11/13/2024

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଲକ ଡାଉନ ଯୋଗୁଁ ପୁରୀରେ ଫସିଥିବା ୩୩ଜଣ ଶ୍ରମିକଙ୍କ ଯିବା ବ୍ୟବସ୍ଥା ଜିଲ୍ଲା ପ୍ରଶାସନ ଓ St. John ଆମ୍ବୁଲାନ୍ସ ଜଗନ୍ନାଥ ଧାମ ସଦସ୍ୟ କଲେ

ପୁରୀ: ଲକ ଡାଉନ ଯୋଗୁଁ 33ଜଣ ଶ୍ରମିକ ପୁରୀରେ ଫସି ଯାଇଥିଲେ । St. John ଆମ୍ବୁଲାନ୍ସ ଜଗନ୍ନାଥ ଧାମ ସେମାନଙ୍କ ଯିବା ପାଇଁ ବ୍ୟବସ୍ଥା କଲା। ତାଙ୍କ ପାଖରେ କିଛି ବ୍ୟବସ୍ଥା ନଥିଲା। ଏହି ଖବର ପାଇଲା ପରେ st John ଜଗନ୍ନାଥ ଧାମ ୟୁନିଟର ମୁଖ୍ୟ ସମାଜସେବୀ ତଥା ଆଇନଜୀବୀ ଲାଲା ଅନନ୍ତ କୁମାର ସିଂହ ତାଙ୍କ ପାଇଁ ଖାଦ୍ୟ ପୁଡିଆ ଵେବସ୍ଥା କରି ଯୋଗାଇଥିଲେ। ଜଗନ୍ନାଥ ଆମ୍ବୁଲାନ୍ସ ସଦସ୍ୟ ନିରଂଜନ ମହାପାତ୍ର, ବିରକିଶୋର ମହାନ୍ତି, ଜି .ବାପି, ଯଯାତି କେଶରୀ ନାୟକ, ରସିକ ରାଜ ପରିଛା, ବିକ୍ରମ ବେହେରା, ମନୋଜ ସାହୁ, ସିଦ୍ଧାନ୍ତ ନାୟକ, ଅଜୟ କୁମାର ପ୍ରଧାନ, ଜିତେଦ୍ର ପାତ୍ର, ଧନେଶ୍ୱର ପାତ୍ର, ଦିବ୍ୟସିଂହ ଦାଶ, ମାଧବ ସୁବୁଦ୍ଧି, ବି. ବିଭାସ କୁମାର ସୁବୁଧି, ସଚିଦାନନ୍ଦ ରଥ,ଏନ ହରିଶ, ଶିବାସ୍ଥ ଜେନା, କେ ରାଜେଶ, ସୋମ୍ୟରଞ୍ଜନ ବାରିକ, ସଦାନନ୍ଦ ସାହୁ, ସନ୍ଦୀପ କୁମାର ଜେନା, ରାଜ କିଶୋର ତ୍ରିପାଠୀ,ଶ୍ରୀଧର ସାହୁ, ଶିବ ପ୍ରସାଦ ମହାନ୍ତି. ସହଯୋଗ କରିଥିଲେ । ଜଗନ୍ନାଥ ଧାମ ଆମ୍ବୁଲାନ୍ସର ଉପଦେଷ୍ଟା ମଧୁସୂଦନ ମିଶ୍ର ସହଯୋଗ କରୁଥଲେ l
ସେମାନଙ୍କ ଯିବା ଵ୍ୟବସ୍ଥା କରିଥିଲେ ୟୁନିଟର ମୁଖ୍ୟ ସମାଜସେବୀ ତଥା ଆଇନଜୀବୀ ଲାଲା ଅନନ୍ତ କୁମାର ସିଂହ । ବୀରକିଶୋର ମହାନ୍ତି ଜିଲ୍ଲା ପ୍ରଶାସନ ସହିତ କଥା ହୋଇ ସେମାନଙ୍କୁ ପୁରୀ ଗୋପବନ୍ଧୁ ଆୟୁର୍ବେଦିକ ମହାବିଦ୍ୟାଳୟ କୋଭିଡ଼ କେନ୍ଦ୍ରରେ ସମସ୍ତଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା ଓ ସମ୍ପୃକ୍ତ ଗାଡି ଚାଳକର ବି ସ୍ୱାସ୍ଥ୍ୟ ପରୀକ୍ଷା କରାହେଲା l ସମସ୍ତଙ୍କ ସ୍ୱାସ୍ଥ୍ୟ ଠିକ ଜାଣିବା ପରେ ଜିଲ୍ଲା ପ୍ରଶାସନ ସେମାନଂକୁ ଗାଡି ପାସ ଵ୍ୟବସ୍ଥା କରିଥିଲେ l ଜଗନ୍ନାଥ ଧାମ ୟୁନିଟ ମୁଖ୍ୟ ଲାଲା ଅନନ୍ତ କୁମାର ସିଂହ, ସାଙ୍ଗରେ ବୀରକିଶୋର ମହାନ୍ତି, ଜି ବାପି, ଶ୍ରମିକମାନେ ରହିବା ଶିବିରରେ ସଚେତନ କରାଇଥିଲେ। ଶେଷରେ OD 13D 7399ଗାଡ଼ିରେ କଲିକତା, ବିହାର ବିଭିନ୍ନ ଜିଲ୍ଲାକୁ ଯିବାକୁ ସୁବିଧା ହେଲା l ଜିଲ୍ଲା ପ୍ରଶାସନ ଓ ଜଗନ୍ନାଥ ଧାମ ସମସ୍ତେ ତାକୁ ବିଦାୟ ଶୁଭେଚ୍ଛା ଜଣାଇଲେ l ସେମାନେ ଗାଡିର ବ୍ୟବସ୍ଥା ନିଜେ କରିଥିଲେ l ଗଲାବେଳେ ଜିଲ୍ଲା ପ୍ରଶାସନ ଓ st.John ଆମ୍ବୁଲାନ୍ସ ଜଗନ୍ନାଥ ଧାମକୁ ଧନ୍ୟବାଦ ଜଣାଇଲେ l

ପୁରୀ ଜିଲ୍ଲା ପ୍ରତିନିଧି ଲାଲା ଅନନ୍ତ କୁମାର ସିଂହ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *