03/25/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଲକ ଡାଉନ ଯୋଗୁଁ ପୁରୀରେ ଫସିଥିବା ୨୮ଜଣ ଶ୍ରମିକଙ୍କ ଯିବା ବ୍ୟବସ୍ଥାପୁଣି ଜିଲ୍ଲା ପ୍ରଶାସନ ଓ St. John ଆମ୍ବୁଲାନ୍ସ ଜଗନ୍ନାଥ ଧାମ ସଦସ୍ୟ କଲେ

ପୁରୀ: କାଲି ରାତିରେ ପୁଣି st. John ଆମ୍ବୁଲାନ୍ସ ଜଗନ୍ନାଥ ଓ ସରକାରଙ୍କ ତରଫରୁ 28ଶ୍ରମିକଙ୍କୁ ନିଜ ରାଜ୍ୟକୁ ପଠେଇ ଦିଆ ଯାଇଛି l ଲକଡାଉନ ଯୋଗୁଁ ନଦିଆ, ମୁର୍ଶିଦାବାଦ, ଭୁରୁଲିଆ ବିଭିନ୍ନ ଅଂଚଳର ଶ୍ରମିକ ପୁରୀରେ ଫସି ରହି ଯାଇଥିଲେ l ସେମାନେ କେମିତି ନିଜ ଘରକୁ ଫେରିବେ ସେଥିପାଇଁ st, john ଆମ୍ବୁଲାନ୍ସ ଜଗନ୍ନାଥ ଧାମର ମୁଖ୍ୟ ସମାଜସେବୀ ତଥା ଆଇନଜୀବୀ ଲାଲା ଅନନ୍ତ କୁମାର ସିଂହ ତାଙ୍କୁ ସହଯୋଗ କରିଥିଲେ l ଆଇନଜୀବୀ ତଥା ସମାଜସେବୀ ଲାଲା ଅନନ୍ତ କୁମାର ସିଂହ ଓ ବିରୋକିଶୋର ମହାନ୍ତି ଜିଲ୍ଲା ପ୍ରଶାସନ ସହିତ ଦେଖା ହୋଇ ମେଡିକାଲ ଟେଷ୍ଟ ପାଇଁ କହିଲେ। ଗୋପବନ୍ଧୁ ayurvedic ହସ୍ପିଟାଲରେ ୨୮ଜଣ ଶ୍ରମିକ, ୨ଟି ଡ୍ରାଇଭର ଓ ୧ଟି ହେଲପର ଥିଲେ। ସମସ୍ତେ ସୁସ୍ଥ ଅଛନ୍ତି ବୋଲି ଅବଗତ କରାହେଲା। କିନ୍ତୁ ପାସ ସେଠୁ ମିଳିଲା ନାହିଁ l ତେବେ ପରଦିନ ସେମାନଙ୍କ ପାସ ପାଇଁ ଅନ୍ ଲାଇନ୍ ଆପ୍ଲକେସନ ଦିଆହେଲା l ଆଜି ପାସ ପାଇଲା ପରେ ସେମାନକୁ ନେଇ କରୋନା ପାଇଁ ସଚେତନତା ଶିବିର ପୁରୀ ହେଲିପ୍ୟାଡ଼ରେ କରାଗଲା। ହାତ ସଫା ରହିବା ପ୍ରଣାଳି ଶିକ୍ଷା ଦିଆ ହେଲା, ସମସ୍ତଙ୍କୁ ମାସ୍କ ବା ରୁମାଲ ସବୁବେଳେ ପିନ୍ଧିବାକୁ କୁହାଗଲା l ସାନିଟାରି ଦିଆହେଲା l ଗଣତି ଶିକ୍ଷା ଦିଆହେଲା ଓ ପରସ୍ପର କେମିତି ଅଲଗା ରହିକଥା ବାର୍ତ୍ତା କରିବେ ବା ସାମାଜିକ ଦୂରତା ରଖିବେ lଗାଡିରେ ଚଡିବା ଓ ଓଲେଇବା ସାମାଜିକ ଦୂରତା ରଖିବେ l ଏହି ଶିବିରକୁ ଜି. ବାପି, ଯଯାତି କେଶରୀ ନାୟକ, ସନ୍ଦିପ ଜେନା, ବୀରକିଶୋର ମହାନ୍ତି, ବିକ୍ରମ ବେହେରା,ଶ୍ରୀଧର ସାହୁ ଚଳେଇଥିଲେ l ସହଯୋଗ କରିଥିଲେ ନିରୋଜନ ମହାପାତ୍ର , କେ. ରାଜେଶ, ସିବୋସ୍ଥ ଜେନା, ସୋମ୍ୟରଞ୍ଜନ ବାରିକ ସହଯୋଗ କରିଥିଲେ l ଶେଷରେ 28ଜଣଙ୍କୁ ନେଇ OD 33H5871ଗାଡ଼ିରେ ଛାଡିଥିଲେl l st.john ଆମ୍ବୁଲାନ୍ସ ଜଗନ୍ନାଥ ଧାମ ମୁଖ୍ୟ ସମାଜସେବୀ ତଥା ଆଇନଜୀବୀ ଲାଲା ଅନନ୍ତ କୁମାର ସିଂହ ଓ ବୀରକିଶୋର ମହାନ୍ତି ସମସ୍ତଙ୍କୁ ବିଦାୟ ଶୁଭେଚ୍ଛା ଜଣେଇଥିଲେ l

ପୁରୀ ଜିଲ୍ଲା ପ୍ରତିନିଧି ଲାଲା ଅନନ୍ତ କୁମାର ସିଂହ l

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *