01/22/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ରୋବାଡି ସ୍କୁଲ ଓ ମିନାଝୋଲା ହିସ୍ପିଟାଲରେ ଗୁଣୁପୁର ବନାଞ୍ଚଳ ପକ୍ଷରୁ ବୃକ୍ଷରୋପଣ

ରାୟଗଡା(ସଖପ୍ର): ରାୟଗଡା ଗୁଣୁପୁର ବନାଅଂଚଳ ପକ୍ଷରୁ 72ତମ ବନ ମହୋଉତ୍ସବ ରୋବାଡୀସ୍ଥିତ ମଙ୍ଗଳ ବିଭାଗ ହାଇ ସ୍କୁଲ ପରିସର ଓ ମିନାଝୋଲା ସ୍ଥିତି ସରକାରୀ ଡାକ୍ତଖାନା ପରିଷର ମଧ୍ୟରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥିଭାବେ ରାଜ୍ୟ ଅନୁସୂଚିତ ଜାତି ଜନଜାତି ତଥା ପଛୁଆ ବର୍ଗ ଉନୟନ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକା ମୁଖ୍ୟ ଅତିଥିଭାବେ ଯୋଗ ଦେଇ ବୃକ୍ଷ ରୋପଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରି ଗୋଟିଏ ମଣିଷ ଗୋଟିଏ ଗଛ ଲଗାଇବା ନିମନ୍ତେ ସନ୍ଦେଶ ଦେଇଥିଲେ। ବର୍ତମାନ ଯେପରି ଭାବେ ଜଙ୍ଗଲ ନଷ୍ଟ ହୋଇଚାଲିଛି ଏହାର ମୁକାବିଲା କରିବା ସହିତ ଜଙ୍ଗଲକୁ ରକ୍ଷା କରିବା ସମସ୍ତ ଜନସାଧାରଣଙ୍କ ଦାୟିତ୍ୱ ବୋଲି କହିଥିଲେ। ଜଙ୍ଗଲର ବିନାଶ ଲାଗି ଆଜି ଜଲବାୟୁର ପରିବର୍ତନ ଘଟୁଛି । ତାହା ସମଗ୍ର ମାନବ ଜାତି ପାଇଁ ଏକ ଚିନ୍ତାର କାରଣ ବୋଲି ଗୁଣୁପୁର ବନାଞ୍ଚଳ ଅଧିକାରୀ ଶ୍ରୀ ରଞ୍ଜନ କୁମାର ମହାନ୍ତି କହିଥିଲେ । ସେ ମଧ୍ୟ କହିଥିଲେ ଯେ ଘର ପୋଡ଼ିଲେ ଆମେ ଜଙ୍ଗଲକୁ ଯିବା ଯଦି ଜଙ୍ଗଲ ପୋଡ଼ିଯାଏ ତାହା ହେଲେ ଆମେ ଯିବା କୁଆଡେ ? ଜଙ୍ଗଲରେ ନିଆଁ ଲଗାଇବା ଦ୍ୱାରା ଜଙ୍ଗଲର ବନ୍ୟଜନ୍ତୁ ଗ୍ରାମ ତଥା ସହର ଅଭିମୁଖେ ଆସୁଛନ୍ତି । ଆଜିର ଏହି କାର୍ଯ୍ୟକ୍ରମରେ ରୋବାଡି ହାଇ ସ୍କୁଲ ପ୍ରଧାନ ଶିକ୍ଷକଙ୍କ ସହିତ ତାଙ୍କରି କର୍ମଚାରୀ ଓ ଗୁଣୁପୁର ବନାଞ୍ଚଳ ଅଧିକାରୀ ରଞ୍ଜନ କୁମାର ମହାନ୍ତି, ବନପାଳ ଭଗବାନ ସାରକା, ପ୍ରଫୁଲ୍ଲ ପ୍ରଧାନ, ରମେଶ ପରଜା, ଫରେଷ୍ଟ ଗାର୍ଡ ସବିତା ଗମାଙ୍ଗ ଙ୍କ ସହିତ ବିଜେଡି କର୍ମୀ ନେତା ସୁରି, ପଂଚାୟତ ସମିତି ସଭ୍ୟ ମାଦାରାଓ କଣ୍ଡଗୋରି, କୋଲନରା ବ୍ଲକ ଯୁବ ବିଜେଡି ସଭାପତି ଜି.ରବି କୁମାର, ଏଙ୍କେଟି ହୁଇକା, ଜି.ଶଶୀଭୂଷଣ, ପୂର୍ବତନ ସରପଞ୍ଚ କାମେଶ୍ୱର ମାଣ୍ଡାଙ୍ଗି ଓ ପୂର୍ବତନ ସମିତିସଭ୍ୟ ସାନି ହିମିରିକାଙ୍କ ସମେତ ବହୁ ବିଜେଡି କର୍ମୀ ଉପସ୍ଥିତ ରହିଥିଲେ।

ରାୟଗଡାରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *