03/26/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ରାୟଗଡା ବିଜୁ ଜନତା ଦଳର ସଭାପତି ପଦ ପାଇଁ ଏକ ମାତ୍ର ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ ଓ ନିର୍ବାଚିତ

ରାୟଗଡା ଜ଼ିଲ୍ଲା:(ପ୍ରତିନିଧି ଅମୁଲ୍ୟ ନିଶଙ୍କ) ରାୟଗଡା ବିଜୁ ଜନତା ଦଳର ସଭାପତି ପଦବୀ ନିମନ୍ତେ ଆଜି ନିର୍ବାଚନ ପ୍ରକ୍ରିୟା ଅନୁଷ୍ଠିତ ହୋଇଯାଇଛି ରାୟଗଡ଼ ଜିଲ୍ଲା ବିଜୁଜନତା ଦଳର ଏକମାତ୍ର ସଭାପତି ପ୍ରାର୍ଥୀ ରୂପେ ଶ୍ରୀ ସୁଧୀର ଦାଶ ଆଜି ରାୟଗଡ଼ ଜିଲ୍ଲା ବିଜୁ ଜନତା ଦଳର ନିର୍ବାଚନ ଅଧିକାରୀ ଶ୍ରୀ ବ୍ରଜସୁନ୍ଦର ନାୟକଙ୍କୁ ନିଜର ନାମାଙ୍କନ ଦାଖଲ କରିଛନ୍ତି। ଏହି ପରିପ୍ରେକ୍ଷୀରେ ମାନ୍ୟବର ରାଜ୍ୟସଭା ସାଂସଦ ଶ୍ରୀ ଏନ୍.ଭାସ୍କର ରାଓ, ପୂର୍ବତନ ମନ୍ତ୍ରୀ ଶ୍ରୀ ଲାଲ ବିହାରୀ ହିମିରିକା, କୋରାପୁଟ ଲୋକସଭା ମଣ୍ଡଳୀର ପୂର୍ବତନ ସାଂସଦ ଶ୍ରୀ ଝିନ୍ନ ହିକକା, ବିଜୁଜନତା ଦଳର ରାଜ୍ୟ ସମ୍ପାଦକ ଶ୍ରୀ ଜଗଦୀଶ ପାତ୍ର, ବିଜେଡି ସାଧାରଣ ସମ୍ପାଦକ ଗଗନ ଆଚାର୍ଯ୍ୟ, ଗୋଦାବରୀ ରାଉତ କେଦାର ସାହୁ ରତନ ଲାଲ ଜୈନ ସମେତ ରାୟଗଡ଼ ଜିଲ୍ଲାର ତିନୋଟି ବିଧାନସଭା ମଣ୍ଡଳୀର ସମସ୍ତ କର୍ମକର୍ତ୍ତା, ବରିଷ୍ଠ ନେତୃବୃନ୍ଦ, ମହିଳା ନେତୃବୃନ୍ଦ, ଯୁବ ନେତୃବୃନ୍ଦ, ଛାତ୍ର ନେତୃବୃନ୍ଦ ଉପସ୍ଥିତ ଥିଲେ। ଦଳୀୟ କନ୍ଦଳ ଭିତରେ ସଭାପତି ପଦ ପାଇଁ ଜଣେ ମାତ୍ର ପ୍ରାର୍ଥୀ ସୁଧୀର ଦାସ ନାମାଙ୍କନ ପାତ୍ର ଦାଖଲ କରିଥିବାରୁ ସେ ବିଜୟ ହୋଇଛନ୍ତି।

ରାୟଗଡା ବିଜେଡିର ଦୁଇ ଗୋଷ୍ଠି ରାଜ୍ୟ ସଭା ସାଂସଦ ଏନ ଭାସ୍କର ରାଓ ଓ ଅନ୍ୟଟି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଉପଦେଷ୍ଟା ସୁଧୀର ଦାସଙ୍କୁ ଗୋଷ୍ଠି ମଧ୍ୟରେ ଜ଼ିଲ୍ଲା ସଭାପତି ପଦ ପାଇଁ ଲଢେଇ ଜାରି ରହିଥିଲେ କିନ୍ତୁ ଆଗାମୀ ପୌର ନିର୍ବାଚନକୁ ଆଖି ଆଗରେ ରଖି ଉଭୟ ଗୋଷ୍ଠିରୁ ରାଜ୍ୟ ସଭା ସଂସାଦ ଭାସ୍କର ରାଓ, ସୁଧୀର ଦାସ , ଗଗନ ଆଚାର୍ଯ୍ୟ,ଗୋଦାବରୀ ରାଉତ ବିଜେଡି ପୂର୍ବତନ ଜ଼ିଲ୍ଲା ସଭାପତି ଲାଲବିହାରୀ ହିମ୍ରିକା, ରତନଲାଲ ଜୈନ ଜଗଦୀଶ ପାତ୍ର ଅନ୍ୟ ତୁଙ୍ଗ ନେତାଙ୍କ ମଧ୍ୟରେ ଗତ କିଛି ଦିନ ତଳେ ଏକ ରୁଦ୍ଧ ଦ୍ୱାରା ବୈଠକ ହୋଇ ସୁଧୀର ଦାସଙ୍କୁ ଜ଼ିଲ୍ଲା ସଭାପତି ପଦ ପାଇଁ ସହମତି ପ୍ରକାଶ ପାଇଥିଲା। ସେଥିପାଇଁ ଆଜି ସୁଧୀର ଦାସ ନାମାଙ୍କନ ପତ୍ର ଦାଖଲ କରିଥିଲେ। ଏହା ପରେ ଶ୍ରୀ ଦାସ ନିର୍ବାଚିତ ପରେ କହିଛନ୍ତି ବିଜେଡି ଦଳରେ କନ୍ଦଳ ନାହିଁ ଆମେ ସବୁ ଏକ, ଆଗାମୀ ପୌର ନିର୍ବାଚନରେ ବିଜେଡିର ବିଜୟ ସୁନିଶ୍ଚିତ ବୋଲି କହିଥିଲେ। ଏଥି ପୂର୍ବରୁ ମଧ୍ୟ ସୁଧୀର ଦାସ ଜ଼ିଲ୍ଲା ବିଜେଡି ସଭାପତି ରହିଥିଲେ। ତୃଣ ମୂଳରୁ ଦଳକୁ ସୁଦୃଢ କରିଥିଲେ। ସେହିପରି ସମୟରେ ଦଳୀୟ ସ୍ଥିତି ବହୁତ ଭଲ ରହିଥିଲା। କିନ୍ତୁ ବର୍ତମାନ ଦଳ ଭିତରେ ବହୁତ ଅନ୍ତର୍ଦ୍ୱନ୍ଦ ରହିଛି। ଏହି ପରି ପରିସ୍ଥିତିରେ ଶ୍ରୀ ଦାସ ଦଳକୁ କିପରି ଆଗକୁ ନେଇ ପାରିବେ ତାହା ଭବିଷ୍ୟତ ହିଁ କହିବ।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *