12/05/2024

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ରାୟଗଡା ବିଜୁ ଜନତା ଦଳ ତ୍ୟାଗ କଲେ ସକ୍ରିୟ ନେତା ଶଙ୍କର ବିଡ଼ିକା

ରାୟଗଡା ଜ଼ିଲ୍ଲା :(ପ୍ରତିନିଧି ଅମୁଲ୍ୟ ନିଶଙ୍କ) ରାୟଗଡା ବିଜୁ ଜନତା ଦଳର ଏକ ସକ୍ରିୟ ଆଦିବାସୀ ନେତା ବି ଜେ ଡି ଦଳ ତ୍ୟାଗ କରିଥିବା କଥା ସ୍ଥାନୀୟ ହୋଟେଲ ଅଶୋକରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି।ଏହି ରାୟଗଡା ଜ଼ିଲ୍ଲାର ବିଜେଡି ଦଳର ତୁଙ୍ଗ ନେତାଙ୍କ ମନମୁଖୀ କାର୍ଯ୍ୟକ୍ରମ, ଆନ୍ଧ୍ର ପ୍ରୀତି ମନୋଭାବ ତଥା ଉନ୍ନତି ପ୍ରତି ଦୃଷ୍ଟି ନଦେବା, ନିର୍ବାଚନ ସମୟରେ ଲୋକଙ୍କୁ ଦେଇଥିବା ପ୍ରତିଶୃତି ମୁତାବକ କାର୍ଯ୍ୟ ନହେବା, ରାୟଗଡା ଜ଼ିଲ୍ଲା ଟିକିରି ଠାରେ ଗଢି ଉଠିଥିବା ଉତ୍କଳ ଆଲୁମିନା କାରଖାନାରେ ସ୍ଥାନୀୟ ଶିକ୍ଷିତ ଯୁବକଙ୍କୁ ନିଯୁକ୍ତି ବଦଳରେ ଆନ୍ଧ୍ର ପ୍ରଦେଶର ଯୁବକଙ୍କୁ ନିଯୁକ୍ତି ପାଇଁ ଏହି ଜ଼ିଲ୍ଲା ବିଜେଡିର ତୁଙ୍ଗ ନେତା ଧ୍ୟାନ ଦେବା, କାଳିଆ ଟଙ୍କା ପ୍ରକୃତ ହିତାଧିକାରୀଙ୍କୁ ନ ମିଳିବା, ଜ଼ିଲ୍ଲାର ବିପର୍ଯ୍ୟସ୍ତ ଶିକ୍ଷା ସ୍ୱାସ୍ଥ୍ୟ ରାସ୍ତା ଧ୍ୟାନ ନଦେଇ ଆନ୍ଧ୍ର ଉନ୍ନତି ଚିନ୍ତାଧାରାରେ ସଦାସର୍ବଦା ବ୍ୟସ୍ତ ରହୁଥିବା ସ୍ଥାନୀୟ କର୍ମୀ ନେତାଙ୍କୁ ଅଣ ଦେଖା କରିବାରେ ବ୍ୟସ୍ତ, କେତେକ ଟାଉଟର ନ୍ୟସ୍ତ ସ୍ୱାର୍ଥ ବ୍ୟକ୍ତିଙ୍କୁ ଗୁରୁତ୍ୱ ଦେବାରୁ ମୁଁ ଅତିଷ୍ଟ ହୋଇ ମୋର ସମର୍ଥକଙ୍କ ସହିତ ବିଜେଡି ଦଳ ତ୍ୟାଗ କରିଲୁ ବୋଲି ଶଙ୍କର ବିଡ଼ିକା ଘୋଷଣା କରିଛନ୍ତି । ଓଡିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ସ୍ଵଚ୍ଛ ଭାବ ମୂର୍ତ୍ତିରେ ଅନୁପ୍ରାଣିତ ହୋଇ ରାୟଗଡାର ପୂର୍ବତନ ବିଧାୟକ ଶ୍ରୀ ଲାଲବିହାରୀ ହିମ୍ରିକା ଙ୍କ ନିମନ୍ତ୍ରଣ କ୍ରମେ ଗତ 2017 ଜାନୁଆରୀରେ ଏହି ବିଜେଡି ଦଳରେ ଯୋଗ ଦେଇଥିଲୁ। ଗତ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ସମୟରେ ରାୟଗଡା ଜ଼ିଲ୍ଲା ବିପର୍ଯ୍ୟସ୍ତ ହୋଇଥିବା ବେଳେ ଆମରି ଚେଷ୍ଟା ଫଳରେ ରାୟଗଡା ବ୍ଲକର ତିନୋଟି ଜ଼ିଲ୍ଲା ପରିଷଦ ସଭ୍ୟ ବିଜେଡି ଦଳକୁ ଆଣିଥିଲୁ । ଏହି ନିର୍ବାଚନ ପରେ ପରେ ତୁଙ୍ଗ ନେତା ସବୁବେଳେ ଆମକୁ ଅଣ ଦେଖା କରି ଆସୁଥିଲେ ଓ ତାଙ୍କରି ମନମୁଖୀ ଶାସନ ଲାଗି ଗତ ବିଧାନସଭା ନିର୍ବାଚନରେ ବିଜେଡି ଦଳ ସଭ୍ୟ ପରାଜୟ ବରଣ କରିଲେ। ଶ୍ରୀ ବିଡ଼ିକା ଏଥି ପୂର୍ବରୁ ଗୁଣୁପୁରରୁ 1996 ରେ ବିଜେପି ଟିକେଟରେ ବିଧାୟକ ପାଇଁ ଓ 1997 କୋରାପୁଟ ଲୋକସଭା ସାଂସଦ ପାଇଁ ଲଢିଥିଲେ। ଶ୍ରୀ ବିଡ଼ିକାଙ୍କ ଦଳ ତ୍ୟାଗ ବିଜେଡି ପାଇଁ ଏକ ଶକ୍ତ ଧକ୍କା ବୋଲି ରାୟଗଡା ଜ଼ିଲ୍ଲାରେ ଚର୍ଚ୍ଚା ହେଉଛି।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *