ୍ତ ରାସ୍ତାରେ ପିଚୁ ଉଠି ଯାଇଥିବାରୁ ବର୍ତମାନ ଉକ୍ତ ରାସ୍ତା ରେ ଖାଲି ମେଟାଲ ବାହାରି ପଡିଛି ବିଭିନ୍ନ ସ୍ଥାନରେ ବିରାଟକାୟ ଗର୍ତ୍ତ ସୃଷ୍ଟି ହୋଇଛି ।ଖାଲି ପାଦରେ କିମ୍ବା ମୋଟର ସାଇକେଲ ରେ ଯିବା ବି ସମ୍ଭବ ହୋଇପାରୁନି |
ଏହି ରାସ୍ତା ଦେଇ ଅଞ୍ଚଳବାସୀ ବିପଦ ସଂକୁଳ ଅବସ୍ଥାରେ ଯାତାୟତ କରିବାକୁ ବାଧ୍ୟ ହେଉଛନ୍ତି । ଉକ୍ତ ରାସ୍ତାରେ ଯାତାୟତ କରିବା ସମୟରେ ଅନେକ ସମୟରେ ଛୋଟ ବଡ ଦୁର୍ଘଟଣା ଘଟି ବହୁ ଧନ ଜୀବନ ନଷ୍ଟ ହେଉଥିବା ନଜିର ରହିଛି। ଏହି ଗ୍ରାମରେ ପ୍ରାୟ ୭0 ରୁ ଉର୍ଧ୍ଵ ପରିବାର ରେ ପ୍ରାୟ ୪୦୦ ଲୋକେ ବସବାସ କରୁଛନ୍ତି ।ଗ୍ରାମ ମଧ୍ୟରେ ଥିବା ଅନ୍ୟ ଦୁଇଟି ରାସ୍ତା ନିର୍ମାଣ କରାଯାଇ ନ ଥିବାରୁ ବର୍ତ୍ତମାନ ରାସ୍ତାଟି ସମ୍ପୂର୍ଣ କାଦୁଅ ହୋଇ କୁତ୍ରିମ ପୋଖରୀ ସୃଷ୍ଟି ହୋଇଛି ।ଲୋକେ ନିଜ ଘରୁ ବାହାରକୁ ବାହାରିବା କଷ୍ଟସାଧ୍ୟ ହୋଇପଡୁଛି ।ଗ୍ରାମର ଖରାପ ଥିବା ରାସ୍ତା ନିର୍ମାଣ ପାଇଁ ଗ୍ରାମବାସୀ ନିର୍ବାଚିତ ଜନ ପ୍ରତିନିଧି ଠାରୁ ଆରମ୍ଭ କରି ପଞ୍ଚାୟତ ଓ ବ୍ଲକ କର୍ତ୍ତୃପକ୍ଷ ଙ୍କ ନିକଟରେ ପୂର୍ବରୁ ବହୁବାର ଅଭିଯୋଗ କରିଛନ୍ତି ହେଲେ ଏ ଦିଗରେ କେହିବି କର୍ଣ୍ଣପାତ କରୁ ନ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି |ଖରାପ ରାସ୍ତା ଓ ଗତକାଲି ବ୍ରିଜ଼ ଭାଙ୍ଗିଯିବା ଯୋଗୁଁ ଏହି ଗ୍ରାମ ରାସ୍ତା ଦେଇ ବାଲିମେଳା ସହର ଏବଂ ଆଖପାଖ ରେ ଥିବା ଗ୍ରାମ ଗୁଡିକୁ ଯାତାୟତ ଓ ଯୋଗଯୋଗ ସମୂର୍ଣ୍ଣ ବିଛିନ୍ନ ହୋଇଯାଇଛି । ଏହି ବ୍ରିଜ ଟି ଭାଙ୍ଗିଯିବା ଦ୍ୱାରା ଗ୍ରାମର ଲୋକେ ମେଡିକାଲ କିମ୍ବା ବହୁତ ଜରୁରି କାମରେ ଗ୍ରାମ ବାହାରକୁ କିମ୍ବା ବାଲିମେଳା ସହର କୁ ଆସି ପାରୁନାହାନ୍ତି । ଏଥି ସହିତ ଜରୁରୀ କାର୍ଯ୍ୟ ରେ କୋରୁକୋଣ୍ଡା ବ୍ଲକ,ମାଲକାନଗିରି କୋଣସି କାର୍ଯ୍ୟାଳୟ କୁ ମଧ୍ୟ ଯାଇପାରୁନାହାନ୍ତି । ତେଣୁ ଗ୍ରାମବାସୀ ମାନେ ନୂତନ ପୋଲ ନିର୍ମାଣ ସହ ବର୍ତ୍ତମାନ ଗ୍ରାମ ବାହାରକୁ ଆସିବା ପାଇଁ ଏକ ଅସ୍ଥାୟୀ ରାସ୍ତା ନିର୍ମାଣ ଓ ଗ୍ରାମ କୁ ଏକ ପକା ରାସ୍ତା ଯୋଗାଇ ଦେବା ପାଇଁ ଦାବିକରିଛନ୍ତି ଗ୍ରାମ ର ସଭାପତି ରଞ୍ଜିତ ସନା ,ସମ୍ପାଦକ ବଳରାମ ଅଧିକାରୀ, ରବୀନ୍ଦ୍ର ନାଥ ସର୍ଦାର , ସନ୍ତୋଷ ବୋଷ , ସମରେଶ ବୈରାଗୀ ସମେତ ସମସ୍ତ ଗ୍ରାମବାସୀ ନୂତନ ପୋଲ ଓ ଅସ୍ଥାୟୀ ରାସ୍ତା ନିର୍ମାଣ ନିମନ୍ତେ ଦାବି କରିଛନ୍ତି ।ତେବେ ଦେଖିବାକୁ ବାକିରହିଲା ଏ ଦିଗରେ କେବେ ଆଉ କି ପ୍ରକାର ପଦକ୍ଷପ ଗ୍ରହଣ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା।
ମାଲକାନଗିରି ପ୍ରତିନିଧି ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ