November 18, 2025

Sabubarga Khabar

All category news

ଲକଡାଉନ ସମୟରେ ନୃସିଂହନାଥରେ ଭୋକିଲା ମାଙ୍କଡ଼ ଓ ପଶୁପକ୍ଷୀଙ୍କୁ ଖାଦ୍ୟ ଖୁଆଇଲେ ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ

ବରଗଡଜିଲ୍ଲା: ସାରା ଦେଶରେ ଲକଡାଉନ ଚାଲିଛି । ଜନଜୀବନର ସୁରକ୍ଷା ତଥା କରୋନା ମୁକାବିଲା ନିମନ୍ତେ ଆଜି ପୁଣି ଓଡ଼ିଶା ସରକାର ଏପ୍ରିଲ ୩୦ଯାଏଁ ଲକଡାଉନକୁ ବଢାଇଛନ୍ତି । ଏଥି ଯୋଗୁଁ ସମସ୍ତ ତୀର୍ଥକ୍ଷେତ୍ର ଜନସାଧାରଣଙ୍କ ପାଇଁ ଦର୍ଶନ ବନ୍ଦ ରହିଛି । ସେହିପରି ପଶ୍ଚିମ ଓଡିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ଶ୍ରୀ ଶ୍ରୀ ନୃସିଂହନାଥରେ ଦର୍ଶନ ବନ୍ଦ ରହିଛି, ତେଣୁ ଜନସାଧାରଣ ଆସୁନାହାନ୍ତି ଏବଂ ଏହି ପୀଠ ଏବେ ଖାଁ ଖାଁ ଲାଗୁଛି । ଜନସାଧାରଣ ଏଠାକୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସିଲେ ଏଠାରେ ଥିବା ବନ୍ୟପ୍ରାଣୀ ଯଥା ମାଙ୍କଡ଼ ମାନଙ୍କୁ ଶ୍ରଦ୍ଧାର ସହ ଚଣା,ବାଦାମ ତଥା ଅନ୍ୟାନ୍ୟ ଜିନିଷ ଖାଇବାକୁ ଦେଇଥାନ୍ତି । ବର୍ତ୍ତମାନ ଏହି ତୀର୍ଥ କ୍ଷେତ୍ରକୁ ଯାତ୍ରୀ ଆସୁ ନ ଥିବାରୁ ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିରର ହଜାର ହଜାର ମାଙ୍କଡ଼ ଭୋକ ଉପବାସରେ ରହୁଛନ୍ତି । ଏହାକୁ ଦୃଷ୍ଟିରେ ରଖି ପଦ୍ମପୁର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ, ବିଜେପି କାର୍ଯ୍ୟକର୍ତ୍ତା ବିଜେପୁର ଯୁବ ନେତା ଶ୍ରୀକାନ୍ତ ମିଶ୍ର, ସେବକ ମେହେର, ସତ୍ଯ ବେହେରା,ରାଜେନ୍ଦ୍ର ସେଠୀ,ଧନୁର୍ଯ୍ଯ ବାଗ ପ୍ରମୁଖ ବିସ୍କୁଟ, ଚାଉଳ,ଚଣା, କଦଳୀ ଆଦି ସାମଗ୍ରୀ ଧରି ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର ଚାଳଧାର, ଗୋକୁଣ୍ଡ ଘାଟ,ସିଂହଦ୍ବାର, ହନୁମାନ ବାଟିକା, ଭଣ୍ଡାର ଘର ଆଦି ସ୍ଥାନ ମାନଙ୍କ ବୁଲି ମାଙ୍କଡ଼, ହନୁ ମାଙ୍କଡ଼ ମାନଙ୍କୁ ଖାଦ୍ୟ ବାଣ୍ଟି ଥିଲେ ।

ବରଗଡ ପ୍ରତିନିଧି ମୋତିଲାଲ ବାଗ

Leave a Reply

Your email address will not be published. Required fields are marked *

ସବୁବର୍ଗ ଖବର | Newsphere by AF themes.