ରାୟଗଡା ଠାରେ ୭୪ତମ ଜିଲ୍ଳାସ୍ତରୀୟ ସ୍ୱାଧୀନତା ଦିବସ ପାଳିତ
ରାୟଗଡ/୧୫/୮(ସଖପ୍ର): ମହାମାରୀ କରୋନା କଟକଣା ଭିତରେ ରାୟଗଡ ଜିଲ୍ଳା ସଦର ମହକୁମାର ସ୍ଥାନୀୟ ଜିସିଡି ହାଇସ୍କୁଲ ପଡିଆ ଠାରେ ଜିଲ୍ଳା ସୂଚନା ଓ ଲୋକ ସଂପର୍କ ବିଭାଗ ସୈାଜନ୍ୟତାରେ ଚଳିତ ବର୍ଷ ୭୪ତମ ଜିଲ୍ଳାସ୍ତରୀୟ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ମୁତାବକ କୋଭିଡ-୧୯ ନିୟମାନୁଯାୟୀ ସାମାଜିକ ଦୂରତା ଅବଲମ୍ବନ କରି ମାସ୍କ ବ୍ୟବହାର ସହ ନିରାଡମ୍ବର ଭାବରେ ସୀମତି ଅତିଥି, ପଦାଧିକାରୀ, ଗଣମାଧ୍ୟମ ପ୍ରତିନିଧି ଓ କରୋନା ଯୋଦ୍ଧାଙ୍କୁ ନେଇ ସ୍ୱାଧୀନତା ଦିବସ ଜିଲ୍ଳା ପ୍ରଶାସନ ଦ୍ୱାରା ପାଳନ କରାଯାଇଥିଲା । ଓଡିଶା ସରକାରଙ୍କ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ପ୍ରେମାନନ୍ଦ ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆନୁଷ୍ଠାନିକ ଭାବେ ସକାଳ ୯ଟା ୧୫ମି.ସମୟରେ ଜାତୀୟ ପତାକା ଉତୋଳନ କରି ଅଭିବାଦନ ଗ୍ରହଣ କରିବା ସହ ଜିଲ୍ଳାବାସୀଙ୍କୁ ଉଦବୋଧନ ଦେଇଥିଲେ । ପ୍ରଥମେ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ଅଭିବାଦନ ଜଣାଇବା ପରେ ରାଜ୍ୟରେ କରୋନା ସ୍ଥିତି ଉପରେ ରାଜ୍ୟ ସରକାରଙ୍କ ପଦକ୍ଷେପକୁ ବିସ୍ତୃତ ଭାବେ ମନ୍ତ୍ରୀ ଶ୍ରୀ ନାୟକ ନିଜ ଅଭିଭାଷଣରେ ପ୍ରକାଶ କରିଥିଲେ । କରୋନା ମହାମାରୀ ସମୟରେ ନିଜ ଜୀବନକୁ ବାଜି ଲଗାଇ କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ନିରନ୍ତର କାର୍ଯ୍ୟରତ କରୋନା ଯୋଦ୍ଧାମାନଙ୍କୁ ସେ ଅଶେଷ ଧନ୍ୟବାଦ ଜଣାଇଥିଲେ ଏବଂ ସେମାନଙ୍କ ତ୍ୟାଗ,ସଂଯମ ଓ ଧୈର୍ଯ୍ୟ ପ୍ରଦର୍ଶନକୁ ଭୂୟସୀ ପ୍ରଶଂସା କରିଥିଲେ । ସେହିପରି କରୋନାରେ ମୃତ୍ୟୁ ହୋଇଥିବା କରୋନା ଯୋଦ୍ଧାଙ୍କ ଅମର ଆତ୍ମା ପ୍ରତି ଗଭୀର ଶ୍ରଦ୍ଧାଂଜଳି ପ୍ରଦାନ କରିଥିଲେ । କରୋନା ସୁସ୍ଥତା ହାରରେ ସାରା ଦେଶରେ ଓଡିଶା ସର୍ବଶ୍ରେଷ୍ଠ ରହିଥିବା ବେଳେ କରୋନା ମୃତ୍ୟୁହାରକୁ ସର୍ବନିମ୍ନ ସ୍ତରରେ ଓଡିଶାରେ ନିୟନ୍ତ୍ରଣ କରାଯାଇ ପାରିଛି ଏବଂ ଅନ୍ୟ ରାଜ୍ୟ ଅପେକ୍ଷା ଓଡିଶାରେ ଟେଷ୍ଟିଂ ହାର ସର୍ବାଧିକ ରହିଥିବା ମନ୍ତ୍ରୀ ଶ୍ରୀ ନାୟକ ନିଜ ଅଭିଭାଷଣରେ ପ୍ରକାଶ କରିଥିଲେ । ସେହିପରି ଓଡିଶା ପ୍ଳାଜମା ଥେରାପି ଦ୍ୱାରା ଗୁରୁତର କରୋନା ରୋଗୀଙ୍କ ଚିକିତ୍ସା ବିନା ଖର୍ଚ୍ଚରେ ରେକର୍ଡ ସମୟରେ କରିପାରିଥିବା ବେଳେ ଲକଡାଉନ ସମୟରେ ରାଜ୍ୟରେ ୧୨ହଜାର କୋଟିରୁ ଅଧିକ ପୁଂଜି ନିବେଶ କରାଯାଇଛି ଏବଂ ଦେଶର କୃଷି କ୍ଷେତ୍ରର ଅଭିବୃଦ୍ଧି ହାର ୨.୮ପ୍ରତିଶତ ଥିବା ବେଳେ ଓଡିଶାରେ ଅଭିବୃଦ୍ଧି ହାର ୭.୬ପ୍ରତିଶତରୁ ଅଧିକ ରହିଛି ବୋଲି କହିଥିଲେ ଏବଂ ସ୍ୱାଧୀନତା ଆନ୍ଦୋଳନରେ ରାୟଗଡ ଜିଲ୍ଳାର ସଂଗ୍ରାମୀଙ୍କ ପ୍ରତି ବିନମ୍ର ଶ୍ରଦ୍ଧାଂଜଳି ଅର୍ପଣ କରିଥିଲେ । ରାଜ୍ୟରେ ଆଇଟିଆଇ,ପଲିଟେକନିକ୍ ଓ ଇଂଜିନିୟରିଂ କଲେଜଗୁଡିକର ଶିକ୍ଷାର ମାନବୃଦ୍ଧି ଦିଗରେ ସରକାର ଉଦ୍ୟମ କରିଛନ୍ତି ଏବଂ ରାଜ୍ୟରେ ୪୯ଟି ସରକାରୀ ଆଇଟିଆଇ ଥିବା ବେଳେ ଆଉ ୨୪ଟି ନୂଆ ସରକାରୀ ଆଇଟିଆଇ ପ୍ରତିଷ୍ଠା କରୁଛନ୍ତି ବୋଲି କହିଥିଲେ । ଆଇଟିଆଇ ଶିକ୍ଷା କ୍ଷେତ୍ରରେ ରାୟଗଡ ଜିଲ୍ଳାର ସ୍ଥିତି ଖୁବ ଭଲ ଥିବା ବେଳେ ଜିଲ୍ଳାର ୩ଟି ଦକ୍ଷତା ବିକାଶ କେନ୍ଦ୍ରରେ ସ୍ଥାନୀୟ ଯୁବକମାନେ ତାଲିମ ପାଉଛନ୍ତି ବୋଲି ନିଜ ଅଭିଭାଷଣରେ କହିଥିଲେ । ଏହି ସ୍ାଧୀନତା ଦିବସରେ ପ୍ରଶାସନ ତରଫରୁ ପୈାର ପ୍ରଶାସନର ୧୦ଜଣ ଓ ସ୍ୱାସ୍ଥ୍ୟ ବିଭାଗର ୧୫ଜଣ ସହ ୩ଜଣ ଅଙ୍ଗନୱାଡି କର୍ମୀକୁ ମିଶାଇ ମୋଟ ୨୮ଜଣ କରୋନା ଯୋଦ୍ଧାଙ୍କୁ ମନ୍ତ୍ରୀ ଶ୍ରୀ ନାୟକ ଉପଢୈାକନ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଙ୍କ ରାୟଗଡ ଜିଲ୍ଳାପାଳ ପ୍ରମୋଦ କୁମାର ବେହେରା,ଜିଲ୍ଳା ଆରକ୍ଷୀ ଅଧୀକ୍ଷକ ଡଃ.ଶର୍ବଣା ବିବେକ ଏମ.ଯୋଗଦେଇ।
ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ରାୟଗଡ ବିଧାୟକ ଶ୍ରୀ ମକରନ୍ଦ ମୁଦୁଲି, ଜିଲ୍ଲା ପରିସଦ ଅଧ୍ୟକ୍ଷ ଶ୍ରୀ ଗଙ୍ଗାଧର ପୁଆଲା, ଅତିରିକ୍ତ ଜିଲ୍ଳାପାଳ ଶରତଚନ୍ଦ୍ର ପଣ୍ଡା,ପିଡି-ଡିଆରଡିଏ ଅମ୍ରିତଋତୁରାଜ, ଉପଜିଲ୍ଳାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ,ଅତିରକ୍ତ ଏସ.ପି.ରାମପ୍ରସାଦ ସାହୁ,ତହସିଲଦାର ଉମାଶଙ୍କର ବେହେରା, ବିଡିଓ ରାଜେନ୍ଦ୍ର ମାଝି, ପୈାର ନିର୍ବାହୀ ଅଧିକାରୀ ସଚ୍ଚିଦାନନ୍ଦ ଶତପଥି,ଅନ୍ୟାନ୍ୟ ଜିଲ୍ଲା ସ୍ଥରୀୟ ଅଧିକାରୀ ମାନେ,ଏସଡିପିଓ ତପନ ନାରାୟଣ ରଥ,ଆଇଆଇସି ନିହାର ରଂଜନ ପ୍ରଧାନଙ୍କ ସମେତ ଅନ୍ୟମାନେ ଉପସ୍ଥିତ ରହିଥିବା ବେଳେ ଜିଲ୍ଳା ସୂଚନା ଓ ଲୋକ ସଂପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ ମଂଚ ପରିଚାଳନା କରିଥିଲେ । ପୋଲିସ ବିଭାଗ ତରଫରୁ ପଡିଆରେ ମୁଖ୍ୟ ଅତିଥି ଓ ଜାତୀୟ ପତାକାକୁ ସମ୍ମାନ ଦିଆଯାଇଥିବା ବେଳେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଥିଲା । ଅପରପକ୍ଷେ ଜିଲ୍ଳା ପ୍ରଶାସନ ପକ୍ଷରୁ ସପ୍ତାହନ୍ତ ସଟଡାଉନକୁ ସ୍ୱାଧୀନତା ଦିବସ ଉପଲକ୍ଷେ କିଛି ଘଂଟା ପାଇଁ କୋହଳ କରାଯାଇଥିଲା ।
ରାୟଗଡାରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ