12/15/2024

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଲକ୍ଷ୍ମୀ ବସ୍ ଚଳାଇବା ପାଇଁ ଜିଲ୍ଲାପାଳଙ୍କୁ ଦାବି ପତ୍ର

ଜୟପୁର ୨୪/୧୦(ସଖପ୍ର) : ଲକ୍ଷ୍ମୀ ବସ୍ ଚଳାଇବା ପାଇଁ ଆଜି ଏକ ଦାବି ପତ୍ର ପ୍ରଦାନ କରାଯାଇଛି । ଏହି ଦାବିପତ୍ର ଜୟପୁର ଉପଜିଲ୍ଲାପାଳଙ୍କ ଜରିଆରେ ଜିଲ୍ଲାପାଳଙ୍କୁପ୍ରେରଣ କରାଯାଇଛି । ପବ୍ଲିକ୍ ରାଇଟ୍ସ ଆସୋସିଏସନ୍ ପକ୍ଷରୁ ଦିଆଯାଇଥିବା ଏହି ପତ୍ରରେ କୁହାଯାଉଛି ଯେ, ଜିଲ୍ଲାର ୧୪ଟି ବ୍ଲକ ପାଇଁ ଗତ ଜାନୁଆରୀ ମାସରେ ୧୨ଟି ବସ୍ ଟାୟାର-ଟୁ ଯାହାକି ବ୍ଲକରୁ ଜିଲ୍ଲା ସଦର ମହକୁମା ଚାଲିବାକୁ ଆସିଥିଲା । କିନ୍ତୁ ଏଗୁଡ଼ିକ ୯ ମାସ ହେବ ଜୟପୁର ଓଏସଆରଟିସି ବସ୍ ଡିପୋରେ ପଡ଼ି ରହିଛି । ଗତ ଅଗଷ୍ଟ ମାସରୁ ଏହି ବସ୍ ପାଇଁ ରୁଟ୍ ଆବେଦନ ଆର୍ ଟି ଓ ଙ୍କ ନିକଟରେ କରାଯାଇଛି । ତେଣୁ ତୁରନ୍ତ ଏଗୁଡ଼ିକୁ ରୁଟ ପ୍ରଦାନ କରାଯାଇ ଚଳାଇବାକୁ ଦାବୀ କରାଯାଇଛି । ଏହି ଦାବୀ ପ୍ରଦାନ ବେଳେ ସଂଘ ପକ୍ଷରୁ ଦେବେନ୍ଦ୍ର ବାହିନୀପତି, ବାଲା ରାୟ, ରାଜେନ୍ଦ୍ର କୁମାର ଗୌଡ, ଅରବିନ୍ଦ ଦୋରା, ବିଭୂତି ରଞ୍ଜନ ମହାପାତ୍ର, ତେଜେଶ୍ୱର୍ ପଣ୍ଡା, ରାଜେନ୍ଦ୍ର ସାହୁ,ଶରତ ଅଧିକାରୀ, ଲିଙ୍ଗରାଜ ପାଳ ପ୍ରମୁଖ ଉପସ୍ଥିତ ରହିଥିଲେ । ଏହି ଦାବିପତ୍ରର ଏକକିତା ନକଲ କୋରାପୁଟ ଆର୍ ଟି ଓ ଙ୍କୁ ମଧ୍ୟ ପ୍ରେରଣ କରାଯାଇଛି ।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *