ରୋଗ ଶଯ୍ୟାରେ କଟୁଛି କୃପାସିନ୍ଧୁଙ୍କ ଜୀବନ,ଚିକିତ୍ସା ପାଇଁ ଅର୍ଥ ବାଧକ
ଧର୍ମଶାଳା, 2/11 :(ପ୍ରତିନିଧି ନାରାୟଣ ରଥ) ଗତ ତିନି ଦିନ ଧରି ଲଗାଣ ବର୍ଷାରେ ଧର୍ମଶାଳା ଅଂଚଳରେ ବ୍ୟାପକ ଫସଲ ହାନି ହୋଇଥିବା ଦେଖିବାକୁ ମିଳିଛି । ଲଗାଣ ବର୍ଷା ଫଳରେ ଗେଙ୍ଗୁଟି ନଦୀରେ ବର୍ଷାଜଳ ଆସିବାରୁ ଧର୍ମଶାଳା ବ୍ଲକ ଅନ୍ତର୍ଗତ ପଟୁଣିଆ ପଞ୍ଚାୟତର ନଛିପୁର,କୂଳନରସିଂହପୁର,ଢିହ ନରସିଂହପୁର,ଜେମାଦେଇପୁର,ରାଧାଦେଇପୁର,ହାମଜାପୁର,ଗଲଗଲିଶଙ୍ଖ,ପଟୁଣିଆ,କଣ୍ଟିଗଡିଆ ପଞ୍ଚାୟତର ପିପ୍ପଳିଡିହ,ପାଇକରାପୁର,ଅରେଇକଣା ପଞ୍ଚାୟତର ହରିଚନ୍ଦନପୁର ଆଦି ବିଭିନ୍ନ ଗ୍ରାମର ଚାଷୀ ଜମିରେ ବର୍ଷାଜଳ ମାଡିଯାଇଛି । ପଟୁଣିଆ ପଞ୍ଚାୟତର ରାଧାଦେଇପୁର ଗ୍ରାମର ସଫେଇ ପାଟନାଳୀରେ ପୂର୍ବରୁ ଥିବା ଫ୍ଲଡ ଗେଟ ଭାଙ୍ଗି ପାଟନାଳୀରେ ହୋମ ପାଇପ ପକାଇ ନାଳକୁ ପୋତିଥିଲେ । ହୋମ ପାଇପର କୌଣସି ଫାଟକ ନଥିବାରୁ ବର୍ଷାଜଳ ଅନ୍ୟାୟସରେ ଚାଷୀଜମିକୁ ଜଳମଗ୍ନ କରିଛି । ଫଳରେ ହେକ୍ଟର ହେକ୍ଟର ଚାଷୀଜମି ବର୍ଷାଜଳରେ ବୁଡି ରହିବାରୁ ବିରି,ମୁଗ,କୋଳଥ,ଧାନ ଆଦି ଫସଲ ନଷ୍ଟ ହୋଇଯାଇଛି । ବିଭିନ୍ନ ସଂସ୍ଥାରୁଚାଷୀ ମାନେ ଋଣ ନେଇ କରିଥିବା ଫସଲ ଉଜୁଡିବା ଫଳରେ ଚାଷୀ ମୁଣ୍ଡରେ ଚଡ଼କ ପଡିଯାଇଛି । ଏଥିପ୍ରତି କୃଷି ବିଭାଗ ଅଧିକାରୀ କ୍ଷତିଗ୍ରସ୍ତ ଚାଷୀଙ୍କ ହାନୀ ହୋଇଥିବା ଫସଲର କ୍ଷୟକ୍ଷତି ଆକଳନ କରି କ୍ଷତିପୁରଣ ଯୋଗାଇ ଦେବାକୁ ସ୍ଥାନୀୟ ଚାଷୀ ଦାବୀ କରିଛନ୍ତି ।