ରୂପେଶ ଭଦ୍ରଙ୍କୁ ଖସାଇବାକୁ VLWଙ୍କ ଚରିତ୍ର ସଂହାର କଲେ SP- BJP
![](https://www.sabubargakhabar.in/wp-content/uploads/2019/10/IMG_20191020_191721.jpg)
ଭୁବନେଶ୍ୱର: ଧର୍ମଶାଳା ବ୍ଲକ ହରିଦାସପୁର ପଂଚାୟତ ନିର୍ବାହୀ ଅଧିକାରୀ ସ୍ମିତାରାଣୀ ବିଶ୍ୱାଳଙ୍କ ହତ୍ୟା ପ୍ରସଙ୍ଗରେ ଯାଜପୁର ଏସପି ଚରଣଜିତ ସିଂହ ମୀନାଙ୍କର ବୟାନ ହେଉଛି ମୁଖ୍ୟ ଅଭିଯୁକ୍ତ ରୂପେଶ ଭଦ୍ର ଓରଫ ନାଣ୍ଡୁକୁ ଖସାଇଦେବା ପାଇଁ ଚାଲିଥିବା ଷଡଯନ୍ତ୍ରର ଏକ ସଂଳାପ । ଜଣେ ଦାୟୀତ୍ୱ ସଂପନ୍ନ ପୋଲିସ ଅଧିକାରୀ ମୃତ ସ୍ମିତାରାଣୀଙ୍କର ଚରିତ୍ର ସଂହାର କରିବାକୁ ବି ପଛେଇଲେ ନାହିଁ । ହତ୍ୟା ଓ ଗଣଦୁର୍ଷ୍କମକୁ ଲୁଚାଇବା ପାଇଁ ସ୍ମିତା ଆତ୍ମହତ୍ୟା କରିଛନ୍ତି ବୋଲି ଆଜି ପୋଲିସ କହିଲା ଯାହା ୨ ଦିନ ହେଲା ଅଭିଯୁକ୍ତ ରୂପେଶ କହୁଥିଲା । ଯାଜପୁର ଏସପି କ’ଣ ଅଭିଯୁକ୍ତ ରୂପେଶ ଓରଫ ନାଣ୍ଡୁ ଭଦ୍ରର ପ୍ରବକ୍ତା ବୋଲି କି ରାଜ୍ୟ ବିଜେପି ସଂପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର ପ୍ରଶ୍ନ କରିଛନ୍ତି । ଅଧପନ୍ତରିଆ ତଦନ୍ତ କରି ଏସପି ମୀନାଙ୍କର ଏ ଘଟଣାରେ ବୟାନବାଜି ଅତ୍ୟନ୍ତ ନିନ୍ଦନୀୟ ଏବଂ ତଦନ୍ତକୁ ପ୍ରଭାବିତ କରିବା \nପାଇଁ ଅପଚେଷ୍ଟା । ଯଦି ଏସପି ମୀନା ଗଣମାଧ୍ୟମକୁ ସମ୍ବୋଧିତ କଲେ ତେବେ ଆମ ମୌଳିକ ପ୍ରଶ୍ନର ଉତର କଣ ପାଇଁ ଦେଲେ ନାହିଁ? ଗେଷ୍ଟହାଉସ ସିସିଟିଭି ଫୁଟେଜ କୁଆଡେ ଗଲା? ଗଣଦୁଷ୍କର୍ମ ଏବଂ ହତ୍ୟା ହୋଇଥିବା ଘଟଣାସ୍ଥଳ ଏବଂ ଗେଷ୍ଟହାଉସ କଣ ପାଇଁ ପୋଲିସ ସିଲ କଲା ନାହିଁ । ଯେଉଁ ସ୍କୋପିଓରେ ମୃତକ ସ୍ମିତାରାଣୀଙ୍କୁ ଡାକ୍ତରଖାନା ନିଆଗଲା ସେ ଗାଡି କାହାର ଏବଂ ସେଗାଡିକୁ ପୋଲିସ କଣ ପାଇଁ ସିଜ କରିନାହିଁ ? ଘଟଣା ସମୟରେ ଗେଷ୍ଟହାଉସରେ ଥିବା ବାକି ୪ ଜଣ ଆରୋପୀ ଯେଉଁଥିରେ ୨ ଜଣ ବିଜେଡିର ସମିତିସଭ୍ୟ, ଜଣେ ଜିଲ୍ଲା ପରିଷଦ ସଦସ୍ୟ ଏବଂ ଜଣେ ରାମକୋର ଉଚ୍ଚସ୍ତରୀୟ ଅଧିକାରୀ ଥିଲେ ସେମାନେ କିଏ ଏବଂ ଏହି ହତ୍ୟାକାଣ୍ଡରେ ତାଙ୍କର ଭୂମିକା କଣ ଥିଲା । ଏହା କ’ଣ ‘ମୋସରକାର’ର ୫-ଟି । କେବଳ ଗୋଟିଏ ଜିନିଷ ଜଳ ଜଳ ହୋଇ ଦେଖାଯାଉଛି ଯେ, ଯାଜପୁର ପୋଲିସ ଶାସକ ବିଜେଡିର ପ୍ରଭାବଶାଳୀ ଅପରାଧିକ ନେତାମାନଙ୍କୁ ଖସାଇଦେବା ପାଇଁ ଏବଂ ଏହି ଜଘନ୍ୟ ହତ୍ୟାକାଣ୍ଡରେ ତଥ୍ୟପ୍ରମାଣ ନଷ୍ଟ କରିବା ପାଇଁ ଅଂଟା ଭିଡିଛି । ଓଡିଶାର ମହିଳାମାନଙ୍କୁ ବଂଚିଥିବାବେଳେ କିଭଳି ଅସମ୍ମାନ କରାଯାଉଛି ସବୁଦିନ ଏହାର ଦୃଷ୍ଟାନ୍ତ ମିଳୁଛି । କିନ୍ତୁ ମରିସାରିବାପରେ ମଧ୍ୟ ଜଣେ ଓଡିଆ ସଧବା ମହିଳାର ଚରିତ୍ର ହନନ କରିବାକୁ ପଛଘୁଂଚା ଦେଲେ ନାହିଁ ଯାଜପୁର ଏସପି ଚରଣଜିତ ସିଂହମୀନା । ଓଡିଶାର ମା’ ଭଉଣୀମାନଙ୍କୁ ଗଣଦୁଷ୍କର୍ମ କରି ହତ୍ୟା କରିବା ଏବଂ ବିଜୁ ଜନତାଦଳ କ୍ଷମତା ଲୋଭରେ ମହିଳାମାନଙ୍କର ବଳି ପକାଇବା ଏହା କ’ଣ ରାଜ୍ୟସରକାରଙ୍କ ‘ଟ୍ରାନ୍ସପରମେସନ’ ବୋଲି ଡ.ସାମନ୍ତ ସିଂହାର ପ୍ରଶ୍ନ କରିଛନ୍ତି । ଏହି ହତ୍ୟା ଘଟଣାର ତଦନ୍ତ ଭାର ସିବିଆଇକୁ ଦିଆଯାଉ । ଯଦି ମୃତକ ସ୍ମିତାରାଣୀ ଏବଂ ତାଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ନ୍ୟାୟ ନଦେଲେ ଆଗାମୀ ଦିନରେ ବିଜେପି ଭୟଙ୍କର ଆନ୍ଦୋଳନକୁ ଓହ୍ଲାଇବ ବୋଲି ଡ.ସାମନ୍ତସିଂହାର ଚେତାବନୀ ଦେଇଛନ୍ତି ।