ରାୟଗଡା ବିଭିନ୍ନ ଅଂଚଳରେ ଅବକାରୀ ବିଭାଗର ଚଢାଉ
ରାୟଗଡା୧୮/୮(ସଖପ୍ର): ଲକଡାଉନ ସମୟରେ ରାୟଗଡା ଜିଲ୍ଳାରେ ବେଆଇନ ଚୋରା ମଦ କାରବାରକୁ ରୋକିବା ପାଇଁ ରାୟଗଡା ଜିଲ୍ଳାପାଳ ପ୍ରମୋଦ କୁମାର ବେହେରା ଜିଲ୍ଲା ଅବକାରୀ ବିଭାଗକୁ ଏ ଦିଗରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଫଳରେ ଜିଲ୍ଲା ଅବକାରୀ ଅଧୀକ୍ଷକ ଦଣ୍ଡପାଣି ବେହେରାଙ୍କ ଆଦେଶ କ୍ରମେ ଜିଲ୍ଳାର ବିଭିନ୍ନ ଅଂଚଳରେ ଅବକାରୀ ବିଭାଗୀୟ ଅଧିକାରୀମାନେ ସଦଳବଳ ନେଇ ବ୍ୟାପକ ଚଢାଉ କରି ବିପୁଳ ପରିମାଣର ଦେଶୀ ରନ୍ଧାମଦ, ମହୁଲ ପୋଚ, ସଲପ ତାଡି ସହ ମଦ ରନ୍ଧା ସାମଗ୍ରୀ ଜବତ ଓ ନଷ୍ଟ କରିଥିବା ବେଳେ ଜିଲ୍ଳାରେ ଚୋରାମଦ କାରବାରକୁ ରୋକିବାନିମନ୍ତେ ପ୍ରୟାସ ଜାରୀରଖିଛନ୍ତି । ଜିଲ୍ଲା ଅବକାରୀ ଅଧୀକ୍ଷକ ଶ୍ରୀ ବେହେରାଙ୍କ ନିର୍ଦ୍ଦେଶ କ୍ରମେ ଗତ ତା ୧୨.୮.୨୦ ରିଖ ଦିନ ଠାରୁ ତା୧୭.୮.୨୦ ରିଖ ପର୍ଯ୍ୟନ୍ତ ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରେ ଚଢ଼ାଉ ଜାରୀରଖିଛନ୍ତି। ଗତ ୧୨.୮.୨୦ ରିଖ ଦିନ ଚାନ୍ଦିଲ ଥାନା ଅନ୍ତର୍ଗତ ଆର୍ବି ଓ ସାନଗୁମୁଡା ଗ୍ରାମରେ ଅବକାରୀ ଉପନିରୀକ୍ଷକ ଶ୍ରୀ ସୂର୍ଯ୍ୟ ନାରାୟଣ ରଥଙ୍କ ନେତୃତ୍ବରେ ଅବକାରୀ ଦଳ ଚଢ଼ାଉ କରି ୯୦୦ଲିଟର ପୋଚ୍ଚ ଓ ୩୫ଲିଟର ଦେଶୀମଦ ଜବତ କରି ନଷ୍ଟ କରିବାସହ ଗୋଟିଏ କେସ ରଜୁ କରିଛନ୍ତି। ସେହିପରି ଗତ ତା୧୩.୦୮.୨୦୨୦ରିଖ ଦିନ ବିଷମ କଟକ ଥାନା ଅନ୍ତର୍ଗତ ଡୁମାରନେଳି
ଗ୍ରାମରେ ଚଡଉ କରି ୪୦୦ଲିଟର ମହୁଲ ପୋଚ ସାଂଗକୁ ୨୦ଲିଟର ଦେଶୀ ମଦ ଜବତ କରିଥିଲେ। ସେହିପରି ଗୁଣୁପୁର ଥାନା ଅନ୍ତର୍ଗତ ଓକିଲଗୁଡା ଗ୍ରାମରୁ ୨୭୦ଲିଟର ମହୁଲ ପୋଚ୍ଚ ଓ ୪୦ଲିଟର ଦେଶୀ ରନ୍ଧାମଦ ଜବତ କରି ଗୋଟିଏ ଅବକାରୀ କେସ ରୁଜୁ କରିଥିଲେ । ସେହିପରି ରାୟଗଡା ଅବକାରୀ ମୋବାଇଲ ଟିମ ଉପନିରୀକ୍ଷକ ଚାନ୍ଦିଲ ଥାନା ଅନ୍ତର୍ଗତ କନ୍ଧ ମାଲିଗାଁରେ ଚଡଉ କରି ୨୪୫୦ଲିଟର ମହୁଲ ପୋଚ ଓ ୨୬୦ଲିଟର ଦେଶୀ ରନ୍ଧାମଦ ଜବତ କରିବା ନଷ୍ଟ କରିଥିଲେ । ସେହିପରି ଗତ ୧୪.୮.୨୦ରିଖଦିନ ଗୁଣୁପୁର ଥାନା ଅନ୍ତର୍ଗତ ଶିରିଝୋଲି ଗ୍ରାମରେ ଅବକାରୀ ଉପନିରୀକ୍ଷକ ଗୁଣୁପୁର ଚଢ଼ାଉ କରି ୨୦ ଲିଟର ମଦ ସହିତ ବିମଳା ନାମକ ମହିଳାଙ୍କୁ ଗିରଫ କରିଥିଲେ। ସେହିପରି ଗତ ୧୬.୮.୨୦ରିଖଦିନ ରାୟଗଡା ଅବକାରୀ ଉପନିରୀକ୍ଷକଙ୍କ ନେତୃତ୍ବରେ ଚାନ୍ଦଲି ଥାନା ଅନ୍ତର୍ଗତ ଗୁଡାରୀର ଲେଳିବାଡ଼ି ଓ ପିଣ୍ଡାପଦର ଗ୍ରାମର ନାଳରେ ଚଢ଼ାଉ କରାଯିବା ସହ ୬୫୦ଲିଟର ପୋଚ୍ଚ ଓ ୮୦ଲିଟର ମଦ ଓ ୧୨୦୦ଲିଟର ପୋଚ୍ଚ ୨୪୫ଲିଟର ଦେଶୀମଦ ସହ ରନ୍ଧା ସାମଗ୍ରୀ ଜବତ କରିବା ସହ ନଷ୍ଟ କରିଥିଲେ । ସେହିପରି ଗୁଣୁପୁର ଥାନା ଅନ୍ତର୍ଗତ ରୋଜଳଦଙ୍ଗ ଗ୍ରାମରେ ଚଢ଼ାଉ କରି ୧୪୦୦ଲିଟର ପୋଚ୍ଚ ଜବତ କରିଥିଲେ। ଗତ ତା ୧୭.୮.୨୦ରିଖ ଦିନ ଗୁଣପୁରର ଥାନା ଅନ୍ତର୍ଗତ ପୁରୁଣା ଗୁଣୁପୁର ଚଢ଼ାଉ କରି ୨୦୦ଲିଟର ପୋଚ୍ଚ ନଷ୍ଟ କରିଥିଲେ ଓ ପୁଟାସିଙ୍ଗ ଥାନା ଅନ୍ତର୍ଗତ ଲୋବା ଗ୍ରାମରେ ଚଢ଼ାଉ କରି ମଧୁସୂଦନ ଶବର ଓ ପ୍ରକାଶ ନାଗ ନାମକ ଦୁଇଜଣ ବ୍ୟକ୍ତିଗତଙ୍କୁ ମୋଟର ସାଇକେଲ ସହିତ ଗିରଫ କରିଥିବା ନେଇ ଜିଲ୍ଲା ଅବକାରୀ ଅଧୀକ୍ଷକ ଶ୍ରୀ ବେହେରା ସୂଚନା ଦେଇଛନ୍ତି ।
ରାୟଗଡାରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ