01/21/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ରାୟଗଡା ବିଜେଡ଼ି ପକ୍ଷରୁ”ଜୀବନବିନ୍ଦୁ”ସେଚ୍ଛାକୃତ ରକ୍ତ ଦାନ ଶିବିରି ବିଭିନ୍ନ ସ୍ଥାନରେ ଅନୁଷ୍ଠିତ

ରାୟଗଡା ଜ଼ିଲ୍ଲା:( ପ୍ରତିନିଧି ଅମୁଲ୍ୟ ନିଶଙ୍କ) ରକ୍ତଦାନ ଏକ ମହତ ଦାନ ଏହି ମହତ କାର୍ଯ୍ୟକୁ କରିଦେଖାଇଛନ୍ତି ବିଜୁ ଜନତା ଦଳର କର୍ମୀ ଓ ନେତା। ଲକ୍ ଡାଉନ୍ ସମୟରେ ଦେଶ ତଥା ରାଜ୍ୟରେ ଥିବା ରକ୍ତଭଣ୍ଡାର ଗୁଡିକରେ ରକ୍ତର ଅଭାବ ଦେଖାଦେଇଛି।ଫଳରେ ରୋଗୀ ମାନେ ସେମାନଙ୍କ ଆବଶ୍ୟକ ହେଉଥିବା ରକ୍ତ ବେଳେ ବେଳେ ପାଇପାରୁନାହାନ୍ତି। ରକ୍ତଭଣ୍ଡାରରେ ରକ୍ତ ଅଭାବ ଦୂରୀକରଣ ତଥା ରୋଗୀଙ୍କୁ ଆବଶ୍ୟକ ହେଉଥିବା ରକ୍ତ ଯୋଗାଇବା ପାଇଁ ରାମନାଗୁଡା ବିଜୁ ଜନତା ଦଳ ଆଗେଇ ଆସିଛି। ଏହି ପ୍ରରିପ୍ରେକ୍ଷୀରେ ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକ ସ୍ଥାନୀୟ କଲ୍ୟାଣ ମଣ୍ଡପ ଠାରେ ଜୀବନବିନ୍ଦୁ ରକ୍ତଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ ରାମନାଗୁଡା ବିଜେଡି ପକ୍ଷରୁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବରିଷ୍ଠ ବିଜେଡି ନେତା ତଥା ଜିଲ୍ଲା ସାଧାରଣ ସଂପାଦକ ଗଗନ ଆଚାର୍ଯ୍ୟଙ୍କ ନେତୃତ୍ୱରେ ରାଜ୍ୟ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଉପଦେଷ୍ଟା ତଥା ଜିଲ୍ଲା ବିଜେଡ଼ି ସଭାପତି ସୁଧିର କୁମାର ଦାସଙ୍କ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ କଲ୍ୟାଣ ମଣ୍ଡପ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏହି ଅଵସରରେ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଲିନା ନାୟକ ବେହେରା, ଜଗଦୀଶ ନାୟକ ବେହେରା, ଯୁବ ନେତା ଅମିତ ମହାରଣା, ଫାଣ୍ଡି ଅଧିକାରୀ କୃତିବାସ ହରିଚନ୍ଦନ, ଦାଶରଥି ଲିମା, ରାକେଶ କୁମାର ବେହେରା, ମକରଧ୍ବଜ ଧୋବା,, ବ୍ଲକ ଉପାଧ୍ୟକ୍ଷ ସୂର୍ଯ୍ୟରାଓ କୁମ୍ଭିରିକା, କାଳୀଦାସ ନାୟକ ବେହେରା, ସଞ୍ଜୟ ନାୟକ, ସିଙ୍କୁ ପଣ୍ଡା, ପ୍ରଶାନ୍ତ ଗୋଡ଼ ଏହି ପରି ୫୦ଜଣ ସେଛାକୃତ ରକ୍ତଦାତା ରକ୍ତ ଦାନ କରିଥିଲେ।ସେହିପରି ଏହି ଜୀବନବିନ୍ଦୁ କାର୍ଯ୍ୟକ୍ରମରେ ୫୦ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା। ସେହିପରି ୫୦ୟୁନିଟରୁ ଅଧିକ ସଂଗ୍ରହ ହୋଇ ନପାରିବାରୁ ରକ୍ତଦାତାମାନଙ୍କୁ ଫେରିଯିବାକୁ ପଡିଥିଲା। ସେହିପରି ଏଥିରେ ବିଜୁ ଯୁବବାହିନୀ ସଦସ୍ୟ ମାନେ ମଧ୍ୟ ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ। କରୋନାକୁ ନେଇ ବିଭିନ୍ନ ରକ୍ତ ଭଣ୍ଡାରରେ ରକ୍ତ ଅଭାବକୁ ଦୂର କରିବାକୁ ଏହି ମହାବିପତ୍ତିସମୟରେ ରାୟଗଡ଼ା ଜିଲ୍ଲାବିଜୁ ଜନତା ଦଳ ପକ୍ଷରୁ ଅମ୍ବାଦଳା,ବିଷମକଟକ,ମୁନିଗୁଡା ସହ ଆଜି ରାମନାଗୁଡା ଓ ଗୁଡାରୀରେ ଜୀବନବିନ୍ଦୁ ରକ୍ତଦାନ କାର୍ଯ୍ୟକ୍ରମ ହୋଇଥିଲା। ରକ୍ତଭଣ୍ଡାରରେ ରକ୍ତ ଅଭାବକୁ ଦୂର କରିବା ଓ ତାହା ସହିତ ଆଗାମୀ ଦିନରେ ପଦ୍ମପୁର କାଶୀପୁର କୋଲନରା କେସିଙ୍ଘପୁର ସହିତ ବାକି ରହିଥିବା ବ୍ଲକରେ ଜୀବନ ବିନ୍ଦୁ ମାଧ୍ୟମରେ ରକ୍ତଦାନ ଶିବିର ମାନ ଅନୁଷ୍ଠିତ ହେବ ବୋଲି ଶ୍ରୀ ଦାଶ ପ୍ରକାଶ କରିଛନ୍ତି।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *