01/22/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ବନବିଭାଗ ଏବଂ ପୋଲିସ ମିଳିତ ଚଢାଉ,ଲକ୍ଷାଧିକ ଟଙ୍କାର କାଠ ଓ ବିଦେଶୀ ମଦ ଜବତ

କୋରାପୁଟ ଜିଲା(ସଖପ୍ର): ଜୟପୁର ନିକଟସ୍ଥ ଚିଲିଗୁଡା ଏକ ଘରେ ବନବିଭାଗ ଏବଂ ପୋଲିସର ମିଳିତ ଚଢ଼ାଉ କରି ବିପୁଳ ପରିମାଣର ମୂଳବାନ କାଠ ଜବତ କରିବା ସହ ନକଲି ବିଦେଶୀ ମଦ ପ୍ରସ୍ତୁତ କାରଖାନାକୁ ଠାବ କରାଯାଇଛି। କୌଣସି ସୂତ୍ରରୁ ଖବର ପାଇ ଜୟପୁର ସହରର ଚିଲିଗୁଡା ଠାରେ ଆଜି ମହେନ୍ଦ୍ର ସ୍ୱାଇଁ ନାମକ ବ୍ୟକ୍ତିଙ୍କ ଘରେ ଚଢ଼ାଉ କରିଥିଲା ବନ ବିଭାଗ। ଚଢ଼ାଉ ସମୟରେ ବହୁ ପରିମାଣର ଶାଗୁଆନ କାଠ ପଟା ଜବତ କରାଯାଇଛି। ଯାହାର ମୂଲ୍ୟ ଏକ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ସୂଚନା ଦେଇଛନ୍ତି ଜୟପୁର ବନବିଭାଗ ଅଧିକାରୀ। ଏସବୁ କାଠ ପଟାର କୋଣସି ରସିଦ ନଥିବା ସୂଚନା ଦେଇଛି ବନ ବିଭାଗ। ସେପଟେ ଏହି ଚଢ଼ାଉ ସମୟରେ ସମ୍ପୃକ୍ତ ବ୍ୟକ୍ତି ଜଣକ ଅନ୍ୟ ଏକ ଭଡା ଘରେ ବିଦେଶୀ ମଦ ମହଜୁଦ ରଖି ଥିବା ଜାଣିବାକୁ ପାଇଥିଲେ ପୋଲିସ। ଆଉ ସେହି ଘରୁ ଅନେକ ପ୍ରକାର ବ୍ରାଣ୍ଡର ବିଦେଶୀ ମଦ ବୋତଲକୁ ଠାବ କରାଯାଇଛି। ବନବିଭାଗ ତରଫରୁ ଖବର ପାଇ ଜୟପୁର ପୋଲିସ ପହଞ୍ଚି ସମସ୍ତ ବିଦେଶୀ ମଦ ବୋତଲକୁ ଜବତ କରିଥିବା ବେଳେ ଏହି ମଦକୁ ସେଇ ଘରେ ପ୍ରସ୍ତୁତି କରାଯାଉଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ସମ୍ପୃକ୍ତ ବ୍ୟକ୍ତି ଆଉ ତାଙ୍କ ସ୍ତ୍ରୀ ଏକାଠି ଏହି କାମ କରୁଥିବା ଜଣା ପଡ଼ିଛି। ତାଙ୍କୁ ପୋଲିସ ଆଉ ବନବିଭାଗର ଅଧିକାରୀ ମାନେ ଅଟକ ରଖି ପଚରା ଉଚରା କରୁଥିବା ସମୟରେ କୌଶଳକ୍ରମେ ସେ ଖସିଯାଇଥିବା ବନବିଭାଗ କହିଛି। ସେପଟେ ନିଜ ଘର କାମ ପାଇଁ କିଛି ପଟା କିଣିଥିବା ବେଳେ ସେଥିରୁ କିଛି ପଟାର ବିଲ ଅଛି, ଆଉ କିଛିର ବିଲ ନାହିଁ ବୋଲି କହିବା ସହ ଲଗଡାଉନ ସମୟରେ ମଦ ବିକ୍ରି କରୁଥିବା କହିଛନ୍ତି ସମ୍ପୃକ୍ତ ବ୍ୟକ୍ତି। ତଦନ୍ତ ପରେ ପ୍ରକୃତ ସତ୍ୟତା ଜଣାପଡ଼ିବ ବୋଲି ଟାଉନ ଥାନା ଅଧିକାରୀ ବାଲେଶ୍ବର ଗିଧି ସୁଚନା ଦେଇଛନ୍ତି।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *