ରାୟଗଡା ସିଆରପିଏଫରେ ରକ୍ଷା ବନ୍ଧନ ପାଳିତ

ରାୟଗଡ଼ା ୨୧/୮(ସଖପ୍ର): ରାୟଗଡା କେନ୍ଦ୍ରୀୟ ସୁରକ୍ଷାବାହିନୀର ୪ ର୍ଥ ବାଟାଲିୟନରେ ରକ୍ଷାବନ୍ଧନ ପର୍ବ ପାଳିତ ହୋଇଯାଇଛି । ସାଧାରଣତଃ ଭାରତବର୍ଷର ମହିଳାମାନେ ନିଜ ନିଜ ଭାଇଙ୍କ ହାତରେ ହିଁ ରକ୍ଷାସୂତ୍ର ବାନ୍ଧିବା ସହିତ ଶୁଭ ସଂକଳ୍ପ କରିବା ପରମ୍ପରା ରହିଥିବାସ୍ଥଳେ ଆଜି ସେହିମାନଙ୍କ ହାତରେ ରାକ୍ଷୀ ବନ୍ଧା ଯାଇଥିଲା, ଯେଉଁମାନଙ୍କ ସୁରକ୍ଷାରେ ଆମେ ଶାନ୍ତିରେ ଘରେ ଶୋଇପାରୁଛନ୍ତି । ରାୟଗଡା ଯୁପିଟର ବିଦ୍ୟାଳୟର ଛାତ୍ରୀମାନେ ରାକ୍ଷୀ ବାନ୍ଧିଥିଲେ ରାୟଗଡା ୪ ର୍ଥ ବାଟାଲିୟନ ମୁଖ୍ୟାଳୟ ସିଆରପିଏଫ ଯବାନଙ୍କ ହାତରେ ରକ୍ଷାସୂତ୍ର ବାନ୍ଧିଥିଲେ । ଭାଇ ଭଉଣୀଙ୍କ ଏହି ସୁନ୍ଦର ଐଶ୍ଚର୍ଯ୍ୟ ସଂମ୍ପର୍କକୁ ଆନନ୍ଦ ଓ ଉତ୍ସାହର ସହ ପାଳନ କରାଯାଇଥିଲା । ଏହିଭଳି ଶୁଭ ଅବସରରେ ୪ ର୍ଥ ବାଟାଲିୟନ କମାଣ୍ଡେଣ୍ଟ ଏସଏଚ ମନୋଜ କୁମାର ଯାଦବ ଉପସ୍ଥିତ ରହି ସମସ୍ତ ଶ୍ରେଣୀୟ ଯବାନଙ୍କୁ ଏକତ୍ରିତ କରି ନିଜ ହାତରେ ରାକ୍ଷୀ ବାନ୍ଧିବା ପାଇଁ ଉତ୍ସାହିତ କରିବା ସହିତ ସମସ୍ତଙ୍କୁ ପବିତ୍ର ଅବସରର ହାର୍ଦ୍ଧିକ ଅଭିନନ୍ଦନ ଜ୍ଞାପନ କରିଥିଲେ। ସିଆରପିଏଫ ଡେପୁଟି କମାଣ୍ଡେଣ୍ଟ ରମେଶ କୁମାର, ସେକେଣ୍ଡ କମାଣ୍ଡେଣ୍ଟ ପ୍ରଦୀପ କୁମାର ସାହୁ (ଏସଓ ରୁ ଡିଆଇଜିପି), ଡି ଆଇ ଜି ରେଞ୍ଜ ଏସବିପି ରାୟଗଡାର ଡେପୁଟି କମାଣ୍ଡେଣ୍ଟ ବିଜୟ କୁମାର ସାହୁ, ଯୁପିଟେର ପ୍ରିନ୍ସପାଲ ପ୍ରସନ୍ନ କୁମାର ପଣ୍ଡା, ପରାମର୍ଶଦାତା ଶ୍ରୀଯୁକ୍ତ ଏସ ଏନ ତ୍ରିପାଠୀ, ନିର୍ଦ୍ଦେଶକ ଗୋବିନ୍ଦ ପ୍ରସାଦ ରଥ, ଉପାଧ୍ୟକ୍ଷା ଶ୍ରୀମତୀ ପି ଲକ୍ଷ୍ମୀ, ଆଡମିନ କେ ପ୍ରଭା, ସୋହିନି ମିଶ୍ର, ଶ୍ରୀମତୀ ରେଣୁକା ଆଚାର୍ଯ୍ୟ, ଶ୍ରୀମତୀ ଶ୍ଵେତା ଭଣ୍ଡାରୀ, ଶ୍ରୀମତୀ ବି ପ୍ରଶାନ୍ତି ଶ୍ରୀମତୀ ଅଞ୍ଜଳି ଏବଂ ଶ୍ରୀମତୀ ପ୍ରତି ବେନେରିଆ ପ୍ରମୁଖ ଉପସ୍ଥିତ ଥିଲେ । କୋଭିଡର ସମସ୍ତ ନୀତିନିୟମକୁ ଅନୁସରଣ କରି ସାମାଜିକ ଦୂରତ୍ୱକୁ ବଜାୟରଖି ଏହି କାର୍ଯ୍ୟକ୍ରମ ସମ୍ପାଦନ କରାଯାଇଛି । ଏହି କାର୍ଯ୍ୟକ୍ରମକୁ ସି ଆର ପି ଏଫ ର ଲୋକସମ୍ପର୍କ ଅଧିକାରୀ ସରୋଜ କୁମାର ମହାନ୍ତି ପରିଚାଳନା କରିଥିଲେ।
ରାୟଗଡାରୁ ଅମୁଲ୍ୟ ନିଶଙ୍କ ଙ୍କ ରେପୋର୍ଟ